Home Agriculture ୪ଟି ଜିଲ୍ଲାରେ ଫସଲର ବିବିଧକରଣ

୪ଟି ଜିଲ୍ଲାରେ ଫସଲର ବିବିଧକରଣ

ଭୁବନେଶ୍ୱର : ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ଫସଲର ବିବିଧକରଣ ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଉତ୍ପାଦନ ବୃଦ୍ଧି ସହିତ କୃଷିର ଅଭିବୃଦ୍ଧି ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଫସଲର ବିବିଧକରଣ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଚାଷୀମାନଙ୍କୁ ଫସଲର ବିବିଧକରଣ ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି । ଫସଲର ବିବିଧକରଣ କରାଯାଇ ଅଣଧାନ ଚାଷ ଯଥା: ଡାଲି, ତୈଳବୀଜ, କପା, ମକା ଆଦି ଅର୍ଥକରୀ ଫସଲ ଚାଷ କରୁଥିବା ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।

ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ଚଳିତ ଖରିଫରେ ରାଜ୍ୟର ମୋଟ ୧୨ ହଜାର ୨୦୭ ହେକଫର ଚାଷଜମିରେ ଫସଲର ବିବିଧକରଣର ଏକ ପାଇଲଟ୍‌ ପ୍ରୋଜେକଫକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅନୁମୋଦନ କରିଛନ୍ତି ।

ରାଜ୍ୟର ୪ଟି ଜିଲ୍ଲା କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର ୧୮ଟି ମେଗା ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୦୧ଟି ଗ୍ରାମର ୧୨ ହଜାର ୨୦୭ ହେକଫର ଜମିକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ୧୨ଟି କ୍ଲଷ୍ଟରରେ ଏହି ଚାଷ କରାଯିବ ଏବଂ ପ୍ରତି କ୍ଲଷ୍ଟର ୧୦୦୦ ହେକଫର ଚାଷଜମିରେ ଫସଲର ବିବିଧକରଣ କରାଯାଇ ଚାଷ କରାଯିବ ।

ଉପରୋକ୍ତ ୪ଟି ଜିଲ୍ଲାର ସମସ୍ତ ମେଗା ଉଠାଜଳସେଚନ ପ୍ରକଳ୍ପକୁ ଏଥିରେ ସାମିଲ କରାଯାଇଛି ଏବଂ ମୃତ୍ତିକା ଓ ସ୍ଥାନୀୟ ଜଳବାୟୁ ଅନୁସାରେ ଚଳିତ ଖରିଫରେ ଫସଲର ବିବିଧକରଣ କରାଯାଇ ଅଣଧାନ ଅର୍ଥକରୀ ଫସଲ ଚାଷ ପାଇଁ ପଦକ୍ଷେପ ନିଆଯାଇଛି ।