Home Education ୩୧ରେ ସିବିଏସ୍ଇ ପରୀକ୍ଷା ସୂଚୀ ଘୋଷଣା

୩୧ରେ ସିବିଏସ୍ଇ ପରୀକ୍ଷା ସୂଚୀ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ୩୧ ତାରିଖରେ କେନ୍ଦ୍ର ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରୀକ୍ଷାର ସମୟ ସାରଣୀ ଘୋଷଣା କରିବେ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଆଜି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ନିଶାଙ୍କ ଦର୍ଶାଇଛନ୍ତି ଯେ, ଆସନ୍ତା ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୬ଟାରେ ସମୟରେ ସେ ସିବିଏସଇ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ୨୦୨୧ରେ କେଉସବୁ ପରୀକ୍ଷା କେବେ ହେବ ଏନେଇ ସମୟ ସୂଚୀ ପ୍ରକାଶ ପାଇବ ।

କରୋନା ମହାମାରୀ ଯୋଗୁଁ ୨୦୨୦ରେ ସିବିଏସଇର କେତେକ ପରୀକ୍ଷା ବିଳମ୍ବିତ ହୋଇଥିଲା । ଏପରିକି କୋଭିଡ୍ ପାଇଁ କ୍ଲାସ୍ ରୁମ୍ ପରିବର୍ତ୍ତେ ଅନଲାଇନରେ ପାଠପଢ଼ା ଜାରି ରହିଛି । ଏସବୁ ଭିତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରୀକ୍ଷା ତାରିଖ ଘୋଷଣା ନେଇ ଆଜି ଆଗୁଆ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ପରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି ।