Home Industry ୩ଲକ୍ଷ କୋଟିର ପ୍ରକଳ୍ପକୁ ଅନୁମୋଦନ

୩ଲକ୍ଷ କୋଟିର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର : ଓଡିଶା ସରକାର ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ଯାହା ଆଗାମୀ ଦିନରେ କାର୍ଯ୍ୟକାରୀ ହେବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା କହିଛନ୍ତି । କୋଭିଡ ମହାମାରୀ ସମଗ୍ର ଦେଶର ଅର୍ଥନୈତିକ ପ୍ରଗତିକୁ ଅଟକାଇ ଦେଉଥିବାବେଳେ ଓଡିଶାରେ କିନ୍ତୁ ଆଶା ସଞ୍ଚାର ହୋଇଛି ବୋଲି ଏଠାରେ ଏକ ପୁଞ୍ଜି ବିନିଯୋଗ ସମ୍ମିଳନୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଶ୍ରୀ ଶର୍ମା କହିଛନ୍ତି ।

ରାଜ୍ୟ ସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ (ଏସ୍‍ଏଲ୍‍ଏସ୍‍ଡବ୍ଲ୍ୟୁସିଏ) ଏହି ସମସ୍ତ ପ୍ରକଳ୍ପକୁ ଅନୁମତି ପ୍ରଦାନ କରିଛି ଏବଂ ଏହି ପ୍ରକଳ୍ପଗୁଡିକ ଶହେରୁ ଅଧିକ କର୍ପୋରେଟ୍ ସଂସ୍ଥା ଦ୍ୱାରା ପ୍ରୋତ୍ସାହିତ ହୋଇଛି ବୋଲି ରାଜ୍ୟରେ ନିବେଶ ପ୍ରୋତ୍ସାହନକୁ ସକ୍ରିୟ ଭାବରେ ଚଳାଉଥିବା ଶ୍ରୀ ଶର୍ମା କହିଛନ୍ତି । ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ଯେ କୋଭିଡ ମହାମାରୀ ସମଗ୍ର ଦେଶରେ ଅର୍ଥନୀତି ଏବଂ ପୁଞ୍ଜି ବିନିଯୋଗ ପାଇଁ ଘାତକ ହୋଇ ଦେଇଥିବାବେଳେ ଏକ ସକରାତ୍ମକ ଶିଳ୍ପ ନୀତି ସଂକଳ୍ପ (ଆଇପିଆର) ଏବଂ ବ୍ୟବସାୟର ସହଜତା ପାଇଁ (ଇଓଡିବି) ଯୋଗୁଁ ଓଡିଶା ପୁଞ୍ଜି ବିନିଯୋଗର ଏକ ପ୍ରମୁଖ ଆକର୍ଷଣ ପାଲଟିଛି ।

ଏଏମ୍‍ଏନ୍‍ଏସ୍‍, ଜେଏସ୍‍ଡବ୍ଲ୍ୟୁ ଏବଂ ଟାଟା ଷ୍ଟିଲ୍ ଭଳି ବୃହତ୍‍ କର୍ପୋରେଟ ସଂସ୍ଥା ଦ୍ୱାରା ପୁଞ୍ଜି ବିନିଯୋଗ ଅନ୍ୟ ନିବେଶକମାନଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି ଏବଂ ଶିଳ୍ପ ବିକାଶ ପାଇଁ ରାଜ୍ୟ ଅମଲାତନ୍ତ୍ରର ସହଯୋଗ ଓଡିଶାରେ ବିନିଯୋଗକୁ ସୁଗମ କରିବ ।

ଆକଳନ କରାଯାଇଛି ଯେ ଏହି ପୁଞ୍ଜି ବିନିଯୋଗ ଦ୍ୱାରା ୧.୧୦ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, କାରଣ ରାଜ୍ୟ ସରକାର ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରୁଥିବା ନିବେଶକଙ୍କ ଉଦ୍ଦେଶ୍ୟ ଉପରେ ରାଜ୍ୟ ସରକାର ନିଶ୍ଚିତ ଅଛନ୍ତି । ବାସ୍ତବରେ ଏଠାରେ କମ୍‍ ଖର୍ଚ୍ଚରେ ଚଳଣୀ ସହିତ ଶସ୍ତା ମାନବସମ୍ବଳ ପାଇଁ ଓଡ଼ିଶା ନିବେଶକମାନଙ୍କୁ ଆକୃଷ୍ଟ କରିପାରୁଛି ବୋଲି ଇପିକଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଶିଳ୍ପ ପାଇଁ ୧.୨୦ ଲକ୍ଷ ଏକର ଉପଲବ୍ଧ ଜମି ଥିବା ଓଡିଶାରେ ଏକ ରାଜ୍ୟ ସ୍ତରୀୟ ଲ୍ୟାଣ୍ଡ ବ୍ୟାଙ୍କ ରହିଛି ଯାହା ଶିଳ୍ପ ପାଇଁ ଜମି ପାଇବାରେ ବହୁ ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ନିବେଶକମାନଙ୍କ ପାଇଁ ଏକ ସୁବିଧାଜନକ ପରିବେଶ ଯୋଗାଉଛି ବୋଲି ସେ କହିଛନ୍ତି ।

ବାସ୍ତବରେ ରାଜ୍ୟ ଅମଲାତନ୍ତ୍ର ଶିଳ୍ପ ବ୍ୟବହାର ପାଇଁ ଜମି ସ୍ଥାନାନ୍ତରଣକୁ ସୁଗମ କରିବା ସହ ଥଇଥାନ ଓ କ୍ଷତିପୂରଣ ଆଇନକୁ ମ୍ମ କଡାକଡି ଭାବରେ କାର୍ଯ୍ୟକାରୀ କରିଛି, ଯାହା ନିବେଶକଙ୍କ ପାଇଁ ଆଶୀର୍ବାଦ ହୋଇଛି, ଯେଉଁମାନେ ପୂର୍ବ ବର୍ଷରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ସେହଭଳି ‘ଗୋ-ସ୍ୱିଫ୍ଟ’ ସିଙ୍ଗଲ ୱିଣ୍ଡୋ ଫ୍ରେମୱାର୍କ ନିବେଶକମାନଙ୍କ ପାଇଁ ଏକ ଉତ୍ସାହ ପାଲଟିଥିବା ଜଣେ ବରିଷ୍ଠ ଅଧିକାରୀ ଦର୍ଶାଇଛନ୍ତି । ପାରାଦୀପ, ଧାମରା ଏବଂ ଗୋପାଳପୁର ଭଳି ତିନୋଟି କାର୍ଯ୍ୟକ୍ଷମ ବନ୍ଦର ଥିବାବେଳେ ପାରାଦୀପ ଏବଂ ଧାମରା ବନ୍ଦର ଦ୍ୱାରା ବ୍ୟାପକ ସମ୍ପ୍ରସାରଣ ରାଜ୍ୟର ପରିବହନ ବ୍ୟବସାୟକୁ ବୃଦ୍ଧି କରିଛି । ଉଭୟ ପ୍ରମୁଖ ବନ୍ଦରଗୁଡିକ ୩୩୦ ମିଲିୟନ୍ ମେଟ୍ରିକ୍ ଟନ୍ (ଏମ୍‍ଏମ୍‍ଟି) ର ମାଲ ପରିବହନ ପାଇଁ ସମ୍ପ୍ରସାରଣ ଦିଗରେ ଥିବାବେଳେ ସେମାନେ ବର୍ତ୍ତମାନର କ୍ଷମତାର ଏକ ତୃତୀୟାଂଶ ବ୍ୟବହାର କରୁଛନ୍ତି ।

ଏଏମ୍‍ଏନ୍‍ଏସ୍‍ ଓ ଜେଏସ୍‍ଡବ୍ଲ୍ୟୁ ଭଳି ବୃହତ୍‍ ବ୍ୟବସାୟିକ ସଂସ୍ଥା ବାର୍ଷିକ ୩୬ ନିୟୁତ ଟନ୍ ଷ୍ଟିଲ୍ କମ୍ପେ୍ଲକ୍ସ ସ୍ଥାପନ କରୁଛନ୍ତି, ପ୍ରାୟ ୭୦ ଟି କମ୍ପାନୀ ପୁଞ୍ଜି ବିନିଯୋଗ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଏସ୍‍ଏସଲଏସ୍‍ଡବ୍ଲ୍ୟୁସିଏରୁ ସବୁଜ ସଙ୍କେତ ପାଇବାରେ ପ୍ରାଥମିକ ବାଧା ଅତିକ୍ରମ କରୁଛନ୍ତି ବୋଲି ଇପିକଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।(ତଥ୍ୟ)