Home General ୨୭ ବିଧାୟକ ମାଫିଆଙ୍କ ଟାର୍ଗେଟରେ

୨୭ ବିଧାୟକ ମାଫିଆଙ୍କ ଟାର୍ଗେଟରେ

ଭୁବନେଶ୍ୱର : ଓଡିଶା ବିଧାନଭାରେ ବିରୋଧିଦଳରେ ଥିବା ୨୭ ବିଧାୟକ ଏବେ ମାଫିଆଙ୍କ ଟାର୍ଗେଟରେ । ଏମାନେ ଉପରେ କୌଣସି ସମୟରେ ମାଫିଆମାନେ ଆକ୍ରମଣ କରିପାରନ୍ତି । ତେଣୁ ବିଧାୟକମାନଙ୍କୁ ବାଚସ୍ପତି ସୁରକ୍ଷା ଦେବାକୁ ଦାବି କରିଛନ୍ତି ବିଜେପି ବିଧାୟକଦଳର ମୁଖ୍ୟ ସଚେତକ ମୋହନ ମାଝି ।

ଆଜି ଶୂନ୍ୟକାଳରେ ଶ୍ରୀ ମାଝି ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ରାଜ୍ୟରେ ଲଘୁ ଖଣିଜ ସାମଗ୍ରୀ ଓ ଖଣି ଲୁଟ୍‍ କରୁଥିବା ମାଫିଆମାନେ ଏବେ ବିଧାୟକମାନଙ୍କୁ ଟାର୍ଗେଟ କରିଛନ୍ତି । ଯେଉଁ ବିଧାୟକମାନେ ସୋମନଙ୍କ ଚୋରି କଥା ଉଠାଉଛନ୍ତି ସେମାନଙ୍କୁ ଆକ୍ରମଣର ଧମକ ଦିଆଯାଉଛି ।

ଏହି ମାଫିଅମାନେ ଏଭଳି ଉତ୍ପାତ କରୁଛନ୍ତି ଯେ ଆର.ଆଇ ଓ ତହସିଲଦାରମାନେ ସେମାନଙ୍କ ଚୋରି ଧରିବାକୁ ଗଲାବେଳେ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି । ବିଧାୟକଙ୍କୁ ମାରିଦୋବକୁ ଧମକ ଦିଆଯାଉଛି । ବାଲି ମାଫିଆମାନେ ଏବେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀରୁ ବାଲଇ ଲୁଟ୍‍ କରୁଛନ୍ତି । ଏହି ବାଲି ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି । ସେଭଳି ଏହି ମାଫିଅମାନେ ମୋରମ ଓ ମାଟି ଚୋରା ଚାଲାଣ କରୁଛନ୍ତି ।

ମାଫିଅମାନେ କିଛି ସରକାରୀ ଅଫିସରଙ୍କ ସହ ମିଶି ବର୍ଷକୁ ପ୍ରାୟ ୩୫,୦୦୦ କୋଟି ଟଙ୍କାର ଲଘୁ ଖଣିଜ ସାମଗ୍ରୀ ଲୁଟ୍‍ କରୁଛନ୍ତି । ଲୁହାପଥ ଓ ମାଙ୍ଗାନିଜ୍‍ ଲୁଟ୍‍କୁ ମିଶାଇଲେ ଏହି ପରିମାଣ ବର୍ଷକୁ ଏକ ଲକ୍ଷ କୋଟି ଟଙ୍କାକୁ ଟପିଯିବ । ଏଭଳି ଲୁଟ୍‍ ଫଳରେ ରାଜକୋଷ ଉପରେ ଏହା କୁପ୍ରଭାବ ପଡୁଛି ।

ରାଜ୍ୟ ସରକାର ଖଣି ରାଜସ୍ୱ ଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତି ଭଲ ଥିବା କହୁଥିବାବେଳେ ଖଣି ଚୋରିକୁ କିନ୍ତୁ ରୋକିପାରୁ ନାହାନ୍ତି । ଓଲଟା ଖଣି ମାଫିଆମାନେ ଦିନକୁ ଦିନ ବଳଶାଳୀ ହୋଇ ବିଧାୟକଙ୍କୁ ମାରିବାକୁ ଗୋଡାଇଲେଣି । ତେଣୁ ବିଧାୟକଙ୍କ ସୁରକ୍ଷା ପାଇଁ ବାଚସ୍ପତି ହସ୍ତକ୍ଷେପ କରିବା ସହିତ ରୁଲିଂ ଦେବାକୁ ଶ୍ରୀ ମାଝି ଦାବି କରିଥିଲେ ।