Home Environment ୨୭ ପର୍ଯ୍ୟନ୍ତ ଜାରି ରହିବ କୁହୁଡି

୨୭ ପର୍ଯ୍ୟନ୍ତ ଜାରି ରହିବ କୁହୁଡି

ଭୁବନେଶ୍ୱର : ରାଜ୍ୟରେ ଜାନୁଆରୀ ୨୭ ତାରିଖ ଯାଏଁ କୁହୁଡି ଜାରି ରହିବ । ଦକ୍ଷିଣ-ପଶ୍ଚିମ ଦିଗରୁ ପ୍ରବାହିତ ବାୟୁ ଯୋଗୁଁ ଏଭଳି ପରିସ୍ଥିତି ଜାରି ରହିବ ଏବଂ ତା’ ପରେ ପାଣିପାଗରେ ପରିବର୍ତନ ହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପବନର ଦିଗ ଜାନୁଆରୀ ୨୭ ତାରିଖ ରାତିରୁ ପରିବର୍ତନ ହୋଇ ଉତର-ପଶ୍ଚିମ ମୁହାଁ ହେବ । ଏହି ସମୟରେ ଆକାଶ ନିର୍ମଳ ରହିବ ଏବଂ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲ୍‌ସିୟସ୍ କମିଯିବ ବୋଲି ସିଇସି ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।

ଜାନୁଆରୀ ୨୮ ବା ୨୯ ତାରିଖ ରାତି ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିବ ଓ ତା’ପରେ ଜାନୁଆରୀ ୩୦ ରୁ ରାତିର ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁଁ ଫେବୃୟାରୀ ୨ କିମ୍ବା ୩ ତାରିଖ ରାତିରେ ପଶ୍ଚିମ ଓଡ଼ିଶାରେ କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଫେବୃୟାରୀ ୨ ରୁ ୪ ତାରିଖ ମଧ୍ୟରେ ଉପକୂଳ ଜିଲ୍ଲା ଗୁଡ଼ିକ ଆଡ଼କୁ ଏହା ଗତି କରିବ ।

ମୁଖ୍ୟତଃ ପଶ୍ଚିମ ଏବଂ ଉତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ପାଣିପାଗରେ କୌଣସି ପରବର୍ତନର ସମ୍ଭାବନା ନଥିବା ସିଇସି ପକ୍ଷରୁ କୁହାଯାଇଛି ।