Home News in Odia ୨୭ରେ ବିଧାନସଭା ଘେରିବ କଂଗ୍ରେସ

୨୭ରେ ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ବର : ବିଧାନସଭାରେ ବିଜେପି ସଦସ୍ୟଙ୍କ ଆକ୍ରମଣ ଅଭିଯୋଗ ସାଙ୍ଗକୁ ତାରା ବାହିନୀପତିଙ୍କୁ ନିଲମ୍ବିନ ପ୍ରତିବାଦରେ ବିଧାନସଭା ଘେରାଉ କରିବ କଂଗ୍ରେସ। ଘେରାଉ କାର୍ଯ୍ୟକ୍ରମକୁ ଜୋରଦାର କରାଯିବା ସହ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଛି ଦଳ। ଏନେଇ ଆଜି କଂଗ୍ରେସ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନେଇଛନ୍ତି ବରିଷ୍ଠ ନେତା। ଏଥିସହ ତାରାଙ୍କୁ ନିଲମ୍ବନ ପ୍ରତିବାଦରେ ବିଧାନସଭାକୁ ବୟକଟ କରିଛି କଂଗ୍ରେସ।

ରାଜ୍ୟରେ ମହିଳାଙ୍କ ବିରୋଧରେ ବଢ଼ି ଚାଲିଛି ଅତ୍ୟାଚାର। ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଲେ ସ୍ବର ଚପାଇ ଦେବାକୁ ବିଜେପି ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଧସ୍ତାଧସ୍ତି ସହ ଠେଲାପେଲା କଲେ ବିଜେପି ନେତା ଓ ମନ୍ତ୍ରୀ। ଯାହାକୁ ପ୍ରତିବାଦ କରିବା ସହ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ।

ଗୃହରେ ବିଜେପି ସଦସ୍ୟଙ୍କ ଆକ୍ରମଣ ଘଟଣାକୁ ସର୍ବସମ୍ମତ କ୍ରମେ ନିନ୍ଦା କରାଯାଇଛି। ଆଜିଠୁ ଅଧିବେଶନରୁ ଦୂରେଇ ରହିବା ସାଙ୍ଗକୁ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ବିଧାନସଭାର କୌଣସି ଯୋଗ ନଦେବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ।

କଂଗ୍ରେସର ଅଭିଯୋଗ ବିଜେପିର ଜନ ବିରୋଧୀ ନୀତି ପ୍ରତିବାଦରେ ପ୍ରସ୍ତୁତ ହେବ ରଣନୀତି। ମହିଳାଙ୍କ ସୁରକ୍ଷା ଓ ଅଧିକାର ସାଙ୍ଗକୁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଆନ୍ଦୋଳନ ହେବ। ସରକାରଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା କଂଗ୍ରେସ ଗରିବ ଓ ଶୋଷିତ ଚାଷୀଙ୍କ ସ୍ବର ହେବ।

ସରକାରକୁ ଆସିବାର ୮ ମାସରେ ସୀମା ଟପିଲାଣି ହିଂସା। ଏ ସମ୍ପର୍କରେ ସରକାରଙ୍କ ଠାରୁ ଜବାବ ମାଗିଛି ଦଳ। କଂଗ୍ରେସ ଭବନରେ ବୈଠକ ପୂର୍ବରୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଭେଟିଥିଲେ ପ୍ରଭାରୀ ଅଜୟ କୁମାର ଲଲୁ। ସବୁ ବରିଷ୍ଠ ନେତାଙ୍କ ସମେତ ବିଧାୟକ ଏକାଠି ହୋଇ ଡବଲ ଇଞ୍ଜିନ ସରକାର ବିରୋଧରେ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ କରିଛନ୍ତି ରଣନୀତି।