Home General ୨୦୦ ପାରହେଲା କରୋନା ସଂକ୍ରମଣ

୨୦୦ ପାରହେଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଅତିକ୍ରମ କରିଛି । ସଂକ୍ରମଣ କ୍ଷେତ୍ରରେ ପୁଣିଥରେ ଖୋର୍ଦ୍ଧା ଜିଲ୍ଲା ଏକ ନମ୍ବର ସ୍ଥାନକୁ ଆସିଛି ।

ଗୋଟିଏ ଦିନରେ ୨୪ ଜିଲ୍ଲାରୁ ୨୧୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୨୬ ଜଣ କ୍ୱାରେଣ୍ଟାଇନରେ ଓ ୮୮ ଜଣ ସ୍ଥାନୀୟ ସଂକ୍ରମିତ ଥିବା ସୂଚନା ଦିଆଯଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୭, କଟକ ଓ ବଲାଙ୍ଗୀରରୁ ୨୦କରି, ବରଗଡ଼ରୁ ୧୩, ବାଲେଶ୍ୱରରୁ ୧୧, ଢେଙ୍କାନାଳ, କୋରାପୁଟ ଓ ସମ୍ବଲପୁରରୁ ୧୦କରି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୯, ଅନୁଗୁଳରୁ ୬, ଯାଜପୁର, କଳାହାଣ୍ଡି ଓ ପୁରୀରୁ ୫କରି, ଭଦ୍ରକରୁ ୪, ଝାରସୁଗୁଡ଼ା ଓ ରାୟଗଡ଼ାରୁ ୩କରି, ନୂଆପଡ଼ା, ଜଗତସିଂହପୁର ଓ ବୌଦ୍ଧରୁ ୨ଜଣ କରି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର, କେନ୍ଦ୍ରାପଡ଼ା, କନ୍ଧମାଳରୁ ତାଲିକାରେ ଜଣେକରି ଅଛନ୍ତି ।

କରୋନା ସଂକ୍ରମଣ ବୃଦ୍ଧି ସହିତ ରାଜ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୧୫୧ରେ ପହଞ୍ଚିଛି । ଆଜିସୁଦ୍ଧା ରାଜ୍ୟରେ ମୋଟ୍‍ ୩,୩୯,୪୬୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩,୩୬,୩୩୭ ଜଣ ସୁସ୍ଥ ହୋଇଛନ୍ତି । ମୋଟ୍‍ ୮୮,୯୨,୧୦୯ଟି ନମୁନା ପରୀକ୍ଷା କରାଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୩ ଜଣଙ୍କ ଠାରେ ବ୍ରିଟେନ୍‍ ଷ୍ଟ୍ରେନ ଠାବ ହୋଇଥିବା ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ରାଜ୍ୟରେ ଜଣଙ୍କଠାରେ ଡବଲ ମ୍ୟୁଟାଣ୍ଟ କରୋନା ପଜିଟିଭ ଚିହ୍ନଟ ଥିବା ଜଣାପଡ଼ିଛି ।