Home Covid ୨ହଜାର ଟପିଲା କରୋନା ମୃତ୍ୟୁ

୨ହଜାର ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଆଜି ୨ହଜାର ଅତିକ୍ରମ କରିଛି । ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ଜଣଙ୍କ ମୃତ୍ୟୁ ସହିତ ମୋଟ୍‍ ମୃତ୍ୟୁସଂଖ୍ୟା ୨୦୦୭ ହୋଇଛି । ଦୀର୍ଘଦିନ ପରେ ଗୋଟିଏ ଦିନରେ କରୋନା ମୃତ୍ୟୁ ଦୁଇ ଅଙ୍କରେ ପହଞ୍ଚିଛି ।

ମୋଟ୍‍ ମୃତକଙ୍କ ମଧ୍ୟରୁ ସର୍ବାଧିକ ୩୫୧ଜଣ ଖୋରଧା ଜିଲ୍ଲାରୁ ହୋଇଥିବାବେଳେ ଗଞ୍ଜାମରୁ ୨୫୭, ସୁନ୍ଦରଗଡରୁ ୧୮୫, କଟକରୁ ୧୪୫, ପୁରୀରୁ ୧୨. ବାଲେଶ୍ୱରରୁ ୯୮, ମୟୁରଭଞ୍ଜରୁ ୯୧ ଓ ସମ୍ବଲପୁରରେ ଏହା ୮୦ ରହିଛି । ଅନ୍ୟ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୦ ତଳକୁ ଥିବାବେଳେ ସବୁଠାରୁ କମ୍‍ ମାତ୍ର ୫ଜଣ ଦେବଗଡ ଜିଲ୍ଲାରେ ମୃତ୍ୟୁବରଣ କରିଛନ୍ତି ।

ଗତ ୨୪ଘଣ୍ଟାରେ କରୋନାରେ ପ୍ରାଣ ହରାଇଥିବା ୧୦ଜଣଙ୍କ ମଧ୍ୟରୁ ସର୍ବାଧିକ ୪ଜଣ ଖୋରଧା ଜିଲ୍ଲାର ହୋଇଥିବାବେଳେ ସୁନ୍ଦରଗଡରୁ ୩, ରାୟଗଡାରୁ ୨ ଓ ଜଣେ ବୌଦ ଜିଲ୍ଲାରୁ ଅଛନ୍ତି । ମୃତ ୧୦ଜଣଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବାବେଳେ ଭୁବନେଶ୍ୱରର ଜଣେ ୩୭ବର୍ଷିଅ ଯୁବକ ଅଛନ୍ତି ।
ସେହିଭଳି ରାଜ୍ୟରେ ସଂକ୍ରମଣର ଟ୍ରେଣ୍ଡ୍‍ ୬ହଜାର ଉପରେ ରହିବା ସହିତ ଗୋଟିଏ ଦିନରେ ୬୦୭୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇନ୍ତି । ଏମାନଙ୍କ ମଧ୍ୟରୁ ୩୫୨୨ ଜଣ କ୍ୱାରେଣ୍ଟାଇନ୍‍ରୁ ହୋଇଥିବାବେଳେ ୨୫୫୧ଟି ଲୋକାଲ କେଶ୍‍ ।

ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋରଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ଜଣ ଥିବାବେଳେ ବଳାଙ୍ଗିରରୁ ୪୫୭, ନୂଆପଡାରୁ ୪୦୦, ସୁନ୍ଦରଗଡରୁ ୩୭୧, ଝାରସୁଗୁଡାରୁ ୩୫୯, ବରଗଡରୁ ୨୮୬, କଳାହାଣ୍ଡିରୁ ୨୭୭, କେନ୍ଦୁଝରରୁ ୨୬୬, ଅନୁଗୁଳରୁ ୨୩୯, ପୁରୀରୁ ୨୨୬, ଗଞ୍ଜାମରୁ ୨୦୯, ନବରଙ୍ଗପୁରରୁ ୨୦୬, ଜଣ ରହିଛନ୍ତି । ସବୁଠାରୁ କମ୍‍ ମାତ୍ର ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ଘଣ୍ଟାରେ ରାଜ୍ୟରେ ୩୬,୮୪୫ଟି ନମୂନା ପରୀକ୍ଷା ସହିତ ମୋଟ୍‍ ନମୂନା ପରୀକ୍ଷା ୯୯,୫୪,୭୩୯ରେ ପହଞ୍ଚିଛି । ପରୀକ୍ଷା ହୋଇଥିବା ନମୂନା ମଧ୍ୟରୁ ୪.୨୨ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ରାଜ୍ୟରେ ମୋଟ୍‍ କରୋନା କରୋଗୀଙ୍କ ସଂଖ୍ୟା ୪,୨୦,୧୨୯ରେ ପହଞ୍ଚି ଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦ହଜାର ଅତିକ୍ରମ କରିଯାଇଛି ।