Home Covid ୧୯୨୯ରୁ ଲକ୍ଷେରୁ ଅଧିକ କଲ୍‍

୧୯୨୯ରୁ ଲକ୍ଷେରୁ ଅଧିକ କଲ୍‍

ଭୁବନେଶ୍ୱର : କୋଭିଡ୍ ପରିଚାଳନାରେ ଏକ ମୁଖ୍ୟ ଦାୟିତ୍ୱ ନିଭାଉଛି ୧୯୨୯ କଲ୍ ସେଣ୍ଟର । ଏହି ସେଣ୍ଟରରୁ କଲ୍ ଯାଉଥିବା ସଂଖ୍ୟା ଆଜି ଏକ ଲକ୍ଷରୁ ଅଧିକ ହୋଇଛି ।

ଭୁବନେଶ୍ୱର ମହାନଗର ନିଗମ(ବି ଏମ୍ ସି)ଦ୍ୱାରା ପରିଚାଳିତ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବି ଏସ୍ ସି ଏଲ୍‌) କାର୍ଯ୍ୟାଳୟରେ ଥିବା ଭୁବନେଶ୍ୱର ଅପରେସନ୍ ସେଣ୍ଟର(ବି ଓ ସି ) ର ୧୯୨୯ ସେଣ୍ଟରରୁ ଏକ ଲକ୍ଷ ଛଅହଜାର ତିନିଶହ ଛବିଶ ଗୋଟି କଲ୍ ଯାଇଛି ।

ମୁଖ୍ୟତଃ ୧୯୨୯ ରୁ ବାହାରକୁ ଯାଉଥବବା କଲ୍ ଗୁଡିକ ଗୃହ ସଂଗରୋଧରେ ଥିବା ରୋଗୀ ମାନଙ୍କ ବାବଦରେ ବୁଝିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେବା ବାବଦରେ କରାଯାଉଥିବା ବେଳେ, ବାହାରକୁ ଯାଇଥିବା ସମୁଦାୟ କଲଗୁଡିକ ମଧ୍ୟରୁ ୨୩୧୨ ଟି କଲ୍ କେବଳ ରେଡ୍ ଫ୍ଲାଗ୍ ରୋଗୀଙ୍କ ନିକଟକୁ ଯାଇଛି ।

ଗୃହ ସଂଗରୋଧରେ ଥିବା ରୋଗୀ ମାନଙ୍କ ମଧ୍ୟରୁ ଯେଉଁମାନେ ମଧ୍ୟମ ଧରଣର ଅସୁସ୍ଥତା ଭୋଗୁଥିବେ ସେମାନଙ୍କୁ ରେଡ୍ ଫ୍ଲାଗ୍ ରୋଗୀ ବର୍ଗରେ ନିଆଯାଉଥିବାବେଳେ କମ୍ ଅସୁସ୍ଥତା ବର୍ଗର ରୋଗୀଙ୍କୁ ଗ୍ରୀନଫ୍ଲାଗରେ ଅର୍ନ୍ତଭୁକ୍ତ କରାଯାଇଛି । ପ୍ରତ୍ୟେକ୍ ରେଡ୍ ଫ୍ଲାଗ୍ ରୋଗୀଙ୍କୁ ସଂପୃକ୍ତ ଆର୍ ଆର୍ ଟି ସଦସ୍ୟମାନେ ଲଗାତାର୍ ତିନିଦିନ ଧରି ଫୋନ୍ କରିବା ସହିତ ବାରମ୍ବାର ଗୃହ ପରିଦର୍ଶନ କରିଥାନ୍ତି ।

ଏହି ୧୯୨୯ ସେଣ୍ଟରରେ କେବଳଯେ କୋଭିଡ୍ ସଂକ୍ରମିତ ମାନଙ୍କୁ ଫୋନ୍ କରି ରୋଗୀମାନଙ୍କୁ ସେମାନଙ୍କର ସ୍ୱାସ୍ୟ୍ଥାବସ୍ଥା ବୁଝୁଛନ୍ତି ତାହା ନୁହେଁ; ଏହା ବ୍ୟତୀତ ସେମାନେ ବର୍ତମାନ ସମ୍ମୁଖ ଯୋଦ୍ଧା ମାନଙ୍କୁ ସେମାନଙ୍କର ଟିକାକରଣ ସ୍ଥିତି ବାବଦରେ ପଚାରିବୁଝିଛନ୍ତି ।

ବି ଏମ୍ ସି କ଼ମିଶନର ସଂଜୟ କୁମାର ସିଂହଙ୍କ ନିର୍ଦେଶ ଅନୁସାରେ ସମ୍ମୁଖ ଯୋଦ୍ଧାମାନଙ୍କୁ ପଚାରି ବୁଝିବା ପାଇଁ ୧୯୨୯ ସହାୟକ ମାନେ ଏବେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସେମାନଙ୍କର ଟିକାକାଣ ସ୍ଥିତି ଏବଂ ଦ୍ୱିତୀୟ ଡୋଜ୍ ଟିକା ବାବଦରେ ପଚାରି ବୁଝିଚନ୍ତି । ଗତକାଲି ୬,୮୪୪ଜଣଙ୍କୁ ଫୋନ୍‌କରି ୧୯୨୯ ସହାୟକମାନେ ସେମାନଙ୍କର ଟିକା ନେବା ସ୍ଥାଗ ଏବଂ ଡୋଜ୍ ବାବଦରେ ବୁଝିଛନ୍ତି ।

ଏଠାରୁ ଡାକ୍ତରୀ ପରାମର୍ଶ ପାଇବା ପାଇଁ କଲ୍ ସେଂଟର୍ର ସହାୟକମାନେ ୨୮୯୬୨ ଜଣଙ୍କୁ ଡାକ୍ତରୀ ପରାମର୍ଶ ଯୋଗାଇଦେବାର ସହାୟତା ଦେଇଛନ୍ତି ।ତେବେ ଏହି ସେଂଟରରେ ବିଭିନ୍ନ ଦଳରେ ଏବଂ ନିୟମିତ ସମୟରେ ୧୯ ଜଣ ଡାକ୍ତର ରହି ପରାମର୍ଶ ସେବା ଯୋଗାଉଛନ୍ତି ।

୧୯୨୯ କଲ୍ ସେଣ୍ଟରକୁ ୮୮,୬୫୮ ଟି କଲ୍ ଆସିଛି । ଆସୁଥିବା କଲ୍ ର ପରିଚାଳନା ଅଧିନରେ ହସ୍ପିଟାଲ୍ ସିଫ୍ଟିଙ୍ଗ ଅନୁରୋଧ, ଗୃହ ସଂଗରୋଧଙ୍କୁ ଆର୍ ଆର୍ ଟି ଭେଟିଯିବା, ହୋମ୍ ଆଇସୋଲେସନ୍ ପରେ ଡିସ୍‌ଚାର୍ଜ ସାର୍ଟିଫିକେଟ୍ ପାଇବା,ଟେଷ୍ଟିଙ୍ଗ୍‌, ଟିକାକରଣ,ଡେଥ୍ ସାର୍ଟି ଫିକେଟ୍‌,ବିଦେଶରେ ପଢ଼ୁଥିବା ଶିକ୍ଷାର୍ଥୀଙ୍କ ଟିକାକରଣ, ଗମନା ଗମନ ସଂପର୍କିତ ନିୟମ, ବିଶୋଧିକରଣ ଏବଂ ଶବ ସତ୍କାର ଜନିତ ସୂଚନା ଦେଇଥାନ୍ତି ।

ଡାକ୍ତରଙ୍କୁ ଛାଡି ଏଠାରେ ସମୁଦାୟ ତିନୋଟି ସିଫ୍ଟ୍‌ରେ ୪୮ ଜଣ ଏକଜେକ୍ୟୁଟିଭ୍ କାର୍ଯ୍ୟ କରୁଛନ୍ତି । ଏହି କଲ୍ ସେଣ୍ଟରର ସିଫ୍ଟ୍ ଗୁଡିକ ସକାଳ ୬ ଘଟିକାରୁ ଅପରାହ୍ନ ୨ ଘଟିକା, ଅପରାହ୍ନ ୨ ଘଟିକାରୁ ରାତ୍ର ୧୦ ଘଟିକା ଏବଂ ରାତ୍ର ୧୦ ଘଟିକାରୁ ସକାଳ ୬ ଘଟିକା ଏହିପରି ଭାବେ ପରିଚାଳିତ ହେଉଅଛି ।

ସମୁଦାୟ ୩୫ ଟି ୱାର୍କ୍ ଷ୍ଟେସନ୍ ରୁ ୧୯୨୯ ସେବା ଚାଲୁରହିଛି ।ଏଥରୁ ୧୫ ଟି କଲ୍ ରିସିଭ୍ କରିବାରେ, ୫ ଟି ବାହାରକୁ କଲ୍ କରିବାରେ,୮ ଗୋଟି ଡାକ୍ତର୍ ମାନଙ୍କ ପରାମର୍ଶ ସେବା ଦେବାରେଏବଂ ଅବଶିଷ୍ଟ ୪ ଗୋଟି ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କର ଟିକାକରଣ ଏବଂ ଟେଷ୍ଟିଂ ସେବା ପାଇଁ ଅଗ୍ରୀମ ସୂଚନା ଦେବାନେବାରେ ନିୟୋଜିତ ।