Home Education ୧୫ରୁ ଯୁବ ବିକାଶ କାର୍ଯ୍ୟକ୍ରମ

୧୫ରୁ ଯୁବ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ବର : ରାଜ୍ୟ ସରକାର କ୍ରୀଡ଼ା, ସଂସ୍କୃତି, ସାମାଜିକ କ୍ଷେତ୍ରରେ ଯୁବ ବର୍ଗ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ “ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ” (ଆର.ୱାଇ.ଡି.ପି.) ଅଧୀନରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯୁବ ବର୍ଗ / ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନ ସ୍ତରରେ ପ୍ରତିଯୋଗୀତା ଆୟୋଜନ କରାଯିବ। ପରବର୍ତ୍ତୀ ସମୟରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୁବ ମହୋତ୍ସବ ମାନ ଆୟୋଜନ କରାଯିବ। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗର ନିୟନ୍ତ୍ରଣାଧୀନ ୬୮୭ ଶିକ୍ଷାନୁଷ୍ଠାନ (ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ଯୋଜନାରେ ଶିକ୍ଷାନୁଷ୍ଠାନ ମାନେ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗୀତାମାନ ତା୧୫.୧୧.୨୦୨୩ରିଖରୁ ତା୩୦.୧୨.୨୦୨୩ରିଖ ପର୍ଯ୍ୟନ୍ତ ଆୟୋଜନ କରିବେ। କାର୍ଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ କ୍ରୀଡ଼ା ଓ ଯୁବସେବା ବିଭାଗ ଆବଶ୍ୟକ ମାର୍ଗଦର୍ଶିକା ଓ ପାଣ୍ଠି ଯୋଗାଇ ଦେଇଛନ୍ତି। ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରୋତ୍ସାହନ କରିବା, ସାମାଜିକ କାର୍ଯ୍ୟକଳାପ ଆଦିକୁ ପ୍ରୋତ୍ସାହନ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ଅଟେ।ଏହାଦ୍ବାରା ଓଡ଼ିଶାର ଯୁବ ବର୍ଗଙ୍କର ନେତୃତ୍ବର ବିକାଶ ସହଭାଗିତା ଓ ବ୍ୟକ୍ତିଗତ କଳାର ବିକାଶ ସାଧନ ହେବ ଏବଂ ଯୁବ ବର୍ଗ ସହିତ ସାଧାରଣ ସଂପ୍ରଦାୟ ସହିତ ଏକ ଉତ୍କର୍ଷ ସମ୍ପର୍କ ସ୍ଥାପିତ ହେବ। 

ଏହି ଯୋଜନାରେ ୧୦୦ ରୁ ଅଧିକ ପିଲା ଥିବା କଲେଜର ଅଂଶ ଗ୍ରହଣ କରିବେ। କଲେଜ କତୃପକ୍ଷ କମିଟି ଗଠନ କରିବେ। ଛାତ୍ର ଛାତ୍ରୀ ସଦସ୍ୟ ରହିବେ। ହକି ସହ ସ୍ଥାନୀୟ କ୍ରୀଡା କୁ ଗୁରୁତ୍ବ ଦିଆଯିବ। ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯିବ। +୨ ଓ +୩ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବେ। ସ୍ପୋର୍ଟସ କ୍ଳବ୍ ସହ କଲେଜ ଛାତ୍ର ଛାତ୍ରୀ ବି ପ୍ରତିଯୋଗିତା କରାଯିବ । ପିଲା ମାନଙ୍କର ର ମତାମତ ନିଆଯାଇ କେଉଁ କ୍ରୀଡା କରାଯିବ ନିଷ୍ପତ୍ତି ନେବେ। କ୍ରୀଡା ସାମଗ୍ରୀ କାଣିବା ପାଇଁ ୩୦ ପ୍ରତିଶତ ଖର୍ଚ୍ଚ କରିବେ।ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୪୦ ପ୍ରତିଶତ ଖର୍ଚ୍ଚ କରିପାରିବେ. ପାଠପଢା ବାଧାପ୍ରାପ୍ତ ନ ହୋଇ କିପରି କାର୍ଯ୍ୟକ୍ରମ ଆୟୋଜନ କରିଆଯିବ ସେ ନେଇ ପ୍ରାଥମିକତା ଦିଆଯିବ।

 ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ବି ୨୦ ପ୍ରକାର କାର୍ଯ୍ୟକ୍ରମ କରାଯିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ୬୮୭ କଲେଜରେ ବିଭାଗଗୁଡିକ ସେମାନଙ୍କର କାର୍ଯ୍ୟକ୍ରମ କରିବେ।  ଏହି କାର୍ଯ୍ୟକ୍ରମ ପାଇଁ  ୧୦୦ ରୁ ୨୦୦ ପିଲା ଥିବା କଲେଜକୁ ଦେଢ଼ ଲକ୍ଷ। ୨୦୦ ରୁ ୫୦୦ ପିଲା ଥିବା କଲେଜ କୁ ୩ ଲକ୍ଷ । ୫୦୦ ରୁ ୧୦୦୦ ପିଲା ଥିବା କଲେଜକୁ ୪ ଲକ୍ଷ। ୧୦୦୦ ରୁ ୨୦୦୦ ପିଲା ଥିବା କଲେଜକୁ ୬ ଲକ୍ଷ। ୨୦୦୦ ରୁ ଅଧିକ ପିଲା ଥିବା କଲେଜକୁ ୯ ଲକ୍ଷ ଟଙ୍କା ସରକାର ପ୍ରଦାନ କରିବେ । ଏହି ସମୀକ୍ଷା ସମୟରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରଓ୍ବାଲ, ସ୍ବତନ୍ତ୍ର ସଚିବ ପ୍ରମୋଦ ମିଶ୍ର, ବିଭାଗର ନିର୍ଦେଶକ ଭବାନୀ ଶଙ୍କର ଚୟନୀଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।