Home Administration ୧୨ ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି

୧୨ ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ୧୨ଟି ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି । ଅନ୍ୟ ବିଭାଗର ସଚିବମାନେ ଅତିରିକ୍ତ ଭାବେ ଏହି ବିଭାଗ ଦାୟିତ୍ୱରେ ଅଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୨ଟି ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି, ମାତ୍ର ଅନ୍ୟ ବିଭାଗର ସଚିବ ଏହି ଦାୟିତ୍ୱରେ ଅଛନ୍ତି । ସେହିଭଳି ୫ବର୍ଷରୁ ଅଧିକ ସମୟ ଧରି ଦୁଇଜଣ ସଚିବ ତିନିଟି ବିଭାଗର ଦାୟିତ୍ୱରେ ରହିଛି ।

ଭାରତୀୟ ପ୍ରଶାସନିକ ସେବାର ଏହି ସଚିବମାନେ ହେଲେ ସରକାରୀ ଉଦ୍ୟୋଗ ବିଭାଗ ଦାୟିତ୍ୱରେ ଥିବା ବିଜୟ ଆରୋରା ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱରେ ଥିବା ଜି.ମାଥିଭାଥନନ୍‍ । ପ୍ରଶାସନିକ ଆବଶ୍ୟକତା ଓ ଜନସଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଉପରୋକ୍ତ ସଚିବମାନଙ୍କୁ ବିଭାଗରୁ ବଦଳି କରାଯାଇ ନାହିଁ । (ତଥ୍ୟ)