Home Agriculture ୧୧,୧୦୧ କୋଟିର ଧାନ ସଂଗ୍ରହ

୧୧,୧୦୧ କୋଟିର ଧାନ ସଂଗ୍ରହ

ଭୁବନେଶ୍ୱର : ରାଜ୍ୟରେ ୨୦୨୨ ମାର୍ଚ୍ଚ ୩୧ ତାରିଖରେ ଖରିଫ ଧାନସଂଗ୍ରହ କାର୍ଯ୍ୟ ଶେଷ ହୋଇଥିବାବେଳେ ମୋଟ ୫୭ ଲକ୍ଷ ୨୨ ହଜାର ୩୦୪ ମେଟି୍ରକ୍‌ ଟନ ଧାନସଂଗ୍ରହ କରାଯାଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ପଂଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କ ନିକଟରୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ମୋଟ ୧୧ ହଜାର ୧୦୧ କୋଟି ୨୭ ଲକ୍ଷ ଟଙ୍କାର ଖରିଫ ଧାନସଂଗ୍ରହ କରାଯାଇଛି ।

ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଧାନସଂଗ୍ରହ କରାଯାଇଥିବାବେଳେ ଯାଞ୍ଚ ହୋଇଥିବା ଚାଷୀଙ୍କ ମଧ୍ୟରୁ ମୋଟ ୧୨ ଲକ୍ଷ ୯୨ ହଜାର ୭୩୨ ଜଣ ସେମାନଙ୍କର ଖରିଫ୍‌ ଧାନ ବିକ୍ରୟ କରିଛନ୍ତି । ତନ୍ମଧ୍ୟରେ ୧୦ ଲକ୍ଷ ୯୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୪ ଲକ୍ଷ ୭୦ ହଜାର କ୍ଷୁଦ୍ର ଏବଂ ୬ ଲକ୍ଷ ୨୨ ହଜାର ନାମମାତ୍ର ଚାଷୀ ଖରିଫ ଧାନ ବିକି୍ର କରିଛନ୍ତି । ୨୦୨୦-୨୧ ଖରିଫ୍‌ ଧାନସଂଗ୍ରହ ପ୍ରକି୍ରୟାରେ ମୋଟ ୧୧ ଲକ୍ଷ ୯୧ ହଜାର ଚାଷୀ ଧାନ ବିକି୍ର କରିଥିବାବେଳେ ୨୦୨୧-୨୨ରେ ମୋଟ ୧୨ ଲକ୍ଷ ୯୨ ହଜାର ୭୩୨ ଜଣ ଚାଷୀ ଖରିଫ୍‌ ଧାନ ବିକ୍ରି କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଅଧିକରୁ ଅଧିକ ଧାନସଂଗ୍ରହ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ପରିପ୍ରେକ୍ଷୀରେ ବିଗତ ବର୍ଷଗୁଡ଼ିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇଛି । ୨୦୧୮-୧୯ ବର୍ଷ ଖରିଫ୍‌ ଧାନସଂଗ୍ରହ ତୁଳନାରେ ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ ଖରିଫ ବର୍ଷଗୁଡ଼ିକରେ ଧାନସଂଗ୍ରହରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଭାଗୀଦାରିତାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।

୨୦୧୮-୧୯ ବର୍ଷ ଖରିଫ୍‌ ଧାନସଂଗ୍ରହ ପ୍ରକ୍ରିୟାରେ ମୋଟ ୫ ଲକ୍ଷ ୬୦ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକି୍ର କରିଥିବାବେଳେ ୨୦୧୯-୨୦ ବର୍ଷର ଖରିଫ୍‌ ଧାନସଂଗ୍ରହରେ ୭ ଲକ୍ଷ ୨୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୨୦୨୦-୨୧ ବର୍ଷର ଖରିଫ ଧାନସଂଗ୍ରହରେ ୯ ଲକ୍ଷ ୭ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରୟ କରିଥିବାବେଳେ ୨୦୨୧-୨୨ ବର୍ଷରେ ମୋଟ ୧୦ ଲକ୍ଷ ୯୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରୟ କରିଛନ୍ତି ।

୨୦୧୮-୧୯ ବର୍ଷର ଖରିଫ୍‌ ଧାନ ସଂଗ୍ରହ ତୁଳନାରେ ୨୦୨୧-୨୨ ଖରିଫ୍‌ ଧାନସଂଗ୍ରହରେ ୯୫ ପ୍ରତିଶତ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରୟ କରିଛନ୍ତି ବୋଲି ଶ୍ରୀ ସ୍ୱାଇଁ
କହିଛନ୍ତି । ସେହିପରି ୨୦୨୦-୨୧ ବର୍ଷ ଖରିଫ୍‌ ଧାନସଂଗ୍ରହ ତୁଳନାରେ ୨୦୨୧-୨୨ ବର୍ଷ ଖରିଫ୍‌ ଧାନସଂଗ୍ରହ ପ୍ରକ୍ରିୟାରେ ୨୦ ପ୍ରତିଶତ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକି୍ର କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ଅନ୍‌ଲାଇନ୍‌ ଓ ପି-ପାସ୍‌ ତଥା ଆଗୁଆ ଟୋକେନ୍‌ ମାଧ୍ୟମରେ ଧାନସଂଗ୍ରହ କରାଯାଇଥିବାବେଳେ ଏହାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବା ନିମନ୍ତେ ୫-‘ଟି’ ଆଧାରରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଚଳିତ ଖରିଫ ଧାନ ନିମନ୍ତେ ରାଜ୍ୟର ୭ଟି ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ ଭାବରେ ସାଟେଲାଇଟ୍‌ ଇମେଜରି ମାଧ୍ୟମରେ ପ୍ରକୃତ ଚାଷ କରାଯାଇଥିବା ଧାନ ଜମିର ଯାଞ୍ଚ କରାଯାଇଥିଲା ।

ଏଥି ସହିତ ଅଧିକାରୀଙ୍କ ଦ୍ୱାରା ମଧ୍ୟ କ୍ଷେତ୍ର ପରିଦର୍ଶନ କରାଯାଇ ପ୍ରକୃତ ଧାନଜମିର ଯାଞ୍ଚ କରାଯାଇ ଭୁଲ ତଥ୍ୟ ଆଧାରରେ ପଂଜୀକୃତ କରିଥିବା ଜମିକୁ ଧାନକିଣା ପ୍ରକ୍ରିୟାରୁ ବାଦ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ଚଳିତ ଖରିଫ ଧାନ ଜମିର ଯାଞ୍ଚ ନିମନ୍ତେ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଉପଗ୍ରହ ଫଟୋଚିତ୍ର ମାଧ୍ୟମରେ ଯାଞ୍ଚ କାର୍ଯ୍ୟ
କରାଯାଇଥିଲା ।

ଅଧିକ ଖରିଫ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରୁ ସର୍ବାଧିକ ୬ ଲକ୍ଷ ୧୪ ହଜାର ୧୦୨ ମେଟି୍ରକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା । ସେହିପରି କଳାହାଣ୍ଡିରୁ ୪ ଲକ୍ଷ ୬୬ ହଜାର ୧୧୭ ମେଟି୍ରକ୍‌ ଟନ୍‌, ଗଞ୍ଜାମରୁ ୪ ଲକ୍ଷ ୫ ହଜାର ୨୦୨ ମେଟି୍ରକ୍‌ ଟନ୍‌, ସୁବର୍ଣ୍ଣପୁରରୁ ୩ ଲକ୍ଷ ୩୮ହଜାର ୬୫୫ ମେଟି୍ରକ୍‌ ଟନ୍‌, ସମ୍ବଲପୁରରୁ ୨ ଲକ୍ଷ ୯୬ ହଜାର ୨୮୦ ମେଟି୍ରକ୍‌ ଟନ୍‌, ବଲାଙ୍ଗୀରରୁ ୨ ଲକ୍ଷ ୮୪ ହଜାର ୭୩୨ ମେଟି୍ରକ୍‌ ଟନ୍‌, ସୁନ୍ଦରଗଡ଼ରୁ ୨ ଲକ୍ଷ ୨୪ ହଜାର ୮୦୨ ମେଟି୍ରକ୍‌ ଟନ୍‌, କୋରାପୁଟରୁ ୨ ଲକ୍ଷ ୪୧ ହଜାର ୩୮୯ ମେଟ୍ରିକ୍‌ ଟନ୍‌ ଓ ବାଲେଶ୍ୱରରୁ ୨ ଲକ୍ଷ ୧୫ ହଜାର ୮୪୪ ମେଟ୍ରିକ ଟନ୍‌ ଖରିଫ ଧାନ ୨୯୯୬ଟି ସୋସାଇଟି ମାଧ୍ୟମରେ ସଂଗ୍ରହ କରାଯାଇଥିଲା ।