Home News in Odia ୧୦୧୬ଜଣ ଏଏସ୍‍ଆଇଙ୍କୁ ନିଯୁକ୍ତି

୧୦୧୬ଜଣ ଏଏସ୍‍ଆଇଙ୍କୁ ନିଯୁକ୍ତି

ଭୁବନେଶ୍ୱର :୧୦୧୬ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ)ଙ୍କୁ ବିଭିନ୍ନ ଜିଲ୍ଲାର ଥାନା ସମେତ ବିଭିନ୍ନ ପୋଲିସ୍ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଛି । ଅପରାଧ ମାମଲାର ତଦନ୍ତ ଏବଂ ଆଇନ୍‌ଶୃଙ୍ଖଳା ଭଳି ପରିସ୍ଥିତି ସମୟରେ ସଠିକ୍‌ଭାବେ କାର୍ଯ୍ୟ କରିବାକୁ ସେମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରଶିକ୍ଷଣ ସମୟରେ ଅନୁଷ୍ଠିତ ହେଉଥିବା ଲିଖିତ ପରୀକ୍ଷା ଏବଂ ପରେ ଥାନା ସହିତ ସଂଲଗ୍ନ ଭଳି ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨୦୨୦ରେ ୧୦୯୨ଜଣ କନେଷ୍ଟବଳ/ ହାବିଲଦାର/ ଲାନ୍ସନାଏକ ପଦବୀରୁ ଏଏସ୍‌ଆଇ ପଦବୀକୁ ପଦୋନ୍ନତି ନିମନ୍ତେ ପ୍ରକାଶିତ ହୋଇଥିଲା । ଲିଖିତ ପରୀକ୍ଷା ଏବଂ ସର୍ଭିସ୍ ରେକର୍ଡ ଯାଞ୍ଚ କରାଯିବା ପରେ ସେମାନଙ୍କୁ ପଦୋନ୍ନତି ପ୍ରଦାନ କରାଯିବା ନିମନ୍ତେ ନିଷ୍ପତି ହୋଇଥିଲା ।

ସେହିକ୍ରମରେ ପଦନ୍ନୋତି ପାଇଥିବା ଏଏସ୍‌ଆଇଙ୍କୁ ୪ ମାସ ଇନ୍‍ଷ୍ଟିଟ୍ୟୁସନାଲ ତାଲିମ ଏବଂ ୨ ମାସ ବିଭିନ୍ନ ପୋଲିସ୍ ଷ୍ଟେସନ ସହିତ ସଂଲଗ୍ନ କରାଯାଇଥିଲା । ପଦୋନ୍ନତି ପାଇଥିବା ଏଏସ୍‌ଆଇମାନେ ଏଇଟି, କୋରାପୁଟ, ପିଟିଏସ୍‌, ନୟାଗଡ଼, ବିଟିଆଇ, ବୁର୍ଲା, ୟୁପି ଏବଂ ଟିଟିଆଇ, ଭୁବନେଶ୍ୱର, ପିଟିସି, ଅନୁଗୁଳ ଏବଂ ପିଟିଆଇ, ବୈରୀ ଠାରେ ତାଲିମ୍ ଗ୍ରହଣ କରିଥିଲେ ।

ସେମାନଙ୍କ ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ଏକ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବାର ଆବଶ୍ୟକତା ରହିଛି । ତାପରେ ସେମାନେ ଅପରାଧ ମାମଲା ଗୁଡ଼ିକର ତଦନ୍ତ ନିମନ୍ତେ ସ୍ୱୀକୃତି ପାଇପାରିବେ ।

ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ଉତମ ସେବା ଯୋଗାଇବାରେ ଏତେ ସଂଖ୍ୟକ ତଦନ୍ତକାରୀ ଅଧିକାରୀ ମୁଖ୍ୟ ଭୂମିକା ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here