Home Health ୧୦୦ ଟଙ୍କାରେ କରୋନା ପରୀକ୍ଷା

୧୦୦ ଟଙ୍କାରେ କରୋନା ପରୀକ୍ଷା

ଭୁବନେଶ୍ୱର : କରୋନା ପରୀକ୍ଷା ଏଣିକି ୧୦୦ ଟଙ୍କାରେ ହୋଇପାରିବ । ରାଜ୍ୟ ସରକାର ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଶହେ ଟଙ୍କା ଦେଇ କୌଣସି ବ୍ୟକ୍ତି ଘରୋଇ ପରୀକ୍ଷାଗାରରେ ନିଜର କରୋନା ପରୀକ୍ଷା କରାଇ ପାରିବ । ପ୍ରଥମେ ଏହା ୨୨୦୦ ଟଙ୍କା ଥିବାବେଳେ ପରେ ୧୨୦୦ ଟଙ୍କା ଏବଂ ଏବେ ୧୦୦ ଟଙ୍କାକୁ ହ୍ରାସ ପାଇଛି ।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଆରଟି ପିସିଆର ପରୀକ୍ଷା ପାଇଁ ସମସ୍ତ କର ସହିତ ୧୦୦ ଟଙ୍କା ଦେବାକୁ ପଡିବ । କେୟାର, ସମ୍‍, କିଟ୍‍ ହସ୍ପିଟାଲ ସହିତ ଜେନେଏକ୍ସ ଆଦି ଘରୋଇ ଲାବରେ ଏହି ପରୀକ୍ଷା ହୋଇପାରିବ ।