Home Covid ୧୦ହଜାର ନିକଟରେ କରୋନା

୧୦ହଜାର ନିକଟରେ କରୋନା

ଭୁବନେଶ୍ବର: ଋାଜ୍ୟରେ ଦୈନିକ କରୋନା ସଂକ୍ରମଣ ପାଖାପାଖି ୧୦ହଜାର ନିକଟରେ ରହୁଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୯୮୮୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ଭିତରୁ ୫୬୧୧ଜଣ ସଙ୍ଗରୋଧରୁ ଓ ୪୨୭୮ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏହି ୯୮୮୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩୭ ଜଣ ଚିହ୍ନଟ ହୋଇଛନ୍ତି।

ଗୋଟିଏ ଦିନରେ ସୁନ୍ଦରଗଡ଼ରେ ୧୧୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୭୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ଟି ଜିଲ୍ଲାରେ ସଂକ୍ରମଣ ୪ଶହ ଉପରେ ରହିଛି । ବରଗଡରୁ ୪୮୩, ସମ୍ବଲପୁରରୁ ୪୭୦, ଅନୁଗୁଳରୁ ୪୪୩, ପୁରୀରୁ ୪୩୬ ଓ କଳାହାଣ୍ଡିରୁ ୪୧୪ ନୂଆ ମାମଲା ଆସିଛି। ଝାରସୁଗୁଡ଼ାରୁ ୩୮୬, ନୂଆପଡ଼ାରୁ ୩୩୫, ବଲାଙ୍ଗୀରରୁ ୩୨୬, ଗଞ୍ଜାମରୁ ୩୧୦, ଯାଜପୁରରୁ ୨୮୨, ମୟୂରଭଞ୍ଜରୁ ୨୪୩ ଓ ନୟାଗଡ଼ରୁ ୨୨୩ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦୁଝର ଜିଲ୍ଲାରୁ ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁବର୍ଣ୍ଣପୁରରୁ ୧୫୮, ଜଗତସିଂହପୁରରୁ ୧୫୬, ବାଲେଶ୍ୱରରୁ ୧୫୧, କେନ୍ଦ୍ରାପଡ଼ାରୁ ୧୩୩, ବୌଦ୍ଧ ଓ ରାୟଗଡ଼ାରୁ ୧୨୯ ଲେଖାଏଁ, ଗଜପତିରୁ ୧୧୭, କୋରାପୁଟରୁ ୯୪, ମାଲକାନଗିରିରୁ ୮୬, ଦେବଗଡ଼ରୁ ୭୫, କନ୍ଧମାଳ ଓ ଭଦ୍ରକରୁ ୫୨ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି। ୯୮୮୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୬୪୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୧୦ ହଜାର ୨୨୭ ଜଣ ସୁସ୍ଥ ହୋଇସାରିଲେଣି। ୭୭ ହଜାର ୨୫୭ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୬ଜଣ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୦୪ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ଗଜପତି ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ସୁନ୍ଦରଗଡ ଓ ରାୟଗଡାର ୨ ଜଣ ଲେଖାଏଁ ଏବଂ ପୁରୀ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଉ ୪ ଜଣ ପ୍ରାଣ ହରାଇବା ପରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭୪କୁ ବୃଦ୍ଧି ପାଇଛି। ଏହା ସହିତ ଏଯାବତ ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହିପରି ଗଜପତିରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫ରେ ପହଞ୍ଚିଥିବା ବେଳେ କଳାହାଣ୍ଡିରେ ୪୬, ପୁରୀରେ ୧୨୮, ରାୟଗଡ଼ାରେ ୬୯, ସମ୍ବଳପୁରରେ ୮୨ ଓ ସୁନ୍ଦରଗଡ଼ରେ ୨୦୦ ହୋଇଛି।