Home Health ୧୦ହଜାର ଟ୍ରେଣ୍ଡ ଜାରି

୧୦ହଜାର ଟ୍ରେଣ୍ଡ ଜାରି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ୧୦ହଜାର ଟ୍ରେଣ୍ଡ ଜାରି ରହିଛି । ୬ ତାରିଖ ଦିନ ରାଜ୍ୟରେ ସର୍ବାଧିକ ୧୨,୨୩୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେବେଠାରୁ ସଂକ୍ରମଣର ସଂଖ୍ୟା ୧୦ହଜାର ଉପରେ ରହୁଛି ।

ଗତ ୨୪ ଘଣ୍ଟାରେ ୧୦,୦୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଲଗାତାର ୫ ଦିନ ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଉପରେ ରହିଛି । ସେହିପରି କରୋନାରେ ରାଜ୍ୟରେ ଆଉ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ୧୦,୦୩୧ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୩ କ୍ୱାରେଣ୍ଟାଇନରୁ ଓ ୩୪୦୮ଟି ହେଉଛି ଲୋକାଲ୍ କେସ୍ ।

ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୮୨୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୨୦, ପୁରୀରୁ ୭୦୮, ଅନୁଗୋଳରୁ ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡ଼ାରୁ ୩୧୧, ନବରଙ୍ଗପୁରରୁ ୩୦୬, ସମ୍ବଲପୁରରୁ ୩୦୨ ଚିହ୍ନଟ ହୋଇଛନ୍ତି ।

ସେହିପରି ୩ଶହ ତଳକୁ ସଂକ୍ରମିତ ଜିଲ୍ଲା ମଧ୍ୟରେ ବଲାଙ୍ଗିରରୁ ୨୭୪,ନୟାଗଡ଼ରୁ ୨୬୯, ଭଦ୍ରକରୁ ୨୪୮, ବାଲେଶ୍ୱରରୁ ୨୩୦, ଢେଙ୍କାନାଳରୁ ୨୪୪, କେନ୍ଦ୍ରାପଡ଼ାରୁ ୨୪୩, ଗଞ୍ଜାମରୁ ୨୦୯, ମୟୂରଭଞ୍ଜରୁ ୨୦୭, ବୌଦ୍ଧରୁ ୧୮୩, ସୁବର୍ଣ୍ଣପୁରରୁ ୧୬୯, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୪୨, ରାୟଗଡ଼ାରୁ ୧୩୨, ଦେବଗଡ଼ରୁ ୧୧୮, ଜଗତସିଂହପୁରରୁ ୧୧୫, ଗଜପତିରୁ ୮୯, କନ୍ଧମାଳରୁ ୭୫ ଓ ମାଲକାନଗିରିରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି ।

୧୦,୦୩୧ଟି ନୂଆ ପଜିଟିଭ ସହ ରାଜ୍ୟରେ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୪,୮୭୩ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୪,୪୭,୮୬୩ ଜଣ ସୁସ୍ଥ ହୋଇସାରିଲେଣି । ୯୪,୭୬୦ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି ।

ଅନ୍ୟପକ୍ଷରେ କରୋନାରେ ରାଜ୍ୟରେ ଆଉ ୧୭ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି । ୧୭ ମୃତକଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ମହିଳା । ଖୋର୍ଦ୍ଧା, ରାୟଗଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଛି । ସେହିପରି ପୁରୀ ଜିଲ୍ଲାରୁ ୨ ଜଣ ଥିବା ବେଳେ ଅନୁଗୋଳ, ବଲାଙ୍ଗିର ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

ଏହି ୧୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ରହିଥିଲା । ସେହିପରି ଜଣେ ସିକିଲ୍ ସେଲ୍ ରୋଗରେ ବି ପୀଡ଼ିତ ଥିବା ବେଳେ ଅନ୍ୟ ଜଣଙ୍କର ଲିଭରରେ ସମସ୍ୟା ଥିଲା । ଆଉ ୩ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୮୯ରେ ପହଞ୍ଚିଛି, ଯାହା ରାଜ୍ୟରେ ସର୍ବାଧିକ ।

ରାୟଗଡ଼ାରେ ଏଯାଏଁ ୭୪ ଜଣଙ୍କ ଜୀବନ ଯାଇଥିବା ବେଳେ କଳାହାଣ୍ଡିରେ ୫୮, ସୁନ୍ଦରଗଡ଼ରେ ୨୧୧, ଗଞ୍ଜାମରେ ୨୬୪, କଟକରେ ୧୫୦, ମୟୂରଭଞ୍ଜରେ ୯୧, ବାଲେଶ୍ୱରରେ ୧୦୦, ସମ୍ବଲପୁରରେ ୮୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଆଉ ୨ଟି ନୂଆ ମୃତ୍ୟୁ ମାମଲା ଆସିବା ପରେ ପୁରୀ ଜିଲ୍ଲାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୪କୁ ବୃଦ୍ଧି ପାଇଛି । ଅନୁଗୋଳ ଜିଲ୍ଲାରେ ୪୩ ଜଣଙ୍କ ଜୀବନ ଯାଇଥିବା ବେଳେ ବଲାଙ୍ଗିରରେ ୫୩ ଓ ଢେଙ୍କାନାଳରେ ୩୨ ଜଣଙ୍କର କରୋନାରେ ମୃତ୍ୟୁ ହେଲାଣି ।

ରାଜ୍ୟରେ ଆଜିସୁଦ୍ଧା କରୋନା ନମୁନା ପରୀକ୍ଷା ଦେଢ଼କୋଟିକୁ ଅତିକ୍ରମ କରିଛି । ଦୈନିକ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ରାଜ୍ୟରେ ୯୪,୭୬୦ରେ ପହଞ୍ଚିଛି ।