Home News in Odia ହୋଲଡିଂ ଟ୍ୟାକ୍ସ ଆଦାୟ ବେଆଇନ

ହୋଲଡିଂ ଟ୍ୟାକ୍ସ ଆଦାୟ ବେଆଇନ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଘର ମାଲିକ ମାନଙ୍କ ପାଖରୁ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି, ତାହା ସଂପୂର୍ଣ୍ଣ ଭାବେ ବେଆଇନ ଏବଂ ମହାନଗର ନିଗମ ଅଧିକାରୀମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତି ଅଟେ । ଏହି ନିଷ୍ପତି ସ୍ପଷ୍ଟ ଭାବରେ ଓଡ଼ିଶା ମ୍ୟୁନିସପାଲ ଆଇନ -୨୦୦୩ର ବିଭିନ୍ନ ଧାରାକୁ ଉଲଙ୍ଘନ କରୁଥିବା କଂଗ୍ରେସ ଦର୍ଶାଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ନେତା ପଂଚାନନ କାନୁନଗୋ କହିଲେ ଯେ ଏହି ନିଷ୍ପତି ବଳ ପୂର୍ବକ ଭୁବନେଶ୍ୱର ବାସିନ୍ଦାଙ୍କ ଉପରେ ଲଦି ଦିଆଯାଇଛି । ମୁଷ୍ଟିମେୟ ଅଣଓଡ଼ିଆ ବାବୁ ମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତି ଯୋଗୁଁ ଆଜି ଏପରି ଏକ ବିବାଦିୟ ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଥିଲା ଏବେ ସେହି ହୋଲଡିଂ ଟ୍ୟାକ୍ସ ୧୦ ରୁ ୨୦ ଗୁଣା ବୃଦ୍ଧି ଘଟିଛି ।

ଏଭଳି ବୃଦ୍ଧି ଘଟିବାର କାରଣ ହେଉଛି କିଛି ଅଣଓଡ଼ିଆ ସରକାରୀ ବାବୁ ମାନଙ୍କର ବେପାରୁଆ ମନୋଭାବ ଏବଂ ଆଇନକୁ କଣଠେସା କରି ନିଷ୍ପତି ଲାଗୁ କରିବା ଯୋଗୁଁ । ଏହା ପୂର୍ବରୁ ମହାନଗର ନିଗମ ଭୁବନେଶ୍ୱର ବାସିନ୍ଦାଙ୍କ ପାଖରୁ ତାଙ୍କର ଘରର ଆକାର ଏବଂ ଘର ହୋଇଥିବା ଯାଗାର ଆକାର ଉପରେ ହୋଲଂଡି ଟ୍ୟାକ୍ସ ଆଦାୟ କରାଯାଉଥିଲା । ଏହି ହୋଲଡିଂ ଟ୍ୟାକ୍ସରେ ମହାନଗର ନିଗମ ବାସୀମାନେ ସହରାଂଚଳରେ ଆଲୁଅ ବ୍ୟବସ୍ଥା ପାଇଁ ଅଳିଆ ଆର୍ବଜନା ରାସ୍ତା ପରିସ୍କାର ନାଳ ନର୍ଦ୍ଦମା ସଫା ଓ ପରିସ୍କାର କରିବା ପାଇଁ ତଥା ଏବଂ ନୂତନ ରାସ୍ତା ତିଆରି କରିବା ପାଇଁ କର ଦେଇଥାନ୍ତି ।

ସାଧାରଣତଃ ଭୁବନେଶ୍ୱର ମହାନଗର ନିଗମ ୫୬ ପ୍ରକାର କର ଆଦାୟ କରିଥାନ୍ତି । ସେଗୁଡ଼ିକ ହେଲା ଟ୍ୟାକ୍ସ, ଟୋଲ, ସରଚାର୍ଜ, ୟୁଜର ଚାର୍ଯେସ, ଫାଇନ ଫି ଇତ୍ୟାଦି । କିନ୍ତୁ ଏବେ ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ପୂର୍ବ ନିୟମକୁ ମୋଡ଼ି ମକଚି ଦେଇ ବିଭିନ୍ନ ଅଂଚଳରେ ଜମିର ବେଂଚମାର୍କ ଦାମରେ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଛନ୍ତି । ଅର୍ଥାତ ଯଦି ସହିଦ ନଗର ଅଂଚଳର ଜମିର ବେଂଚମାର୍କ ରେଟ ଏକର ପିଛା କୋଡିଏ କୋଟି ହୋଇଥାଏ ଏବଂ ସହିଦନଗର ଜଣେ ବାସିନ୍ଦାଙ୍କ ପାଖରେ ୫ ହଜାର ସ୍କୋୟାରଫୁଟର ଅଛି ଏବଂ ତନ୍ମଧ୍ୟରୁ ଯଦି ସିଏ ଏଥିରେ ଦୁଇହଜାର ବର୍ଗ ଫୁଟର ଘର କରୁଛନ୍ତି ବାକି ୩ ହଜାର ସ୍କୋୟାରଫୁଟରେ ବଗିଚା ବା ଖାଲି ପଡ଼ିଛି ତାହାଲେ ଏବେ ୫ ହଜାର ବର୍ଗ ଫୁଟର ବେଂଚମାର୍କ ମୂଲ୍ୟାୟନ ଅନୁସାରେ ଅଧିକ .୫% ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ।

କିନ୍ତୁ ଓଡ଼ିଶା ମ୍ୟୁନିସ୍‌ପାଲ କର୍ପୋରେସନ ୨୦୦୩ ନିୟମ ଅନୁସାରେ ଏହା ବେଚଂମାର୍କ ଭେଲୁଏସନ ଉପରେ ହୋଲିଡିଂ ଟ୍ୟାକ୍ସ ଆଦାୟ କରାନଯାଇ ଏହା ସେହି ଅଂଚଳର ୟୁନଟି ଭେଲୁ ଅନୁସାରେ ହେବା କଥା । ଏଥିପାଇଁ ମ୍ୟୁନିସିପାଲଟି ଧାରା – ୨୦୫ ଅନୁସାରେ କରିବାକୁ ହୁଏ ଏବଂ ଧାରା ୨୧୫ ଅନୁସାରେ ମୂଲ୍ୟ ଧାର୍ଯ୍ୟ କରାଯାଏ । ଧାରା ୨୧୬ ଅନୁସାରେ ସବସାଧାରଣଙ୍କୁ ଏହି ମୂଲ୍ୟ ବାବଦରେ ଅବଗତ କରାଯାଇଥାଏ । ଧାରା ୨୧୭ ଅନୁସାରେ ଯଦି ନିର୍ଦ୍ଦିଷ୍ଟ ଅଂଳଚର ଅଧିବାସୀମାନଙ୍କର ଏଥିପାଇଁ କୌଣସି ଅଭିଯୋଗ ଆସିଥାଏ ତାହାକୁ ଶୁଣାଣି କରିବା କଥା ଯଦି ଶୁଣାଣିବେଳେ ମହାନଗର ନିଗମବାସୀଙ୍କର ଦାବିକୁ ଗ୍ରହଣ କରାନଯାଏ ତାହେଲେ ଧାରା ୨୧୮ ଅନୁସାରେ ଏକ ମୂଲ୍ୟାୟନ ଟ୍ରିବୁନାଲ ଗଠନ ହେବାକଥା ।

ତାହା ମଧ୍ୟ ହୋଇନାହିଁ ଏବଂ କ୍ଷତିସ୍ତ୍ରସ୍ତ ମହାନଗର ନିଗମ ବାସୀମାନେ ଟ୍ରିବୁନାଲରେ କେସ ଦାୟର କରିବା କଥା ଏବଂ ଧାରା ୨୨୫ ଅନୁସାରେ ଏହି ଅଭିଯୋଗକୁ ଶୁଣିବା ପାଇଁ କମିଟି ଗଠନ କରିବା କଥା ତାହା ମଧ୍ୟ ହୋଇନାହିଁ । ଧାରା୨୨୬ ଅନୁସାରେ ଜଣଶୁଣାନି ହେବା କଥା ଏସମସ୍ତ କଥା ହେଇଛିକି ଯଦି ହୋଇନାହିଁ କାହିଁକି କାହା ନିର୍ଦ୍ଦେଶରେ ଏ ସମ୍ପତିକର ବା ହୋଲଡିଂଟ୍ୟାକ୍ସ ଆଦାୟ କରାଯାଉଛି ।

ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ସାମ୍ବାଦିକମାନଙ୍କୁ ସୂଚାନ ଦେଇ କହିଲେ ଯେ ଏଭଳି ସମୟରେ ଯେତେବେଳେ ଲୋକଙ୍କ ପାଖରେ ରୋଜଗାର ନାହିଁ ଆୟ ବହୁମାତ୍ରାରେ କମିଯାଇଛି ସେହି ସମୟରେ ଲୋକଙ୍କ ପାଖରୁ ବେଆଇନ ଭାବରେ ଯେଉଁ ହୋଲିଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ତାହାକୁ ନେଇ ଜିଲ୍ଲା କଂଗ୍ରେସ ଏବଂ ରାଜ୍ୟ କଂଗ୍ରେସ ଆସନ୍ତା ୧୫ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ ଅଫିସକୁ ଘେରାଉ କରିବ ଏବଂ ଦରକାର ପଡ଼ିଲେ ସହରାଂଚଳ ବିକାଶ ମନ୍ତ୍ରୀଙ୍କୁ ଘର ବାହାରକୁ ଯିବାକୁ ଦେବୁ ନାହିଁ । ଯେପର୍ଯ୍ୟନ୍ତ ଏହା ଆଇନ ସିଦ୍ଧ ହୋଇନାହିଁ ସେ ପର୍ଯ୍ୟନ୍ତ ଏହି ଟିକସ ପୈଠ ନକରିବାକୁ ସହରବାସୀଙ୍କୁ ନିବେଦନ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପସଭାପତି ଶ୍ରୀଯୁକ୍ତ ଶିବାନନ୍ଦ ରାୟ କହିଲେ ଯେ ସମସ୍ତ ଆଇନକୁ ଅଣଦେଖେ କରି ଲୋକଙ୍କ ଉପରେ ଜବରଦସ୍ତି କର ଆଦାୟ କରିବା ଏ ସରକାରଙ୍କର ପ୍ରଥମ ଏବଂ ଶେଷକାମ ବୋଲି ଜଣାପଡ଼ୁଛି । ତେଣୁ ସେ ସାରା ଭୁବନେଶ୍ୱର ମହାନଗର ନିଗମ ଅଧିବାସୀମାନଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ହୋଲଡିଂଟ୍ୟାକ୍ସକୁ ନଦେବା ପାଇଁ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ ଆସନ୍ତା ୯ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର କେନ୍ଦ୍ର ନିର୍ବାଚନମଣ୍ଡଳୀ ଜିଲ୍ଲା କଂଗ୍ରେସର ନେତୃବର୍ଗ ଡେପୁଟି କମିଶନରଙ୍କ ଅଫିସ ଆଗରେ ବିକ୍ଷୋଭ କରିବେ ଏବଂ ୧୦ ତାରିଖ ଦିନ ଉତର ନିର୍ବାଚନ ମଣ୍ଡଳୀରେ ଡେପୁଟି ମ୍ୟୁନିସିପାଲଙ୍କ ଅଫିସ ଘେରାଉ କରାଯିବ । ୧୨ ତାରିଖ ଦିନ ଏକ୍ରାମ ନିର୍ବାଚନ ମଣ୍ଡଳୀରେ ଡେପୁଟି କମିଶନର (ଭୁବନେଶ୍ୱର ମହାନଗର ନିଗମ) ଅଫିସ ଘେରାଉ କରାଯିବ ଏବଂ ୧୫ ତାରିଖ ଭୁବନେଶ୍ୱର ମ୍ୟୁନିସପାଲ କର୍ପେରେସନର ଅଫିସ ଘେରାଉ କରାଯିବା ହସିତ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ।