Home General ହୃଦଘାତ ପାଇଁ ବିମାନର ଜରୁରୀ ଅବତରଣ

ହୃଦଘାତ ପାଇଁ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର : ମଝି ଆକାଶରେ ବିମାନ ମଧ୍ୟରେ ଯାତ୍ରୀଙ୍କ ହୃଦ୍‍ଘାତ ଯୋଗୁଁ କୋଲକତାରୁ ହ୍ରାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନକୁ ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି ।

ଏହି ବିମାନର ନିଜ ପରିବାରର ୪ଜଣ ସଦସ୍ୟଙ୍କ ସହ ଯାତ୍ରା କରୁଥିବା ୮୦ବର୍ଷ ବୟସ୍କ ଜୟବ୍ରତ ଘୋଷ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥିଲେ । ସେହି ବିମାନରେ ଥିବା ଆପୋଲୋ ହସ୍ପିଟାଲର ଜଣେ ପରୀକ୍ଷାପରେ ତାଙ୍କର ହୃଦ୍‍ଘାତ ହୋଇଥିବା କହିବା ସହିତ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେବାପାଇଁ ପରାମର୍ଶ ଦେଇଥିଲେ ।

ତଦନୁଯାୟୀ ଇଣ୍ଡିଗୋ ବିମାନକୁ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରାଯିବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଇଣ୍ଡିଗୋ କର୍ମଚାରୀମାନେ କ୍ୟାପିଟାଲ ହସ୍ପିଟାଲର ଜରୁରୀ ବିଭାଗରେ ଭର୍ତ୍ତି କରିଛନ୍ତି ।

LEAVE A REPLY

Please enter your comment!
Please enter your name here