Home General ହୃଦଘାତରେ ସୋଆ ପ୍ରଫେସରଙ୍କ ପରଲୋକ

ହୃଦଘାତରେ ସୋଆ ପ୍ରଫେସରଙ୍କ ପରଲୋକ

ଭୁବନେଶ୍ୱର : ହୃଦଘାତ ଯୋଗୁ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ ଏଜୁକେଜନ ଆଣ୍ଡ ରିସର୍ଚ୍ଚର ଫିଜିକ୍ସ ବିଭାଗର ପ୍ରଫେସର ସୁବୋଧ ମିଶ୍ରଙ୍କର ଏଠାରେ ୫୭ ବର୍ଷ ବୟସରେ ପରଲୋକ ହୋଇଯାଇଛି ।

ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ ତଥା ଉଚ୍ଚ କୋଟୀର ବ୍ୟକ୍ତିତ୍ୱ ବିଶିଷ୍ଟ ପ୍ରଫେସର ମିଶ୍ର ମିଶୋରୀ-କଲମ୍ବିଆ ବିଶ୍ୱବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ୍ ଅଫ ଫିଜିକ୍ସ, ଭୁବନେଶ୍ୱରରୁ ଫିଜିକ୍ସରେ ଦୁଇଟି ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ ।

ଆର୍ନ୍ତଜାତିକ ସ୍ତରରେ ତାଙ୍କର ୨୫ ଟି ଗବେଷଣା ଭିତିକ ସନ୍ଦର୍ଭ ପ୍ରକାଶ ପାଇଛି । ଆମେରିକାରେ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ତାଙ୍କର ଫିଜିକ୍ସ ଟିଚରରେ ପ୍ରକାଶିତ ସନ୍ଦର୍ଭକୁ ଅନ୍ତର୍ଭୁକ୍ତ କରାଯାଇଛି । ଅବିବାହିତ ଥିବା ପ୍ରଫେସର ମିଶ୍ର ତିନୋଟି ପୁସ୍ତକ ଲେଖିଛନ୍ତି । ତାଙ୍କର ଓଡ଼ିଆ କବିତାରେ ମଧ୍ୟ ଅନେକ ରୁଚି ଥିଲା । ତାଙ୍କ ମୃତ୍ୟୁରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।