Home News in Odia ହିଂସାକାଣ୍ଡ ରୋକିବାକୁ ସଜାଗ ହେଲା ପୁଲିସ୍

ହିଂସାକାଣ୍ଡ ରୋକିବାକୁ ସଜାଗ ହେଲା ପୁଲିସ୍

ଭୁବନେଶ୍ୱର : ଆସନ୍ତା ୧୮ ତାରିଖ ଦିନ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଓଡ଼ିଶା ପୋଲିସ୍ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଶୃଙ୍ଖଳିତ ନିର୍ବାଚନ ପାଇଁ ଓଡ଼ିଶା ପୋଲିସ୍ ପକ୍ଷରୁ ୨୪୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

ଏଥିସହିତ ୧୭୫୩ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯିବା ସହ ଜିଲ୍ଲାସ୍ତରରେ ପୋଲିସ୍ ଅଧିକାରୀ ଓ ସ୍ଥାନୀୟ ପୋଲିସ୍ ପ୍ରଶାସନକୁ ନିୟୋଜିତ କରାଯାଇଛି । ସେହିପରି ୨୦୪୩୫ଟି ବୁଥ୍ରେ ଶୃଙ୍ଖଳିତ ନିର୍ବାଚନ ପାଇଁ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ବାଚନ ନିୟମାବଳୀକୁ ପାଳନ କରାଯିବା ସହ ନିର୍ବାଚନ ପରିଚାଳନାରେ କୋଭିଡ୍ ନିୟମ ପାଳନ କରାଯିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ଉଲ୍ଲେଖଯୋଗ୍ୟଯେ, ଗତ ୧୬ ତାରିଖରେ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ପରିଚାଳନା ସମୟରେ ବାଧା ଏବଂ ହିଂସାକାଣ୍ଡ ସୃଷ୍ଟି କରିଥିବା ଅଭିଯୋଗରେ ପୁରୀ ଜିଲ୍ଲାରୁ ୧୬, ଯାଜପୁର ଜିଲ୍ଲାରୁ ୧୪ ଏବଂ ଢେଙ୍କାନାଳରୁ ୬ଜଣ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି ।

ସେହିପରି ୩୮୭୧୭୭ ଲିଟର୍ ମଦ, ୩୮ ବେଆଇନ୍ ମାରଣାସ୍ତ୍ର, ୨୨୧୬.୫୬ ଗ୍ରାମ ନାର୍କୋଟିକ୍ସ ଡ୍ରଗ୍ସ ଜବତ କରାଯାଇଛି । ରାଜ୍ୟର ବିଭିିନ୍ନ ଥାନାରେ ମୋଟ ୪୯୬୬ଟି ଅବକାରୀ ମାମଲା ରୁଜୁ କରାଯାଇଥିବାବେଳେ ୧୯୦୩ ଜଣ ୱାରେଂଟିଙ୍କୁ ଗିରଫ କରାଯାଇଛି ।