Home Culture ହଟିବନି ମାଷ୍ଟରକ୍ୟାଣ୍ଟିନ ଘୋଡା

ହଟିବନି ମାଷ୍ଟରକ୍ୟାଣ୍ଟିନ ଘୋଡା

ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନରେ ଥିବା ଯୋଦ୍ଧା ଘୋଡା ପ୍ରତିମୂର୍ତ୍ତି ସ୍ଥାନାନ୍ତର ହେବନାହିଁ । ବିଏମ୍‍ସି କମିଶନର ସଞ୍ଜୟ କୁମାର ସିଂହ ଆଜି ଏହା ସ୍ପଷ୍ଟ କରିଛନ୍ତି । ଏଥି ସହିତ ପୂର୍ବ ନିର୍ଦ୍ଧାରିତ ପ୍ରକଳ୍ପ ଡିଜାଇନ୍‍ରେ ସେଭଳି କୌଣସି ପରିବର୍ତ୍ତନ ହେବନାହିଁ ବୋଲି ମଧ୍ୟ କହିଛନ୍ତି ।

ଘୋଡା ସ୍ଥାନାନ୍ତରଣ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଉଭୟ କଂଗ୍ରେସ ଓ ବିଜେପି ସ୍ୱାଗତ କରିଛନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତ ରାୟ ସ୍ୱାଗତ କରିବା ସହିତ ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିଭଳି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ମଧ୍ୟ ଏଭଳି ନିଷ୍ପତ୍ତି ପାଇଁ ଭୁବନେଶ୍ୱରବାସୀ ଓ ଗଣମାଧ୍ୟମକୁ ସାଧୁବାଦ ଜଣାଇଛନ୍ତି ।

ଉଲ୍ଲେଖନୀୟ ଯେ ସ୍ମାର୍ଟସିଟି ରାସ୍ତା ସମ୍ପ୍ରସାରଣ ପାଇଁ ମାଷ୍ଟରକ୍ୟାଣ୍ଟିନରେ ଥିବା ଯୋଦ୍ଧା ଘୋଡା ପ୍ରତିମୂର୍ତ୍ତିକୁ ରାଜଭବନ ନିକଟକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହେବାପରେ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ଉଭୟ ବିଜେପି ଓ କଂଗ୍ରେସ ଦଳବଳ ସହ ଏହାକୁ ବିରୋଧ କରିବା ସଂଗେ ସଂଗେ ଧାରଣା ଦେଇଥିଲେ । ବିଭିନ୍ନ ସଂଗଠନ ଏପରିକି ସାଧାରଣ ଲୋକେ ମଧ୍ୟ ଏଭଳି ନିଷ୍ପତ୍ତିକୁ ପସନ୍ଦ କରିନଥିଲେ ।

ତେବେ ସବୁ ମହଲରୁ ବିରୋଧ ପରେ ଆଜି ସରକାର ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି । ଏହି ଐତିହ୍ୟ ଘୋଡା ଯେଉଁଠି ଅଛି ସେଠାରେ ରହିବ ଏବଂ ଆବଶ୍ୟକ ପଡିଲେ ପ୍ରକଳ୍ପ ଡିଜାଇନ୍‍ରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି କୁହାଯାଇଛି ।