Home Covid ହଜାରେ ତଳକୁ ଖସିଲା ସଂକ୍ରମଣ

ହଜାରେ ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦୀର୍ଘଦିନ ପରେ ହଜାରେ ତଳକୁ ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ମାତ୍ର ୮୮୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୧୨ ଜଣ କ୍ୱାରେଣ୍ଟାଇନ୍‍ରେ ଥିବାବଳେ ୩୭୪ ଲୋକାଲ କେଶ୍‍ ରହିଛି ।

ଦ୍ୱିତୀୟ ଲହରରେ କରୋନା ସଂକ୍ରମଣ ଦୈନିକ ୧୨ହଜାର ସୀମା ଅତିକ୍ରମ କରିବାପରେ ଏହା ହ୍ରାସ ପାଇଥିଲା । ତେବେ ରାଜ୍ୟ ସରକାରଙ୍କ ସମସ୍ତ ଉଦ୍ୟମ ସତ୍ୱେ ଦୀର୍ଘଦିନ ହେଲା ହଜାରେ ତଳକୁ ଆସୁନଥିଲା । କିନ୍ତୁ ଗତ ୨୪ଘଣ୍ଟାରେ ସଂକ୍ରମଣ ତିନି ଅଙ୍କକୁ ହ୍ରାସ ପାଇଥିବାବେଳେ ଖୋରଧା ଜିଲ୍ଲା କିନ୍ତୁ ଏବେ କି ରାଜ୍ୟର ସବୁଠାରୁ ଅଧିକ ସଂକ୍ରମଣ ଜିଲ୍ଲା ତାଲିକାରେ ରହିବା ସହିତ ରେଡ୍‍ଜୋନ୍‍ରେ ଅଛି ।

ଚିହ୍ନଟ ହୋଇଥିବା ୮୮୬ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରାନା ସଂକ୍ରମିତଙ୍କ ସଂଖ୍ୟା ୯,୮୭,୯୫୬ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୯,୬୯,୯୧୬ ଜଣ ସୁସ୍ଥହୋଇଛନ୍ତି । ରାଜ୍ୟରେ ଏବେ ବି ୧୧,୪୮୬ ଜଣ ସକ୍ରିୟ ରୋଗୀ ଅଛନ୍ତି ।

ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୨୫୩ଜଣ ଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ଏହା ତନି ଅଙ୍କ ତଳେ ରହିଛି । କଟରେ ୮୧, ବାଲେଶ୍ୱରରେ ୬୨, ଯାଜପୁରରେ ୬୦, ଜଗତ୍‍ସିଂହପୁରରେ ୫୪, ପୁରୀରେ ୫୩, କେନ୍ଦ୍ରାପଡାରେ ୩୩, ଅନୁଗୁଳରେ ୩୨, ଭଦ୍ରକରେ ୩୧, ନୟାଗଡ ଓ ମୟୁରଭଞ୍ଜରେ ୨୫ କରି, କେନ୍ଦୁଝରରେ ୧୮, ସମ୍ବଲପୁରରେ ୧୫, ସୁନ୍ଦରଗଡରେ ୧୨, କଳାହାଣ୍ଡି ଓ ଢେଙ୍କାନାଳରେ ୧୧କରି ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜିଲ୍ଲାରେ ଏହା ଏକ ଅଙ୍କରେ ରହିଛି ।

ବୌଦ, ସୋନପୁର, ଦେବଗଡ ଜିଲ୍ଳାରେ ୨ଜଣ କରି ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡାରେ ୩, ଗଜପତି ଓ ନବରଙ୍ଗପୁରର ୪ଜଣ କରି, କନ୍ଧମାଳ ଓ ରାୟଗଡାରେ ୫ଜଣ କରି, କୋରାପୁଟରେ ୭, ବରଗଡ ଓ ଗଞ୍ଜାମରେ ୮ଜଣ କରି ଓ ମାଲକାନଗିରିରେ ୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ରାଜ୍ୟରେ ଆଉ ୬୬ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ସହିତ ମୋଟ୍‍ ମୃତ୍ୟୁସଂଖ୍ୟା ୬୫୦୧ରେ ପହଞ୍ଚିଛି । ନୂଆ ମୃତକଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୨୯ଜଣ ଥିବାବେଳେ କଟକରୁ ୧୩, ସମ୍ବଲପୁରରୁ ୮, ବରଗଡରୁ ୭, ବଲାଙ୍ଗିରରୁ ୩, ନୂଆପଡାରୁ ୨ ଏବଂ ସୁନ୍ଦରଗଡ ଓ ସୋନପୁରରୁ ଜଣେ କରି ରହିଛନ୍ତି ।