Home Energy ସ୍ୱୟଂକ୍ରିୟ ବିତରଣ ଦିଗରେ ପଦକ୍ଷେପ

ସ୍ୱୟଂକ୍ରିୟ ବିତରଣ ଦିଗରେ ପଦକ୍ଷେପ

ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ସଦାସର୍ବଦା ଗ୍ରାହକମାନଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଇବାକୁ କାର୍ଯ୍ୟ କରୁଛି । ଅଧିଗ୍ରହଣ ପରଠାରୁ କମ୍ପାନୀ ଅଭିନବ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଗ୍ରାହକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନିର୍ଭରଯୋଗ୍ୟ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱ ଦେଇଆସୁଛି ।

ଟିପିସିଓଡିଏଲ୍ ଅପରେସନ ଅଞ୍ଚଳର ପ୍ରାୟ ୮୦ ପ୍ରତିଶତ ନେଟୱର୍କ ଗ୍ରାମାଞ୍ଚଳରେ ରହିଛି । ଏହି ଗ୍ରାମାଞ୍ଚଳରେ ଏଚ୍‌ଟି ଓ ଏଲ୍‌ଟି ନେଟୱର୍କ ଗଛର ଶାଖାକୁ ଛୁଇଁବାଦ୍ୱାରା ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଥାଏ । କମ୍ପାନୀ ପକ୍ଷରୁ ବିଶ୍ୱସନୀୟତା ଉନ୍ନୟନ ଅଧ୍ୟୟନରୁ ଜଣାପଡ଼ିଲା ଯେ, ବିଦ୍ୟୁତ ତାର ସହ ସଂଷ୍ପର୍ଶରେ ଆସୁଥିବା ଗଛର ଶାଖା ବ୍ୟତୀତ ବୈଦ୍ୟୁତିକ ନେଟୱର୍କ ବହୁ ସମୟରେ ପକ୍ଷୀ, ପବନ, ବଜ୍ରପାତ ଓ ବର୍ଷା ସମୟରେ ଅଜଣା ବସ୍ତୁ ସହ ମାଡ଼ ହୋଇଥାଏ । ଏହା ଫଳରେ ବିଦ୍ୟୁତ ବିତରଣ ବାଧାପ୍ରାପ୍ତ ହୋଇଥାଏ ଯାହା ଗ୍ରାହକଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ ।

ପ୍ରଚଳିତ ବ୍ୟବସ୍ଥାରେ ଏହି ସମସ୍ୟାକୁ ଦୂର କରିବା ଏବଂ ଗ୍ରାହକଙ୍କୁ ଉତ୍ତମ, ନିରନ୍ତର ସେବା ଯୋଗାଇବା ନିମନ୍ତେ କମ୍ପାନୀ ଏହାର ବିତରଣ ନେଟୱର୍କରେ ଅଟୋ-ରିକ୍ଲୋଜର୍ସକୁ ସ୍ୱୟଂଚାଳିତ ଭାବରେ ସୁଇଚ୍ ଅଫ୍ ଓ ସର୍କିଟ୍ ବ୍ରେକର୍ (ସୁଇଜ୍ ଅନ୍ ଓ ଅଫ୍‌) ଏବଂ ପାୱାରକଟ୍ ପୁନଃ ଅବସ୍ଥାପିତ କରିବାକୁ ଆରମ୍ଭ କରିଛି । ମାନବୀୟ ହସ୍ତକ୍ଷେପ ବିନା ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା କାର୍ଯ୍ୟ କରୁଛି ।

ଏହାଦ୍ୱାରା କର୍ମଚାରୀଙ୍କ ହସ୍ତକ୍ଷେପ ଏଡାଇବା ସହ ବିଦ୍ୟୁତ ଯୋଗାଣର ଶୀଘ୍ର ପୁନରୁଦ୍ଧାର ସମ୍ଭବ ହୋଇଥାଏ । ଏହି ବ୍ୟବସ୍ଥା ଦୂରରୁ ନିୟନ୍ତ୍ରିତ ଓ ଭୁବନେଶ୍ୱରରେ ଅବସ୍ଥିତ ଟିପିସିଓଡିଏଲ୍‌ର କେନ୍ଦ୍ରୀୟ ଶକ୍ତି ଯୋଗାଣ ନିୟନ୍ତ୍ରଣ କେନ୍ଦ୍ର (ପିଏସ୍‌ଏସ୍‌ସି) ସହିତ ସଂଯୁକ୍ତ ଥାଏ ।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏମ୍‌. ସେନବାଗମ୍ କହିଛନ୍ତି ଯେ, ନୂତନ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଗ୍ରାହକ ଅଭିଜ୍ଞତାରେ ଉତ୍କର୍ଷତା ଆଣିବାକୁ ଏବଂ ନିରବଚ୍ଛିନ୍ନ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ ଶକ୍ତି ସୁନିଶ୍ଚିତ କରିବାକୁ କମ୍ପାନୀ ସଂକଳ୍ପବଦ୍ଧ ।