Home Education ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ପ୍ରେରଣାଦାୟୀ

ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ପ୍ରେରଣାଦାୟୀ

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ସଦା ସର୍ବଦା ପ୍ରେରଣାଦାୟୀ ।  ସେମାନଙ୍କର ତ୍ୟାଗ, ତିତିକ୍ଷା ଓ ବଳିଦାନ  ଦେଶର ସୁରକ୍ଷା ତଥା ସମାଜରଗଠନ କ୍ଷେତ୍ରରେ ପିଢ଼ି ପରେ ପିଢ଼ି ଆମକୁ ମାର୍ଗଦର୍ଶନ କରାଇ ଆସିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।   ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଶତାୟୁ ନୀଳମଣି ସାମଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ସ୍ୱର୍ଗୀୟ ସାମଲଙ୍କ ଦେହାନ୍ତର ନବମ  ତିଥିରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି, ସ୍ୱାଧୀନତା ସଂଗ୍ରାମୀ ଯୁବ  ସାମ୍ମୁଖ୍ୟ ଏବଂ ସ୍ୱାଧୀନତା ସଂଗ୍ରାମୀ ଉତ୍ତରଦାୟାଦ ସଂଗଠନ ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ  ସବ୍ୟସାଚୀ ନାୟକ, ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟିକା ସୁନନ୍ଦା ଦାସ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଯୋଗଦେଇ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  ।

ଯୁବ ସାମ୍ମୁଖ୍ୟର ସଂପାଦକ ବିରୂପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବେ ଅନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡକ୍ଟର ଅରୁନ୍ଧତୀ ଦେବୀ ଯୋଗ ଦେଇଥିବାବେଳେ  ବର୍ଷିୟାନ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ, ସ୍ତମ୍ଭକାର ତଥା ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂ, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ, ସଂପାଦକ ରାମଚନ୍ଦ୍ର ଶୁକ୍ଲ ପ୍ରମୁଖ ଶ୍ରଦ୍ଧାର୍ପଣ କରିଥିଲେ ।

ପ୍ରଦେଶ କଂଗ୍ରେସ ସେବା ଦଳ ଅଧ୍ୟକ୍ଷ  ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜେଡି ନେତା ରବି ସାମଲ, ଦୁର୍ଗା ସାମନ୍ତରାୟ,ରାଜେଶ ପଣ୍ଡା, ସମାଜବାଦୀ ନେତା  ଯୁଗଳ କିଶୋର ନାୟକ, ପ୍ରଶାନ୍ତ ନାୟକ, ସନ୍ତୋଷ ପତି, ବିଜେପି ନେତା ଶାରଦା ପ୍ରଧାନ,  ସାହିତ୍ୟିକ  ଦିଲ୍ଲୀପ ମିଶ୍ର (ଶତ୍ରୁଜିତ), ଡକ୍ଟର ପୂର୍ଣ୍ଣଚନ୍ଦ୍ର ଦାସ, ସାମ୍ବାଦିକ ମାଧବାନନ୍ଦ ବେହୁରା ଓ ଗୁରୁପଦ ନାଥ, ଶକ୍ତିପ୍ରସାଦ ରାଉତ, ଅବସରପ୍ରାପ୍ତ ପୋଲିସ ପଦାଧିକାରୀ ସଂଘର ସଭାପତି ନୀଳମୋହନ ତ୍ରିପାଠୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଉତ୍ତରଦାୟାଦ ସଂଗଠନର ରାଜ୍ୟ ସାଧାରଣ ସଂପାଦକ ବିଜୟ କୁମାର ତ୍ରିପାଠୀ, ସଂଗଠନ ସଂପାଦକ ଶିବ ନାରାୟଣ ମିଶ୍ର, କାର୍ଯ୍ୟକର୍ତ୍ତା ପ୍ରମେଶ କୁମାର ମହାନ୍ତି, ଗୋପୀନାଥ ନାୟକ, ସୁଧାଂଶୁ ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର,  ନୀଳମଣି ସେନାପତି, ଶରତ ପ୍ରଧାନ, ବିଚିତ୍ରାନନ୍ଦ ମହାନ୍ତି, ପ୍ରିୟରଂଜନ ମହାପାତ୍ର, ସନ୍ତୋଷ କୁମାର ବେହେରା, ଶରତ କୁମାର ସାମଲ, ବ୍ରଜବନ୍ଧୁ ପରିଡା ଓ ପ୍ରଭାକର ସାହୁ ସ୍ମୃତିଚାରଣ କରିଥିଲେ ।

ଶତାୟୁ ସଂଗ୍ରାମୀ ନୀଳମଣି ସାମଲଙ୍କ ସ୍ମୃତିରେ ଆସନ୍ତା ୭ ତାରିଖରେ ତାଙ୍କ ଜନ୍ମପୀଠ ବାଲିପଡିଆଠାରେ ଏକ ବଡ଼ ସ୍ମୃତି ସମାବେଶର ଆୟୋଜନ କରାଯାଇଥିବା ନେଇ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି କମିଟି ଅଧ୍ୟକ୍ଷ ବିଧାୟକ ଅମର ପ୍ରସାଦ ଶତପଥୀ ସୂଚନା  ଦେଇଥିଲେ । ଯୁବ ସାମ୍ମୁଖ୍ୟ କାର୍ଯ୍ୟକର୍ତ୍ତା ଶ୍ୟାମ ପ୍ରସାଦ ପଟ୍ଟନାୟକ, ଆଡଭୋକେଟ ପ୍ରକାଶ ଦାଶ, ଶଶୀଭୂଷଣ ସାହୁ, ଭିକାରୀ ଚରଣ ବୈଶାକଙ୍କ ପରିଚାଳନାରେ ଏହି  କାର୍ଯ୍ୟକ୍ରମ  ଆୟୋଜିତ  ହୋଇଥିଲା । ଶେଷରେ ଜଗନ୍ନାଥ ପାଢ଼ୀ ଧନ୍ୟବାଦ ଦେଇଥିଲେ । ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ରାମଧୁନ ଗାନ କରିଥିବାବେଳେ ଜାତୀୟ ଯୁବ ପ୍ରକଳ୍ପ ଏବଂ ଅଭିଯାନର ସୋନୁ ମହାପାତ୍ର ଓ ସାଥୀ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ ଗାନ କରିଥିଲେ ।