Home General ସ୍ୱଚ୍ଛତା ତାଲିକାର ୩୪ତମ ସ୍ଥାନରେ ବିଏମ୍‍ସି

ସ୍ୱଚ୍ଛତା ତାଲିକାର ୩୪ତମ ସ୍ଥାନରେ ବିଏମ୍‍ସି

ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସ୍ଥିତି ୩୪ ରେ ପହଞ୍ଚିଛି । ବିଗତ ବର୍ଷମାନଙ୍କ ଠାରୁ ଭୁବନେଶ୍ୱର ସହରର ସ୍ୱଚ୍ଛତାରେ ଅଦଭୁତ ପରିବର୍ତନ ଏବଂ ରୁପାନ୍ତରୀକରଣ ସହରର ପ୍ରତ୍ୟେକ ଅଂଚଳରେ ପ୍ରତିଫଳିତ ହୋଇଛି । ଗତ ବର୍ଷ ଭୁବନେଶ୍ୱରର ରାଙ୍କ୍ ୮୦ ରହିଥିଲା । ଏବର୍ଷ ବି ଏମ୍ ସି ୩୪ ରେ ପହଞ୍ଚି ସ୍ୱଚ୍ଛତାରେ ନିଜର ପରାକାଷ୍ଠା ଦେଖାଇଛି ।

ବର୍ଷ ୨୦୨୩ ସ୍ୱଚ୍ଛ ସର୍ବେକ୍ଷଣରେ ସମୁଦାୟ ୯୫୦୦ ମାର୍କର ସମୀକ୍ଷାକୁ ନେଇ ଭୁବନେଶ୍ୱରକୁ ୭୩୧୪.୯୦ ପଏଣ୍ଟ ମିଳିଛି । ଘରକୁ ଘର ଅଳିଆ ସଂଗ୍ରହ, ସୋର୍ସ ସେଗ୍ରିଗେସନ୍‌, କ୍ଲ୍‌୍‌ିନ୍‌ଲିନେସ୍ ଅଫ୍ ମାର୍କେଟ୍ ଏରିଆ, ରେସିଡେନ୍ସିଆଲ୍ ଏରିଆ, ବର୍ଜ୍ୟ ପ୍ରକ୍ରିୟାୃକରଣ,ଜଳାଶୟ ପୁନରୁଦ୍ଧାର ଓ ବିକାଶ, ଶୌଚାଳୟ ପରିଚ୍ଛନ୍ନତା ସାଙ୍ଗକୁ ସହରର ସୌନ୍ଦର୍ଯ୍ୟକରଣକୁ ବି ଏମ୍ ସି ଧ୍ୟାନ ଦେଇଛି । ଏହାକୁ ବିଚାର କରି ଏବଂ ମତାମତ ଓ ନଥି ଯାଂଚ କୁ ନେଇ ଏହି ସମୀକ୍ଷା କରାଯାଇଥାଏ । ଏ ସମସ୍ତରେ ବିଏମ୍‌୍ ସି ଉତମ ସ୍ଥିତି ବଜାୟ ରଖିଛି ।

ତେବେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ କରାଯାଉଥବବା ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର ପାଇଛି ଦୁଇ ଦୁଇଟି ପୁରଷ୍କାର । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ପୁରଷ୍କାର ଦିଆଯାଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟର ସଚୀବ ଶ୍ରୀ ମନୋଜ ଯୋଶୀ ବି ଏମ୍ ସି କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ମାନନୀୟା ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, ଷ୍ଟାଣ୍ଡିଙ୍ଗ୍ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାର , କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ସମ୍ମାନ ଗ୍ରହଣ କରିଥିଲେ ।

ବର୍ଷ ୨୦୨୩ ପାଇଁ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ କ୍ଲିନ୍ ସିଟି ଇନ୍ ଓଡିଶା ମିଳିଛ । ଏହି ସମ୍ମାନ ରାଜ୍ୟରେ କେବଳ ଭୁବନେଶ୍ୱରକୁ ମିଳିଛି । ଏକ ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଥିବା ସହର ମଧ୍ୟରେ ସର୍ବେକ୍ଷଣ ଦଳର ନିୟମିତ ତୁଳନାତ୍ମକ ସମୀକ୍ଷା,ପ୍ରଦକ୍ଷଣ, ସିଧାସଳଖ ପରିଦର୍ଶନ, ନାଗରିକ ଏବଂ ବାସିନ୍ଦାଙ୍କ ପରିମଳ ଅଭ୍ୟାସ ଇତ୍ୟାଦିକୁ ବିଚାର କରି ଏହି ପୁରଷ୍କାର ଦିଆଯାଇଥାଏ ।

ଗାର୍ବେଜ୍ ଫ୍ରି ସିଟି ଆୱାର୍ଡ; ଏଥିରେ ବିଏମ୍ ସି କୁ ମିଳିଛି ଥ୍ରୀ ଷ୍ଟାର୍ । ଏହା ସୂଚାଇଦେଉଛିକି ଆମ ରାଜଧାନୀ ଭୁବନେଶ୍ୱର ପରିମଳରେ ଆଗୁଆରହି ଆଗାମୀ ଦିନରେ ସ୍ୱଚ୍ଛତାର ନିଦର୍ଶନ ହେବାକୁ ଯାଉଛି । ଏହା ସାଙ୍ଗକୁ ଭୁବନେଶ୍ୱର ୱାଟର୍ ପ୍ଲସ୍ ପାଇଁ ମଧ୍ୟ ସମ୍ମାନିତ ହୋଇଛି । ଗତ ବର୍ଷ ସହରର ମାନ୍ୟତା “ଓଡିଏଫ୍‌++”ରହିଥିବାବେଳେ ଏହାର ଆଉ ଏକ ପାହାଚ ଅତିକ୍ରମ କରି ଭୁବନେଶ୍ୱରକୁ ମିଳିଛି “ୱାଟର ପ୍ଲସ” ।

ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଅମରେଶ ଜେନା, କର୍ପୋରେଟର ଶ୍ରୀମତି ଭାରତି ସିଂ, ଶ୍ରୀ ଅଜିତ୍ କୁମାର ବେହେରା, ଶ୍ରୀମତି ପିଙ୍କି ସ୍ୱାଇଁ,ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ,ଡେପୁଟି କମିଶନର ଡକ୍ଟର ମନୋରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱର ମହାନଗର ନିଗମର ସ୍ୱଚ୍ଛତାକୁ ଶୀର୍ଷରେ ପହଂଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତାର ଅନୁଗାମୀ ହୋଇ ଏବଂ ଏଥିରେ ନାଗରିକ ମାନଙ୍କର ଅଂଶଗ୍ରହଣକୁ ଅଧିକରୁ ଅଧିକ କରିବାର ପ୍ରୟାସ ଜାରି ରଖିଛି ଭୁବନେଶ୍ୱର ମହାନଗର ନିଗମ । ଏହା ନାଗରିକଙ୍କ ସଫଳତା ବୋଲି କହିଛନ୍ତି ମାନନୀୟା ମେୟର ଓ କମିଶନର । ଏହା ସହିତ ବିଭାଗୀୟ ସହାୟତା ଏବଂ ସର୍ବୋପରି ସଫେଇକର୍ମୀଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ବି ଏମ୍ ସି କର୍ତୃପକ୍ଷ ।