Home News in Odia ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୁଲିସ୍‍ କମିଶନର

ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୁଲିସ୍‍ କମିଶନର

ଭୁବନେଶ୍ୱର : ୧୯୯୫ ବ୍ୟାଚ୍‍ର ବରିଷ୍ଠ ଆଇପିଏସ୍‍ ଅଫିସର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଦ୍ୱୈତନଗରୀର ନୂଆ ପୁଲିସ୍‍ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନର ପୁଲିସ୍‍ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନରେ ଶ୍ରୀ ପ୍ରିୟଦର୍ଶୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି ।

ଶ୍ରୀ ପ୍ରିୟଦର୍ଶୀ ଏବେ କ୍ରାଇମବ୍ରାଞ୍ଚରେ ଅତିରିକ୍ତ ପୁଲିସ୍‍ ମହାନିର୍ଦ୍ଦେଶ ଭାବେ ଦାୟିତ୍ୱ ତୁଲାଉଛନ୍ତି । ନୂତନ ନିଯୁକ୍ତି ଫଳରେ ସେ ଦୁଇ ମହାନଗରୀର ୮ତମ ପୁଲିସ୍‍ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ ।

୧୯୯୦ ବ୍ୟାଚ୍‍ର ଆଇପିଏସ୍‍ ଅଫିସର ସୁଧାଶୁ ଷଡଙ୍ଗୀଙ୍କୁ ପୁଲିସ୍‍ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ପୂର୍ବରୁ ଶ୍ରୀ ଷଡଙ୍ଗୀ ମଧ୍ୟ ସେଠାରେ କାର୍ଯ୍ୟ କରିଥିଲେ ।

ସେହିଭଳି ୧୯୮୮ ବ୍ୟାଚ୍‍ର ବରିଷ୍ଠ ଆଇପିଏସ୍‍ ଅଧିକାରୀ ଏମ୍‍.ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ନୂତନ ନିଯୁକ୍ତି ମିଳିଛି । ଶ୍ରୀ ଅକ୍ଷୟ ଏବେ ପୁଲିସ୍‍ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସିଏମ୍‍ଡି ଭାବେ କାର୍ଯ୍ୟ କରୁଛନ୍ତି । ବରିଷ୍ଠ ଆଇପିଏସ୍‍ ଅଧିକାରୀ ଅବସର ନେବାପରେ ଅଗ୍ନିଶମ ଡିଜି ପଦବୀଟି ଖାଲି ପଡିଥିଲା ।

LEAVE A REPLY

Please enter your comment!
Please enter your name here