Home Education ସୋଆ ସଭାପତିଙ୍କ ସହ ଏନ.ସି.ସି.ବି.ଏମ ଡିଜିଙ୍କ ଆଲୋଚନା

ସୋଆ ସଭାପତିଙ୍କ ସହ ଏନ.ସି.ସି.ବି.ଏମ ଡିଜିଙ୍କ ଆଲୋଚନା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଗୁରୁବାର ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ନ୍ୟାସନାଲ କାଉନସିଲ ଫର ସିମେଂଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସର ଡାଇରେକ୍ଟର ଜେନେରାଲ ଡକ୍ଟର ବିବେକାନନ୍ଦ ମହାପାତ୍ର ।

ସାକ୍ଷାତ ସମୟରେ ଦୁଇ ଅନୁଷ୍ଠାନ ମଧ୍ୟରେ ଗବେଷଣା, ପ୍ରଶିକ୍ଷଣ ଓ କୌଶଳ ବିକାଶକୁ ନେଇ ସହଭାଗିତା ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବୈଜ୍ଞାନିକଙ୍କ ଆଦାନପ୍ରଦାନ ନେଇ ଆଲୋଚନା ହୋଇଥିଲା ।

ଏହି ଆଲୋଚନା ସମୟରେ ସୋଆର ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚର ବିଭିନ୍ନ ବିଭାଗର ମୁଖ୍ୟ ଏବଂ ସୋଆର ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here