Home General ସୋଆ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ

ସୋଆ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ

ଭୁବନେଶ୍ୱର : ସାରା ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟ ଏହି ଉତ୍ସବ ସହ ଯୋଡି ହୋଇଛି । ଅଗଷ୍ଟ ୯ରୁ ୧୪ ତାରିଖ ମଧ୍ୟରେ ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ଏକ ୱେବିନାରର ଆୟୋଜନ କରାଯାଇଥିବା ସହ ଅନେକ ଗୁଡିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅଗଷ୍ଟ ୧୧ ତାରିଖରେ ଆୟୋଜିତ ୱେବିନାରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ସ୍ୱାଧୀନତା ନିମନ୍ତେ ସଂଘର୍ଷର କାହାଣୀ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ ସମ୍ପର୍କରେ ଆଲୋକପାତ କରିବା ସହ ବର୍ତମାନର ପିଢିରେ ଏହି ମହାନ ଇତିହାସ ସମ୍ପର୍କରେ ଜାଣିବା ପାଇଁ ଉତ୍ସୁକତାର ଅଭାବ ରହିଛି ବୋଲି କହି ଉଦ୍‌ବେଗ ପ୍ରକାଶ କରିଥିଲେ ।

ସେମାନେ ଆଜି ସ୍ୱାଧୀନତାର ସ୍ୱାଦକୁ ଉପଭୋଗ କରୁଥିବା ବେଳେ ଯେଉଁ ମନିଷୀମାନେ ଭାରତର ସ୍ୱାଧୀନତା ନିମନ୍ତେ ସଂଘର୍ଷ କରି ନିଜ ଜୀବନକୁ ବିପନ୍ନ କରିଥିଲେ ସେମାନଙ୍କ ସମ୍ପର୍କରେ ଜାଣୁନାହାଁନ୍ତି ବୋଲି ସେ କହିଥିଲେ ।

୧୯୧୯ ମସିହା ଏପ୍ରିଲ୍ ୧୩ ତାରିଖରେ ଅମୃତସରଠାରେ ଘଟିଯାଇଥିବା ଲୋମହର୍ଷର୍ଣକାରୀ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଯେଉଁଥିରେ ତତ୍କାଳୀନ ଇଂରେଜ ସରକାରଙ୍କ ବ୍ରିଗେଡିୟର ଜେନେରାଲ୍ ଆର.ଇ.ଏଚ୍ ଡାଏର୍‌ଙ୍କ ନିର୍ଦ୍ଦେଶରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରାଯାଇଥିଲା । ସେ ଘଟଣାକୁ ସ୍ମରଣ କରି ପ୍ରଫେସର ମହାପାତ୍ର କହିଥିଲେ ଯେ ଏହି ଦୁଃଖଦ ଘଟଣା ସାରା ବିଶ୍ୱର ମାନସିକତାକୁ ଦୋହଲାଇ ଦେଇଥିଲା ।

ଖୁବ୍ କଷ୍ଟରେ ଦେଶ ସ୍ୱାଧୀନତା ହାସଲ କରିଥିଲା । କିନ୍ତୁ ବର୍ତମାନର ପିଢ଼ି ଏ ସମ୍ପର୍କରେ ଅଜ୍ଞ ଅଥବା ଆଗ୍ରହ ନ ଥିବା ପରି ପ୍ରତିହତ ହେଉଥିବା ୱେବିନାରରେ ଯୋଡି ହୋଇଥିବା ଛାତ୍ରଛାତ୍ରୀ, ଫାକଲ୍ଟି ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ପ୍ରଫେସର ମହାପାତ୍ର କହିଥିଲେ ।

ବର୍ତମାନ ଆମ ଯୁବପିଢ଼ିଙ୍କ ଶିକ୍ଷା ଓ ପ୍ରଶିଷଣ ପାଇଁ ଦେଶ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେମାନେ କିନ୍ତୁ ବିଦେଶୀ କମ୍ପାନୀରେ କାର୍ଯ୍ୟ କରିବା ପାଇଁ ନିଷ୍ପତି ଉତ୍ସୁକ ହେଉଥିବା ପ୍ରଫେସର ମହାପାତ୍ର କହିଥିଲେ । ଯୁବପିଢ଼ିଙ୍କ ମଧ୍ୟରେ ନୈତିକତାର ଅଭାବ ଦେଶକୁ ନିମ୍ନଗାମୀ କରୁଛି ବୋଲି ସେ କହିଥିଲେ ।

ସୋଆ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶ ପ୍ରଫେସର ନଚିକେତା ଶର୍ମା ବିଶିଷ୍ଟ ଐତିହାସିକ ପ୍ରଫେସର ବିପନ୍ ଚନ୍ଦ୍ରଙ୍କର ପୁସ୍ତକ “ଦ ଏପିକ୍ ଷ୍ଟ୍ରଗଲ୍‌” ଉପରେ ଆଲୋଚନା କରି ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ମତ ରଖିଥିଲେ ।

ଅଗଷ୍ଟ ୧୦ ତାରିଖରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଅଗଷ୍ଟ ୧୩ ତାରିଖରେ ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଏକ ସାଇକେଲ୍ ର‌୍ୟାଲିର ଆୟୋଜନ କରାଯାଇଥିଲା । ଏହି ସ୍ୱେଚ୍ଛାସେବୀମାନେ ସାଇକେଲ୍ ର‌୍ୟାଲିରେ ଯାଇ ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତାର ବାର୍ତା ପ୍ରଦାନ କରିଥିଲେ ।