Home Education ସୋଆରେ ଉରୁଗୁଏ ରାଷ୍ଟ୍ରଦୂତ

ସୋଆରେ ଉରୁଗୁଏ ରାଷ୍ଟ୍ରଦୂତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ଉରୁଗୁଏର ରାଷ୍ଟ୍ରଦୂତ ଶ୍ରୀ ଆଲ୍‌ବେଟୋ ଏ ଗୁଆନି ।

ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କ ସହ ସାକ୍ଷାତ ସମୟରେ ଉରୁଗୁଏ ଏବଂ ସୋଆ ମଧ୍ୟରେ ଶିକ୍ଷା ସାଂସ୍କୃତିକ କ୍ଷେତ୍ରରେ ଆଦାନପ୍ରଦାନ ନେଇ ଆଲୋଚନା ହୋଇଥିଲା । ଏହି ସାକ୍ଷାତ ଆଲୋଚନା ସମୟରେ ସୋଆର ନିର୍ଦ୍ଦେଶକ ଡ଼ଃ ମହେନ୍ଦ୍ର ପ୍ରସାଦ ଉପସ୍ଥିତ ଥିଲେ ।

ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଆୟୋଜିତ “ଟ୍ରେଣ୍ଡ୍‌ସ ଆଣ୍ଡ ଡିସରପ୍‌ସନ୍ସ ଇନ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ” ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଥିଲେ ଶ୍ରୀ ଗୁଆନି ।