Home Infrastructure ସୋଆରେ ଅଟଳ କାର୍ଯ୍ୟକ୍ରମ ଆୟୋଜିତ

ସୋଆରେ ଅଟଳ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଚଳିତ ସପ୍ତାହରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏଆଇସିଟିଇ ପ୍ରାୟୋଜିତ ୫ ଦିନିଆ ପ୍ରଶିକ୍ଷଣ ଏବଂ ଶିକ୍ଷା ଗ୍ରହଣ (ଅଟଳ) ଫ୍ୟାକଲ୍ଟି ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ୍ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଥିଲା “ସଠିକ୍ ରାସ୍ତା ନିର୍ମାଣ ନିମନ୍ତେ ସମସାମୟିକ ବୈଷୟିକ ପଦ୍ଧତି” ।

ଏହି ଅଟଳ ଏଫ୍‌ଡିପି ପ୍ରୋଗ୍ରାମ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଉନ୍ନତମାନର ବୈଷୟିକ ଶିକ୍ଷା ପ୍ରଦାନ କରାଯିବା ସହ ଗବେଷଣା ଓ ଉଦ୍‌ଭାବନ ଏବଂ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେବା । ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲେଜି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ସାରା ଦେଶରୁ ୧୨୪ ଜଣ ପ୍ରତିଯୋଗି ଭାଗ ନେଇଥିବା ବେଳେ ୧୪ଟି ଟେକ୍ନିକାଲ୍ ସେସନ୍ ରଖାଯାଇଥିଲା ।

ଏହି କାର୍ଯକ୍ରମରେ ଆଇଆଇଟି ରୁର୍‌କିର ପ୍ରଫେସର ମନୋରଞ୍ଜନ ପରିଡା, ଆଇଆଇଟି, ମାଡ୍ରାସର ପ୍ରଫେସର ଜି.ଆର୍‌. ଡୋଡାଗୋଡା, ଆଇଆଇଟି, ବମ୍ବେର ଡଃ ଧର୍ମବୀର ସିଂହ, ଏନ୍‌ଆଇଟି, ରାଉରକେଲା ପ୍ରଫେସର ମହାବୀର ପଣ୍ଡା, ୟୁଏସ୍‌ଏ ସ୍ଥିତ ଓକ୍‌ଲାହୋମା ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବକାନ୍ତ ମିଶ୍ର, ଆଇଆଇଟି, ଭୁବନେଶ୍ୱର ଡଃ ଉମେଶ ଚନ୍ଦ୍ର ସାହୁ, ଆଇଆଇଟି ବମ୍ବେର ଡଃ ଭାରତ ରଞ୍ଜନ, ଆଇଆଇଟି ବିଏଚ୍‌ୟୁର ଡଃ ଅଙ୍କିତ ଗୁପ୍ତା, ଆଇଆଇଟି, ରୁର୍‌କିର ଡଃ ନିଖିଳ ସାହୁ, ଏମ୍‌ସିଜିଏମ୍‌, ମୁମ୍ବାଇର ଡଃ ବିଶାଳ ଆର୍ ଥୋମ୍ବାର, ଆଫ୍‌କନ୍ସ ଇନ୍‌ଫ୍ରାର ଶ୍ରୀ ପି. ଗୁରୁରାଜ, ପିଡିଇୟୁର ଡଃ ଆୟାନା ଜବଲ୍‌, ସୋଆ ପକ୍ଷରୁ ଡଃ ଆଦିତ୍ୟ କୁମାର ଦାସ, ଏବଂ ହଂକଂ ପଲି ୟୁନିଭର୍ସିଟିରୁ ଡଃ ପ୍ରବିନ୍ କେ. ଆଶିଷ ପ୍ରମୁଖ ଉପସ୍ଥିତ ଥିଲେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ପ୍ରୋ-ଭାଇସ୍ ଚ୍ୟାନ୍‌ସେଲର ପ୍ରଫେସର ପି.କେ. ନନ୍ଦ, ରେଜିଷ୍ଟ୍ରାର୍ ପ୍ରଫେସର ବି.ବି. ପ୍ରଧାନ, ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ ଏବଂ ସୋଆ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ମାନସ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର ପୂର୍ବତନ ପୂର୍ତ ବିଭାଗ ସଚିବ ତଥା ଇଞ୍ଜିନିୟର ଇନ୍ ଚିଫ୍ ଡଃ ନନ୍ଦ ନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ପ୍ରୋ ଭାଇସ୍ ଚ୍ୟାନ୍‌ସେଲ୍‌ର ପ୍ରଫେସର ନନ୍ଦ, ଡିନ୍ ଆଇଟିଇଆର୍ ପ୍ରଫେସର ପି.କେ. ସାହୁ ଏବଂ ସିଭିଲ୍ ଇଞ୍ଜିନିୟର ବିଭାଗର ମୁଖ୍ୟ ପ୍ରଫେସର ଦାସ ବକ୍ତବ୍ୟ ରଖିଥିଲେ ।