Home Administration ସେପ୍ଟେମ୍ବର ପହିଲାରୁ ବିଧାନସଭା ଅଧିବେଶନ

ସେପ୍ଟେମ୍ବର ପହିଲାରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ୧ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିର୍ଦ୍ଦେଶରେ ସଂସଦୀୟ ବ୍ୟାପାର ପ୍ରମୁଖ ସଚିବ ଜି ମାଥିଭାଥନନ ସୋମବାର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି ।

ଭାରତର ସମ୍ବିଧାନର ଧାରା ୧୭୪ ର ଧାରା (୧) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ମୁଁ ୧୬ ତମ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନକୁ ୨୦୨୧ ମସିହା ସେପ୍ଟେମ୍ବର ୧ ତାରିଖ ଦିନ ୧୧ ଟା ସମୟରେ ବିଧାନସଭା ଭବନରେ ବୈଠକ ଡକାଉଛି ବୋଲି ଶ୍ରୀ ମାଥିଭାଥନନ୍ କହିଛନ୍ତି ।

କାର୍ଯ୍ୟସୂଚୀ ଅନୁଯାୟୀ, ଅଧିବେଶନରେ ସାତଟି ସରକାରୀ କାର୍ଯ୍ୟଦିବସ ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ରହିବ । ସେପ୍ଟେମ୍ବର ୪ (ରବିବାର) ରେ ଗୃହ ବନ୍ଦ ରହିବ । ଏହି ଅଧିବେଶନରେ ରାଜ୍ୟ ସରକାର ଅନେକ ବିଲ୍ ଗୃହରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି ।