Home Infrastructure ସୁଭଦ୍ରା ଏନକ୍ଲେଭ ବିକ୍ରି ପକ୍ରିୟା ଆରମ୍ଭ

ସୁଭଦ୍ରା ଏନକ୍ଲେଭ ବିକ୍ରି ପକ୍ରିୟା ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରର ଡୁମୁଡୁମାଠାରେ ପ୍ରାୟ ୨ଏକର ପରିମିତ ସରକାରୀ ଜମି ଉପରେ ଏକ ବହୁତଳ ବିଶିଷ୍ଟ ପ୍ରକଳ୍ପ “ସୁଭଦ୍ରା ଏନ୍‌କ୍ଲେଭ”ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ୫ ମହଲା ବିଶିଷ୍ଟ ପ୍ରକଳ୍ପରେ ସମସ୍ତ ବର୍ଗର ଲୋକ ଯଥା ଆର୍ଥିକ ଦୁର୍ବଳଶ୍ରେଣୀ, ନିମ୍ନ ଆୟକାରୀ ବର୍ଗ ଓ ମଧ୍ୟମ ଆୟକାରୀବର୍ଗ ଙ୍କ ନିମନ୍ତେ ଗୃହନିର୍ମାଣ ସଂସ୍ଥା ମୋଟ୍ ୧୯୮ଟି ଫ୍ଲାଟ ନିର୍ମାଣ କରିବାକୁ ଯାଉଥିବା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ଆଜି ପ୍ରଥମ ପର୍ଯ୍ୟାୟରେ ମୋଟ ୧୬୦ଟି ଫ୍ଲାଟର ବିକ୍ରୟ ପ୍ରକ୍ରିୟାର ଶୁଭାରମ୍ଭ କରାଯାଉଅଛି । ଖୁସିର କଥା ଗୃହ ନିର୍ମାଣ ସଂସ୍ଥା ଆଧୁନିକ ଭିତିିଭୂମିର ସୁବିଧା ସହ ସୁଲଭ ମୂଲ୍ୟରେ ଏହି ଫ୍ଲାଟଗୁଡ଼ିକ ସ୍ୱଚ୍ଛ ପ୍ରକ୍ରିୟାରେ ବିକ୍ରୟ କରିବେ ।

ସଂସ୍ଥାର ଏହି ପ୍ରକଳ୍ପ ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଅନୁମୋଦିତ ହୋଇଅଛି ତଥା ଜଋଜଇ କତ୍‌ର୍ୃପକ୍ଷଙ୍କ ନିକଟରେ ପଞ୍ଜିକୃତ ହୋଇଅଛି । ସଂସ୍ଥା ଏହି ଫ୍ଲାଟଗୁଡ଼ିକୁ ନିର୍ଦ୍ଧାରିତ ୪୨ମାସ ଭିତରେ ସମ୍ପୂର୍ଣ୍ଣ କରି ହିତାଧିକାରୀଙ୍କୁ ବର୍ତମାନର ଘୋଷିତ ମୂଲ୍ୟରେ ଯୋଗାଇଦେବ ।

ପ୍ରକଳ୍ପର ମୂଲ୍ୟ ଆନୁମାନିକ ୬୩କୋଟି ୭୩ ଲକ୍ଷ ଟଙ୍କା ସ୍ଥିରୀକୃତ ହୋଇଅଛି । ନିର୍ଦ୍ଦିଷ୍ଟ ସମୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଏହା ଇପିସି ଜରିଆରେ କାର୍ଯ୍ୟକାରୀ କରାଯିବ ।
ହିତାଧିକାରୀଙ୍କ ସୁବିଧା ନିମନ୍ତେ ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ୟୁକୋ ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କ ସହବନ୍ଧିତ ହୋଇଅଛି । ଏହାଦ୍ୱାରା ସ୍ୱଳ୍ପ ସୁଧହାରରେ ହିତାଧିକାରୀମାନେ ବ୍ୟାଙ୍କରୁ ସୁବିଧାରେ ଲୋନ୍ ନେଇପାରିବେ ।

ନିର୍ଦ୍ଦିଷ୍ଟ ଭିତିଭୂମି ଯଥା ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ରାସ୍ତା, ନାଳ, ପାର୍କ, ବିଜୁଳି ଯୋଗାଣ, ସମସ୍ତ ଫ୍ଲାଟକୁ ଲିଫ୍ଟ, ଡ଼ିଜିସେଟ୍ ଇତ୍ୟାଦି ସହିତ ରେପୁଟେଡ଼ ବ୍ରାଣ୍ଡର ଫିଟିଙ୍ଗସ୍ ଯୋଗାଇ ଫ୍ଲାଟଗୁଡ଼ିକୁ ହସ୍ତାନ୍ତର କରାଯିବ ।

୍ଣସହିଭଳି କଟକ ବିଦ୍ୟାଧରପୁରଠାରେ ସଂସ୍ଥା ମୋଟ ୮କୋଟି ୧୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ସମାପ୍ତି କରିଥିବା ହାଉସିଂ ପ୍ରକଳ୍ପରେ ୧୯୬ଗୋଟି ଫ୍ଲାଟର ଆଜି ଶୁଭ ଉଦ୍‌ଘାଟନ କରି ହିତାଧିକାରୀମାନଙ୍କୁ ବାସଗୃହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଉଛି । ସହର ମଧ୍ୟରେ ଏକ ପ୍ରମୁଖ ସ୍ଥାନରେ ସମସ୍ତ ଭିତିଭୂମିର ସୁବିଧା ଥାଇ ଚାରିମହଲା ବିଶିଷ୍ଟ ଫ୍ଲାଟଗୁଡ଼ିକୁ, ଫ୍ଲାଟ ପିଛା ମାତ୍ର ୪ ଲକ୍ଷ ୧୬ ହଜାର ଟଙ୍କାରେ ହିତାଧିକାରୀମାନଙ୍କୁ ଯୋଗାଇ ଦେଉଛି । ଏହା ସ୍ୱାଗତଯୋଗ୍ୟ ।

ରାଜ୍ୟ ସରକାର ଏହି ପ୍ରକଳ୍ପରେ ୧୯୬ଟି ଫ୍ଲାଟ ପାଇଁ ଭିତିଭୂମି ବିକାଶ ବାବଦକୁ ୪କୋଟି ୭୭ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ଏହି ପ୍ରକଳ୍ପରେ ସଂସ୍ଥା ଆହୁରି ୧୨୬ଗୋଟି ନୂତନ ଇଡବ୍ଲୁଏସ୍ ଫ୍ଲାଟ ଓ ୧୪୨ଟି ପ୍ଲଟର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଆଜି ଅତ୍ୟନ୍ତ ଆନନ୍ଦର ବିଷୟ ଯେ ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପରିସରରେ ରୋଜ୍ୟ ସରକାରଙ୍କର ସ୍ୱଚ୍ଛ ଶାସନର ପ୍ରମୁଖ ମାଧ୍ୟମ ମୋ ସରକାର କକ୍ଷ କାର୍ଯ୍ୟକ୍ଷମ ହୋଇଅଛି । ଏହା ମାଧ୍ୟମରେ ରାଜ୍ୟ ଗୃହନିର୍ମାଣ ସଂସ୍ଥା ହୀତାଧିକାରୀଙ୍କ ନିକଟରେ ଅଧିକ ଉତରଦାୟୀ ହେବା ସହିତ ସେମାନଙ୍କ ସମସ୍ୟାର ତ୍ୱରିତ ସାମାଧାନ କରାଇ ପାରିବ ।

ଆଜି ପର୍ଯ୍ୟନ୍ତ ଗୃହ ନିର୍ମାଣ ସଂସ୍ଥା ରାଜ୍ୟର ବିଭିନ୍ନ ସହରଂଳରେ ୩୧ ହଜାର ୭୬୫ଟି ବିଭିନ୍ନ କିମସର ବାସଗୃହ, ଦୋକାନ ଓ ପ୍ଲଟ ଯୋଗାଇ ଦେଇଛନ୍ତି । ସେଥିମଧ୍ୟରୁ ଭୁବନେଶ୍ୱରରେ ୧୯ ହଜାର ୬୯୯ଟି ବାସଗୃହ ଅନ୍ତର୍ଭୁକ୍ତ । ବର୍ତମାନ ସଂସ୍ଥା ଦ୍ୱାରା ୧୧୦୮ଟି ବାସଗୃହ ଓ ନିର୍ମାଣ କାର୍ଯ୍ୟ ଚାଲୁଅଛି ।

ଆଗାମୀ ଦିନରେ ଗୃହ ନିର୍ମାଣ ସଂସ୍ଥା ଖୁବ୍ ଶୀଘ୍ର ଭୁବନେଶ୍ୱର ଓ ଅନ୍ୟାନ୍ୟ ସହରରେ ବାସଗୃହର ଅଭାବ ଦୂରୀକରଣ ପାଇଁ ବିଭିନ୍ନ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯାଉଥିବା ମନ୍ତ୍ରୀ କହିଛନ୍ତି ।