Home News in Odia ସୁନୀଲ କୁମାର ବଂଶଲ ନୂଆ ଡିଜିପି

ସୁନୀଲ କୁମାର ବଂଶଲ ନୂଆ ଡିଜିପି

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇପିଏସ୍ ଅଫିସର ସୁନୀଲ କୁମାର ବଂଶଲଙ୍କୁ ରାଜ୍ୟର ନୂତନ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତ କରିଛନ୍ତି ।

୧୯୮୭ ବ୍ୟାଚ୍ ଆଇପିଏସ୍ ଶ୍ରୀ ବଂଶଲ ବର୍ତ୍ତମାନ ନୂଆଦିଲ୍ଲୀ ଠାରେ ସ୍ୱତନ୍ତ୍ର ନିର୍ଦ୍ଦେଶକ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଭାବରେ କାର୍ଯ୍ୟ କରୁଛନ୍ତି ।

ଶ୍ରୀ ବଂଶଲ ଆସନ୍ତା ଜାନୁଆରୀ ପହିଲାରୁ ଓଡିଶା ଡିଜିପି ଭାବରେ ଦାୟିôୟ ଗ୍ରହଣ କରିବେ । ସେ ବର୍ତ୍ତମାନର ଡିଜିପି ଶ୍ରୀ ଅଭୟଙ୍କ ସ୍ଥାନ ନେବେ ।

ଡିଜିପି ଶ୍ରୀ ଅଭୟ ଶ୍ରୀ ବଂଶଲଙ୍କୁ ସ୍ୱାଗତ କରିଛନ୍ତି ଏବଂ ରାଜ୍ୟରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟକାଳ କାମନା କରିଛନ୍ତି ।

ଡିଜିପି ତାଙ୍କ ଟୁଇଟର ଆକାଉଣ୍ଟରେ ଶ୍ରୀ ବଂଶଲଙ୍କ ଡିଜିପି ଓଡିଶାର ନିଯୁକ୍ତିକୁ ସ୍ୱାଗତ କରିଛନ୍ତି ଏବଂ ତାଙ୍କ ନେତୃତ୍ୱକୁ ଅପେକ୍ଷା କରିଥିବା କହିଛନ୍ତି ।

ଉଲ୍ଲେଖନୀୟ ଯେ ୧୯୮୭ ବ୍ୟାଚ ଅଫିସର ଶ୍ରୀ ବଂଶଲ ମୟୁରଭଞ୍ଜର ଏସ୍‍ପି ଭାବେ ଦାୟିତ୍ୱ ତୁଲାଉଥିବା ସମୟରେ ୧୯୯୪ ମସିହାରୁ କେନ୍ଦ୍ରୀୟ ଡେପୁଟେସନ ଅଛନ୍ତି ।