Home Education ସିଲାବସ କମିବ ୩୦ ପ୍ରତିଶତ

ସିଲାବସ କମିବ ୩୦ ପ୍ରତିଶତ

ଭୁବନେଶ୍ୱର: ଗତ ବର୍ଷ ଭଳି ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ଯଦିଓ କୋଭିଡ -୧୯ ପରିସ୍ଥିତି ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ଶିକ୍ଷାଦାନ ଆରମ୍ଭ ହୋଇଛି, ତଥାପି ଅନଲାଇନ୍ ମୋଡ୍ ମାଧ୍ୟମରେ ପ୍ରତ୍ୟେକ ଛାତ୍ରଙ୍କ ନିକଟରେ ପହଞ୍ଚିବା ସମ୍ଭବ ନୁହେଁ । ତେଣୁ ଆମେ ସିଲାବସକୁ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି ।

ମହାମାରୀ କାରଣରୁ ଏକାଡେମିକ୍ ବର୍ଷ ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ଗତ ବର୍ଷ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପାଇଁ ସିଲାବସ୍ ୩୦ ପ୍ରତିଶତ ହ୍ରାସ କରିଥିଲେ । ସେହି ଅନୁଯାୟୀ, ୧୦୦ ଦିନ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ବାତିଲ ହୋଇଥିବା ସେ କହିଛନ୍ତି ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଛାତ୍ରମାନଙ୍କ ଅଧ୍ୟୟନ ପ୍ରଭାବିତ ନହେବା ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଅନଲାଇନ୍ ମୋଡ୍ ମାଧ୍ୟମରେ ଶିକ୍ଷା ଦିଅ ।ଯାଉଛି । ଯଦିଓ ପ୍ରତ୍ୟେକ ଛାତ୍ରଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୟୁଟ୍ୟୁବ୍ ପ୍ଲାଟଫର୍ମରେ ସରକାର ଲାଇଭ୍ ଷ୍ଟ୍ରିମିଂ ଅ।ରମ୍ଭ କରିଛନ୍ତିୟ ଓ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଅନଲାଇନ୍ ଶିକ୍ଷାଦାନ ପ୍ରକ୍ରିୟା ୩୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ ।

ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୧୦.୪୫ ରୁ ୧ଟା ପର୍ଯ୍ୟନ୍ତ ଚାରି ଅବଧିରେ ପାଞ୍ଚଞ୍ଚ ଦିନ ପାଇଁ ଅନୁଷ୍ଠିତ ହେଉଛି । ସେହିଭଳି, ପ୍ରଥମରୁ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୭ ଜୁଲାଇ ପର୍ଯ୍ୟନ୍ତ ଅନଲାଇନ୍ ମୋଡ୍ ମାଧ୍ୟମରେ ପଢିବେ ।