Home General ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ ଉଦ୍ଧାର

ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡପୁଅ ମନୀଷ ଅନୁରାଗ ଦାସଙ୍କ ମୃତଦେହ ଆଜି ରାଜଧାନୀ ଉପକଣ୍ଠ ପାତ୍ରପଡା ସ୍ଥିତ ଏକ ପୋଖରୀରୁ ମିଳିଛି । ମୃତ ଅନୁରାଗଙ୍କୁ ମାତ୍ର ୩୦ବର୍ଷ ବୟସ ହୋଇଥିବାବେଳେ ଆସନ୍ତା ମାସ ୨୧ତାରିଖରେ ତାଙ୍କର ବିବାହ ସ୍ଥିର ହୋଇଥିଲା ।

ଗତକାଲି ଠାରୁ ମନୀଷ ଘରକୁ ଫେରିନଥିବାବେଳେ ଏ ନେଇ ତାଙ୍କ ପିତା ପୁଲିସ୍‍କୁ ସୂଚନା ଦେଇଥିଲେ । ମନୀଷଙ୍କ କାର୍‍ଟି ଇନଫୋସିଟି ଅଞ୍ଚଳରୁ ଉଦ୍ଧାର ହୋଇଥିବାବେଳେ ଆଜି ତାଙ୍କର ମୃତ ଦେହ ମିଳିଛି । ଏ ନେଇ ପୁଲିସ୍‍ କୌଣସି ପ୍ରମାଣ ପାଇପାରିନଥିବାବେଳେ ମନୀଷଙ୍କ ଅପହରଣ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଗତକାଲି ପୁଅ ନିଖୋଜ ହେବାପରେ ବରିଷ୍ଠ ସାମ୍ବାଦିକ ନବୀନ ଦାସ ପୁଲିସ୍‍କୁ ଏ ନେଇ ସୂଚନା ଦେଇଥିଲେ । ପୁଲିସ୍‍ ମଧ୍ୟ ରାତିସାରା ଖୋଜାଖୋଜି କରିଥିଲା । ହେଲେ ମନୀଷଙ୍କୁ ପାଇନଥିବା ଜଣାଯାଇଛି । ଆଜି ପୁଅର ମୃତ୍ୟୁଖବର ନେଇ ଶ୍ରୀ ଦାସ ସୋସିଆଲ ମିଡିଆରେ ସୂଚନା ଦେବାପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ କମିଶନରେଟ ପୁଲିସ୍‍ ଏବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଚଳାଇଛି । ବିଶେଷକରି ନିଜ ଗାଡି ଛାଡିବାପରେ ମନୀଷ କାହା ସହିତ କେଉଁଆଡେ ଯାଇଥିଲେ ଓ ମୃତ୍ୟୁ ପୂର୍ବରୁ କାହା କାହା ସହିତ କଥା ହୋଇଥିଲେ ତାହାର ଖୋଳତାଡ କରୁଛି । ଏ ନେଇ ଖୁବଶୀଘ୍ର ସତ୍ୟ ପଦାକୁ ଆସିବ ବୋଲି ଜଣେ ବରିଷ୍ଠ ପୁଲିସ୍‍ ଅଧିକାରୀ କହିଛନ୍ତି ।