Home Covid ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା

ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା

ଉୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଆଜି ସାମ୍ବାଦିକମାନଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଏହାଦ୍ୱାରରା ରାଜ୍ୟର ୬୯୪୪ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ ।

ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାର୍ଯ୍ୟରତ ସାମ୍ବାଦିକମାନେ ରାଜ୍ୟପାଇଁ କାର୍ଯ୍ୟ କରୁଛନ୍ତି । ନିରନ୍ତର ଭାବେ ଖବର ପରିବେଷଣ ଦ୍ୱାରା ଲୋକଙ୍କୁ ସଚେତନ କରିବା ସହିତ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ।

ସରକାରଙ୍କର ଏଭଳି ନିଷ୍ପତ୍ତି ଯୋଗୁଁ ରାଜ୍ୟର ୬୯୪୪ କାର୍ଯ୍ୟରତ ସାମ୍ବାଦିକମାନେ ଉପକୃତ ହେବେ । ପୂର୍ବରୁ ଏହି ଗଣମାଧ୍ୟମ ପ୍ରତିନିଧିମାନେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହୋଇଛନ୍ତି । ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଇଛି ।

ଏହାବାଦ୍‍ କାର୍ଯ୍ୟରତ ଥିବାବେଳେ କୋଭିଡରେ ମୃତ୍ୟୁବରଣ କରୁଥିବା ସାମ୍ବାଦିକଙ୍କ ନିକଟ ସମ୍ପର୍କୀୟଙ୍କୁ ସରକାର ୧୫ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଉଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କର ଆଜିର ଏହି ଘୋଷଣାକୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ରାଜ୍ୟର ସାମ୍ବାଦିକମାନଙ୍କ ପ୍ରତି ଥିବା ତାଙ୍କର ପ୍ରତିଶ୍ରୁତିବଦ୍ଧତା ଓ ଦୃଢ ସମର୍ଥନକୁ ପ୍ରତିପାଦିତ କରୁଥିବା ଶ୍ରୀ ମଙ୍ଗରାଜ କହିଛନ୍ତି ।