Home General ସାମାଜିକ ସୁରକ୍ଷା ହିଁ ଶିଶୁ ଶ୍ରମକୁ ରୋକିବ

ସାମାଜିକ ସୁରକ୍ଷା ହିଁ ଶିଶୁ ଶ୍ରମକୁ ରୋକିବ

ଭୁବନେଶ୍ୱର : ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ୨୦୨୨ ପାଳନ ନିମନ୍ତେ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ୱାରା ଶିଶୁ ଶ୍ରମକୁ ରୋକିବା ପାଇଁ ସାର୍ବଜନିକ ସାମାଜିକ ସୁରକ୍ଷାକୁ ଏ ବର୍ଷର ବିଷୟବସ୍ତୁ ର୍ନିର୍ଦ୍ଧାରିତ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶିଶୁ ଶ୍ରମକୁ ରୋକିବା ନିମନ୍ତେ ବିଶ୍ୱ ସ୍ତରରେ ସାମାଜିକ ସୁରକ୍ଷାକୁ ସୃଦୁଢ କରିବା କାରଣ କେବଳ ସାମାଜିକ ସୁରକ୍ଷା ଦ୍ୱାରା ହିଁ ସଙ୍କଟମୟ ପରିସ୍ଥିତିରେ ପରିବାର ଗୁଡିକୁ ଶିଶୁଶ୍ରମରୁ ନିବୃତ କରାଯାଇ ପାରିବ ।

ଯଦିଓ ୨୦୨୦ ର ଆରମ୍ଭ ଓ କୋଭିଡ ମହାମାରୀ ପୁର୍ବରୁ ସମଗ୍ର ବିଶ୍ୱରେ କେବଳ ୪୬.୯ ଭାଗ ଲୋକ ଯେକୌଣସି ଗୋଟିଏ ମାତ୍ର ସମାଜିକ ସୁରକ୍ଷାର ଲାଭ ପାଇଥିଲେ । ମାତ୍ର ୩ ଭାଗ ଶିଶୁ, ୧.୫ ବିଲିଅନ, ଏଥିରୁ ବଞ୍ଚିତ ଥିଲେ । ଶିଶୁ ଶ୍ରମର ବିରୋଧ ଓ ସାମାଜିକ ସୁରକ୍ଷା ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍‌) ପକ୍ଷରୁ ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ୨୦୨୨ ବାଲିଅନ୍ତା ବ୍ଲକର ସତ୍ୟଭାମାପୁର ଗ୍ରାମପଞ୍ଚାୟତରେ ପାଳନ କରାଯାଇଥିଲା ।

ପିକକ୍‌ର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶିକା ଅନୁରଧା ମହାନ୍ତି ସ୍ୱାଗତ ଭାଷଣ ଦେଇ ଏହାର ଉଦ୍ଦେଶ୍ୟ ସର୍ମ୍ପକରେ ସମସ୍ତଙ୍କୁ ଅବଗତ କରାଇଥିଲେ । ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ନିଜ ବକ୍ତବ୍ୟରେ ସାମାଜିକ ସୁରକ୍ଷାକୁ ସୁଦୃଢ କରିବା ସହିତ ସ୍କୁଲରେ ସୁରକ୍ଷିତ ଓ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଶିଶୁ ଶ୍ରମକୁ ରୋକାଯାଇ ପାରିବ ବୋଲି ନିଜର ମତ ପ୍ରକାଶ କରିଥିଲେ । ଏଥି ନିମନ୍ତେ ସବୁ ସ୍ତରରେ ଉଦ୍ୟମ କରାଯିବା ଉଚିତ୍‍ ବୋଲି ଶ୍ରୀ ମହାନ୍ତି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଏବିଇଓ ସୁବାସିନି ଦାସ କହିଲେ ସବୁ ପିଲା ମାନେ ସ୍କୁଲକୁ ଆସିଲେ ହିଁ ଶିଶୁ ଶ୍ରମର ଉଚ୍ଛେଦ ସମ୍ଭବ । ଅନ୍ୟମାନଙ୍କ ମଧ୍ୟରେ ବାଲିଅନ୍ତା ପିଏଚଇଓ ଶ୍ରୀ ସନ୍ତୋଷ ସେଠୀ, ବାଲିଅନ୍ତାର ବିଭିନ୍ନ ପଞ୍ଚାୟତ ସରପଞ୍ଚଞ୍ଚ ଯଥା ରଶ୍ମିତା ଭୋଇ, ସତ୍ୟଭାମାପୁର, ହୃଷିକେଶ ପାତ୍ର, ବେଣୁପୁର, ଭଗବାନ ବେହେରା, ପୁରୋହିତତ୍ପୁର, ଦୁର୍ଯ୍ୟୋଧନ ମଲ୍ଲିକ, ପୁରଣପ୍ରଧାନ, ଶ୍ରଧେୟ ପାତ୍ର, ପ୍ରତାପରୁଦ୍ରପୁର, ରଶ୍ମିତା ସାହୁ, ବଇଁଚୁଅ ।, ରମାନତା ନାୟକ, ଉମାଦେଇବ୍ରହ୍ମପୁର ଓ ପଞ୍ଚାୟତ ସମିତିର ସଦସ୍ୟ ଯଥା ମମତା ମାହାରି, ପୁରଣପ୍ରଧାନ, ରଂଜନ କୁମାର ମହାପାତ୍ର, ଉମାଦେଇବ୍ରହ୍ମପୁର, ମନୋରଞ୍ଜନ ସାହୁ, ପୁରୋହିତପୁର, ଓ କାକରୁଦ୍ରପୁର ନୋମିନି ମିଲିଲତା ବେହେରା ଏବଂ ସିଆରସିସି ମାନେ ଯଥା ପରିକ୍ଷିତ ସାହୁ, ତପନ ମହାନ୍ତି, ନରୟଣ ଚନ୍ଦ୍ର ଲେଙ୍କା, ବିଭୁତି କିଶୋର ସାହୁ ଓ ଗଣେଶ୍ୱର ବିଶ୍ୱାଳ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମ ରେ ୧୦୦ ଅଧିକ ଲୋକ ଯଥା ଅଙ୍ଗନବାଡୀ କର୍ମୀ, ଆଶା କର୍ମୀ, ମହିଳା ସ୍ୱୟଂ ସହାୟତା ଗୋଷ୍ଠୀର ସଦସ୍ୟା ମାନେ ଭାଗ ନେଇ ଥିଲେ । ବିପୁଳ ଜନସଚେତନତା, ବିଭିନ୍ନ ବିଭାଗ ମଧ୍ୟରେ ସହଯୋଗ ଓ ସମନ୍ୱୟ, ପିତାମାତା, ପରିବାର ଓ ସମାଜର ସହୋଯୋଗ ଏବଂ ଦୃଢ ସମଜିକ ସୁରକ୍ଷା ଓଡିଶାକୁ ଶିଶୁ ଶ୍ରମ ମୁକ୍ତ କରିବାରେ ସାହାଜ୍ୟ କରିବ ବୋଲି ବକ୍ତାମାନେ ମତ ଦେଇଥିଲେ । ଶିଶୁଶ୍ରମ ଉପରେ ଏକ ଛୋଟ ଚଳଚିତ୍ରର ଉନ୍ମୋଚନ ମଧ୍ୟ କରଯାଇଥିଲା ।

ପିକକ ପକ୍ଷରୁ ଏପ୍ରଲ୍ ୩୦ ତାରିଖ ଜାତୀୟ ଶିଶୁଶ୍ରମ ନିରୋଧ ଦିବସରୁ ଆରମ୍ବ ହୋଇଥିବା ୪୪ ଦିନିଆ ଶିଶୁ ଶ୍ରମ ବିରୋଧ ଅଭିଯାନ ଓଡିଶାର ବିଭିନ୍ନ ଜିଲ୍ଲା ରେ ମଧ୍ୟ ପାଳନ କରାଯାଇଥିଲା । ଏହି ଅବସରରେ ଓଡିଶା ସରକାରଙ୍କର ଶ୍ରମ ବିଭାଗ ଦ୍ୱାରା ଆୟୋଜିତ ୧୫ ଦିନିଆ ଶିଶୁ ଶ୍ରମ ବିରୋଧ ଅଭିଯାନରେ ମଧ୍ୟ ପିକକ୍ ଓତପ୍ରୋତ ଭାବରେ ଜଡିତ ଥିଲା । ପିକକ୍‌ର ଜ୍ୟୋତିଶଙ୍କର ମହାନ୍ତି, ଅଲ୍ପନା ଦାଶ୍‌, ଉପମା ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।