Home Administration ସାମାଜିକ ସୁରକ୍ଷା ଗ୍ରାମ ସପକ୍ଷରେ କେନ୍ଦ୍ର

ସାମାଜିକ ସୁରକ୍ଷା ଗ୍ରାମ ସପକ୍ଷରେ କେନ୍ଦ୍ର

ଭୁବନେଶ୍ୱର : ଦେଶରେ ସାମାଜିକ ସୁରକ୍ଷା ଗ୍ରାମ ଗଠନ ପାଇଁ ଅତି କମ୍‍ରେ ୧୨ଜଣ କେନ୍ଦ୍ରୀୟ ସଚିବ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ଭାରତ ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଥିବା ନିକଟରେ ଓଡିଶା ସମେତ ଅନ୍ୟ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଲେଖିଥିବା ପତ୍ରରୁ ଲକ୍ଷ୍ୟ କରାଯାଉଛି ।

ପ୍ରଶାସନରେ ଆରମ୍ଭ ହୋଇଥିବା ଏହି ନୂଆ ଧାରା କିଛିଦିନ ତଳେ ଦେଖିବାକୁ ମିଳିଥିଲା ଯେବେେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ବରିଷ୍ଠ ସଚିବମାନେ ଗ୍ରାମ ବିକାଶର ଲକ୍ଷ୍ୟ ପୂରଣ ନେଇ ହାତ ମିଳାଇଥିଲେ । ନିକଟରେ ୭ଜଣ କେନ୍ଦ୍ରୀୟ ସଚିବ ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ ପାଇଁ ଶିଶୁ ଅନୁକୂଳ ଗ୍ରାମ ଉପରେ ଗୁରୁତ୍ୱ ଦେବା ସହିତ ଏ ନେଇ ରାଜ୍ୟମାନଙ୍କୁ ପତ୍ର ଲେଖିଥିଲେ ।

ବର୍ତ୍ତମାନ ୧୨ଜଣ କେନ୍ଦ୍ରୀୟ ସଚିବ ମିଳିତ ଭାବେ ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେô ସାମାଜିକ ଦୃଷ୍ଟିରୁ ସୁରକ୍ଷିତ ଗ୍ରାମ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ସଚିବମାନେ ହେଲେ ପଞ୍ଚାୟତିରାଜ ମନ୍ତ୍ରାଳୟର ସୁନୀଲ କୁମାର, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ସଚିବ ଆର.ସୁବ୍ରମଣ୍ୟମ, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ସଚିବ ସୁଧାଂଶୁ ପାଣ୍ଡେ, ସଂଖ୍ୟାଲଘୁ ବ୍ୟାପାରର ରେଣୁକା କୁମାର, ଆଦିବାସୀ ବ୍ୟାପାରର ଅଜୟ କୁମାର ଝା, ଭିନ୍ନକ୍ଷମ ମନ୍ତ୍ରାଳୟର ଅଞ୍ଜଳି ଭାୱରା, ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭଲ୍ଲା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ଗ୍ରାମ୍ୟ ଉନ୍ନୟନ ସଚିବ ନଗେନ୍ଦ୍ରନାଥ ସିହ୍ନା, ମହିଳା ଓ ଶିଶୁ ବିକାଶ ସଚିବ ଇନ୍ଦିଭର ପାଣ୍ଡେ, ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ଅନିତା କରୱାଲ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ରାଜେଶ ଅଗ୍ରୱାଲ ।

କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମ ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ନୋଡାଲ ଏଜେନ୍ସି ଥିବାବେଳେ ଅନ୍ୟ ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗମାନେ ପଞ୍ଚାୟତ ଓ ଗ୍ରାମ୍ୟ ସ୍ତରରେ ଚଳାଉଥିବା ବିଭିନ୍ନ ଯୋଜନା ଜରିଆରେ ଏହାକୁ ସହାୟତା ଯୋଗାଇ ଦେବେ । ପଞ୍ଚାୟତିରାଜ ମନ୍ତ୍ରାଳୟ ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‍ଡିଜି) ପାଇଁ ୯ଟି ବିଷୟ ଆଧାରରେ କ୍ଷେତ୍ର ସ୍ତରରେ ସହଯୋଗୀ ସଂସ୍ଥାଙ୍କ ସହ ମିଶି କାର୍ଯ୍ୟ କରୁଛି । ଏଥିରେ ସାମାଜିକ ସୁରକ୍ଷା ଗ୍ରାମ ପାଇଁ ଦାରିଦ୍ର‌୍ୟ ମୁକ୍ତ, ଭୋକିଲା ମୁକ୍ତ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା, ଗୁଣାତ୍ମକ ଶିକ୍ଷା, ଲିଙ୍ଗଗତ ସମାନତା, ସ୍ୱଚ୍ଛ ଜଳ, ଗ୍ରହଣୀୟ ସ୍ୱଚ୍ଛ ଶକ୍ତି, ଉତ୍ତମ କାର୍ଯ୍ୟ ଏବଂ ଆର୍ଥିକ ଅଭିବୃଦ୍ଧି, ଶିଳଳ୍ପ, ନବସୃଜନ ଏବଂ ଭିତ୍ତିଭୂମି, ଅସାମନତା ହ୍ରାସ, ବିକଶିତ ସହର ଏବଂ ଯୋଗାଯୋଗ ଏବଂ ଶାନ୍ତ, ନ୍ୟାୟ ଏବଂ ଦୃଢ ଅନୁଷ୍ଠାନ ଆଦି ରହିଛି ।

ଯେହେତୁ ପଞ୍ଚାୟତଗୁଡିକରେ ସବୁବେଳେ ନିର୍ବାଚିତ ପ୍ରତିନିଧିମାନେ ରହୁଛନ୍ତି ତେଣୁ ସେଠାରେ ସାମାଜିକ ସୁରକ୍ଷା କିମ୍ବା ଏହି ବ୍ୟବସ୍ଥାରୁ ଯେଭଳି କେହି ବାଦ୍‍ ନପଡନ୍ତି ତାହା ଉପରେ ପତ୍ରରେ ଗୁରୁତ୍ୱ ଦିଆଯାଇଛି । ଯେଉଁ ଗ୍ରାମକୁ ସାମାଜିକ ସୁରକ୍ଷା ଗ୍ରାମ ଭାବେ ଚିହ୍ନଟ କରାଯିବ ତାହା ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗକୁ ପୂର୍ଣ୍ଣ ସହାୟତା ପାଇବ । ଏଥି ସହିତ ଏନ୍‍ଜିଓ, କଲେଜ ଚାତ୍ର, ନେହେରୁ ଯୁବ କେନ୍ଦ୍ର ଭଳି ସଂଗଠନକୁ ଏଥିରେ ସାମିଲ କରାଯିବ ।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସଚିବମାନେ ପରାମର୍ଶ ଦେଇଛନ୍ତି ଯେ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଏପ୍ରିଲ୍‍ ୧୧ରୁ ୧୭ ତାରିଖ ମଧ୍ୟରେ ଆଜାଦୀ କା ଅମୃତ ମହୋତ୍ସବ ସପ୍ତାହ ପାଳନ ହେଉଥିବାରୁ ସମସ୍ତ ଗ୍ରାମ ପଞ୍ଚାୟତ ବୈଠକ ଆହୂତ କରିବା ସହିତ ଏପ୍ରିଲ୍‍ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଗ୍ରାମସଭା ଡାକିବାକୁ କୁହାଯାଇଛି । ସାମାଜିକ ସୁରକ୍ଷା ଗ୍ରାମରେ କି ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ପଞ୍ଚାୟତଗୁଡିକୁ ନିଷ୍ପତ୍ତି ନେଲେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ । (ତଥ୍ୟ)