Home Administration ସରକାରୀ ଦପ୍ତରରେ ନୂଆବର୍ଷ ଉତ୍ସବ ମନା

ସରକାରୀ ଦପ୍ତରରେ ନୂଆବର୍ଷ ଉତ୍ସବ ମନା

143
0

ଭୁବନେଶ୍ୱର : ସରକାରୀ ଦପ୍ତରରେ କର୍ମଚାରୀମାନେ ଏକାଠି ହୋଇ ନୂଆବର୍ଷ ପାଳନ ପାଇଁ ରାଜ୍ୟ ସରକାର ବାରଣକରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ହୋଇଛି । ଦପ୍ତରରେ ଏକତ୍ର ହୋଇ ପରସ୍ପରକୁ ନୂଆବର୍ଷର ବଧେଇ ଜଣାଇବା ବଦଳରେ ଭର୍ଚୁଆଲ ମୋଡରେ ନୂଆବର୍ଷ ଅଭିନନ୍ଦନ ବାର୍ତ୍ତା ପଠାଇବାକୁ ପରାମର୍ଶ ଦିଆଯାଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ କରୋନା ସଂକ୍ରମଣ ରୋକିବାପାଇଁ ରାଜ୍ୟ ସରକାର ମାର୍ଗନିର୍ଦ୍ଦେଶିକା ଜାରି କରିଛନ୍ତି । ସରକାରଙ୍କ ଉଚିତ୍‍ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ରାଜ୍ୟରେ କରୋନା ମୁକାବିଲା ଭଲ ସ୍ଥିତିରେ ପହଞ୍ଚିଛି ଓ ସଂକ୍ରମଣ ହାର ହ୍ରାସ ପାଇଛି ।

ତେଣୁ ଏହି ସ୍ଥିତି ବଜାୟ ରଖିବାପାଇଁ ଆମକୁ ପଡିବ । ଅନ୍ୟ ପକ୍ଷରେ କରୋନାର ପରିବର୍ତ୍ତିତ ଘାତକ ଭାଇରସ ଦେଖା ଦେଇଥିବାରୁ ସେଥିପ୍ରତି ମଧ୍ୟ ଅଧିକ ସତର୍କ ହେବା ଜରୁରୀ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ପହିଲାରେ ଯେଭଳି ଲୋକ ଅଧିକ ସଂଖ୍ୟାରେ ଏକତ୍ରିତ ନହୁଅନ୍ତି ସେଥିପାଇଁ ଏଭଳି ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here