Home Health ସମ ଅଲ୍ଟିମଟେରେ ବ୍ଲାକ ଫଙ୍ଗସର ସଫଳ ଚିକିତ୍ସା

ସମ ଅଲ୍ଟିମଟେରେ ବ୍ଲାକ ଫଙ୍ଗସର ସଫଳ ଚିକିତ୍ସା

ଭୁବନେଶ୍ୱର : ବ୍ଲାକ ଫଙ୍ଗସ ରେ ପୀଡିତ ଥିବା ଜଣେ ୪୪ ବର୍ଷୀୟ ବ୍ୟକ୍ତି ସମ ଆଲଟିମେଟ ମେଡିକେୟାରରେ ସଫଳ ଚିକିତ୍ସା ପାଇବା ଯୋଗୁଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସମମରେ ଅସ୍ତ୍ରୋପଚାର ଦ୍ୱାରା ତାଙ୍କୁ ସୁସ୍ଥ କରାଯାଇଛି ।

ଗଞ୍ଜାମ ଅଂଚଳର ଏହି ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ । ଦଶ ଦିନ ଚିକିତ୍ସା ପାଇବା ପରେ ସେ ଡିସ୍ଚାର୍ଜ ହୋଇଥିଲେ । ସେ ମଧୁମେହ ରୋଗୀ ଥିବା ସହ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିବା କାରଣରୁ ତାଙ୍କ ଷ୍ଟେରଏଡ଼ ଦେଇ ଚିକିତ୍ସା କରାଯାଇଥିଲା । ତେବେ କୋଭିଡ ହସ୍ପିଟାଲରୁ ଡିସ୍ଚାର୍ଜ ହେବାର ୫ ଦିନ ପରେ ତାଙ୍କ ବାମ ପାର୍ଶ୍ୱ ମୁହଁ ଫୁଲିଯିବା ସହ ଆଖିରେ ପାଣି ଜମି ଫୁଲିଯାଇଥିଲା ।

ସମ୍ପୃକ୍ତ ରୋଗୀଙ୍କୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତୁରନ୍ତ ସମ ଆଲଟିମେଟ ରେ ଭର୍ତି କରାଯାଇଥିଲା । ହସ୍ପିଟାଲର ଇଏନଟି ଓ ସ୍କଲ ବେସ ସର୍ଜରୀ ମୁଖ୍ୟ ଡକ୍ଟର ରାଧାମାଧବ ସାହୁଙ୍କ ନେତୃତ୍ୱରେ ଏକ ଟିମ ତୁରନ୍ତ ତାଙ୍କର ନ।ସାଲ ଏନ୍ଡୋସ୍କୋପି କରିବା ସହ ଏହାର ସାମ୍ପଲକୁ ଫଙ୍ଗଲ ଷ୍ଟ୍ରେନ ଓ କଲଚର ଲାଗି ପଠାଇଥିଲେ ।

ପରୀକ୍ଷାରୁ ସେ ମୁକୋରମାଇକୋସୀସ ଅର୍ଥାତ ବ୍ଲାକ ଫଙ୍ଗସ ରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କୁ ଡକ୍ଟର ସାହୁ ତୁରନ୍ତ ହସ୍ପିଟାଲରେ ଆଡ଼ମିସନ କରାଇଥିଲେ । ଏହି ରୋଗର ଚିକିତ୍ସା ନିମନ୍ତେ ଲାଇପୋଜୋମାଲ ଅମ୍ଫୋଟେରିସିନ ଔଷଧ ମାର୍କେଟରେ ଉପଲବ୍ଧ ନ ଥିବାରୁ ରୋଗୀ ଜଣଙ୍କୁ କନଭେନସନାଲ ଅମ୍ଫୋଟେରିସିନ ଵି ଦିଆଯାଇ ଅପେରସନ ର ଯୋଜନା କରାଯାଇଥିଲା ବୋଲି ଡ଼ା ସାହୁ କହିଛନ୍ତି । ଏହି ରୋଗ ସମ୍ପୃକ୍ତ ରୋଗୀର ନାସାର ରନ୍ଧ୍ର, ପାଟିର ହାଡ ଏବଂ ଇନ୍ଫ୍ରାଟେମ୍ପରାଲ ଫୋସା ଏବଂ ଆର୍ବିଟ ରେ ଦେଖା ଦେବା ଯୋଗୁଁ ଆରବୀଟାଲ ଡ଼ିକମ୍ପ୍ରେସନ ସହିତ ଏଣ୍ଡୋସ୍କୋପିକ ଡେବ୍ରିମେଣ୍ଟ କରାଯାଇ ବ୍ଲାକ ଫଙ୍ଗସ ବ୍ୟାପିଥିବା ସ୍ଥାନ କୁ ଅସ୍ତ୍ରୋପଚାର ଦ୍ଵାରା କଢ଼ା ଯାଇଥିଲା। ଏଥି ନିମନ୍ତେ ମୁହଁରେ କୌଣସି ଦାଗ ରହି ନଥିଲା ବୋଲି ଡ଼ଃ ସାହୁ କହିଛନ୍ତି ।

ଏହାଦ୍ୱାରା ରୋଗୀ ଜଣକ ଠିକ ଭାବେ ଦେଖିବାରେ ସକ୍ଷମ ହୋଇଥିଲା ଏବଂ ନିୟମିତ ଆଣ୍ଟି ଫଙ୍ଗଲ ଥେରାପି ଓ ଏନ୍ଡୋସ୍କୋପିକ ପରୀକ୍ଷା ଦ୍ୱାରା ସେ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା ।

କୋଭିଡ ସଂକ୍ରମଣ ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ବ୍ଲାକ ଫଙ୍ଗସ ରୋଗ ଦେଖାଦେଉଥିବା ବେଳେ ଏ ଜନିତ ମୃତ୍ୟୁ ହାର ମଧ୍ୟ ପ୍ରାୟ ୫୦ ପ୍ରତିଶତ । ତେବେ ଠିକ ସମୟରେ ଚି଼ହ୍ନଟ ଓ ଚିକିତ୍ସା ଦ୍ୱାରା ରୋଗୀଙ୍କ ଜୀବନ ବଞ୍ଚାଇହେବ ବୋଲି ଡକ୍ଟର ସାହୁ କହିଛନ୍ତି । ସମ ଆଲଟିମେଟ ରେ ଏ ପର୍ଯ୍ୟନ୍ତ ୫ ଜଣ ଏଭଳି ରୋଗୀଙ୍କର ସଫଳ ଚିକିତ୍ସା ହୋଇ ସ।ରିଥିବା ବେଳେ ୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ତର୍ଜମା କରାଯାଉଥିବା ସେ କହିଛନ୍ତି ।

ନାକ ଫୁଲିଯିବା, ଦୁର୍ଗନ୍ଧ ଯୁକ୍ତ ପଦାର୍ଥ ତଥା କଳା ରକ୍ତ ନାକରୁ ବାହାରିବା, ନାକ, ମୁହଁ ଓ ଆଖିରେ ଯନ୍ତ୍ରଣା ହେବା, ଆଖିକୁ ଠିକ ଭାବେ ନ ଦିଶିବା, ମୁହଁ ବଙ୍କା ହେବା ଓ ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ବ୍ଲାକ ଫଙ୍ଗସ ରୋଗୀଙ୍କ କ୍ଷେତ୍ରରେ ଦେଖା ଦେଇଥାଏ ।

ସମ୍ପୃକ୍ତ ରୋଗୀଙ୍କ ଚିକିତ୍ସା ଓ ଅପରେସନ ନିମନ୍ତେ ସମ ଆଲଟିମେଟ ଡାକ୍ତରଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଟିମରେ ଡକ୍ଟର ସାହୁଙ୍କ ସମେତ ନିଉରୋଲୋଜି ମେଡ଼ିସିନ ବିଭାଗର କନ୍ସଲଟାଣ୍ଟ ଡକ୍ଟର ଅଖିଳ କୁମାର ପଣ୍ଡା, ଅପଥାଲମୋଲୋଜି ବିଭାଗର ଡକ୍ଟର ସ୍ଵାତି ସାମନ୍ତ, ଏଣ୍ଡୋକ୍ରାଇନୋଲୋଜି ବିଭାଗର ଡକ୍ଟର ଅଭୟ କୁମାର ସାହୁ, ମାଇକ୍ରୋବାୟୋଲଜୀ ବିଭାଗର ଡକ୍ଟର ପୁରବୀ ବରାଳ, ପାଥୋଲୋଜି ବିଭାଗର ଡକ୍ଟର ସୁବାସିସ ମହାନ୍ତି, ରେଡ଼ିଓଲୋଜି ବିଭାଗର ଡକ୍ଟର ଗୋଲକ ପାସା ଓ ଅନେସ୍ଥେସିଓଲୋଜି ବିଭାଗର ଡକ୍ଟର ଦୀପଙ୍କର ପଢ଼ିଆରୀ ପ୍ରମୁଖ ସାମିଲ ଥିଲେ ।

ଡାକ୍ତର ସାହୁ କହିଛନ୍ତି ଯେ ପୂର୍ବ ଭାରତର ସବୁଠାରୁ ଉତ୍କୃଷ୍ଟ ଓ ଉପଯୋଗୀ ହସ୍ପିଟାଲ ଭାବେ ଉଭା ହୋଇଥିବା ସମ ଆଲଟିମେଟ ମେଡିକେୟାର ହିଁ ପ୍ରଥମ ହସ୍ପିଟାଲ ଯେଉଁଠାରେ ଓଡିଶାର ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚି଼ହ୍ନଟ ହୋଇପାରିଛି ।