Home Health ସମ୍ ଫିଜିଓଥେରାପିଷ୍ଟ ସମ୍ମାନିତ

ସମ୍ ଫିଜିଓଥେରାପିଷ୍ଟ ସମ୍ମାନିତ

ଭୁବନେଶ୍ୱର : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରାଙ୍କୁ “ଦ ଫିଜିଓ ଲିଜେଣ୍ଡ ଆୱାର୍ଡ – ସିକନ୍ଦର ଅଫ୍ ଫିଜିଓ” ସମ୍ମାନରେ ସମ୍ମାନିତ କରାଯାଇଛି । ସ୍ପୋର୍ଟସ କନେକ୍ଟ ପକ୍ଷରୁ ଅମୃତସର ଠାରେ ଆୟୋଜିତ ଦୁଇ ଦିନିଆ ଫିଜିଓଥେରାପିଷ୍ଟ ସମ୍ମିଳନୀରେ ଡାକ୍ତର ଦଳବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଫିଜିଓଥେରାପି କ୍ଷେତ୍ରରେ ଗତ ୨୩ ବର୍ଷ ଧରି ଉଚ୍ଚକୋଟୀର ଅବଦାନ ନିମନ୍ତେ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଓମ୍ ପର୍କାଶ ସୋନୀଙ୍କ ଠାରୁ ଡାକ୍ତର ଦଳବେହେରା ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ଅର୍ଥୋପେଡିକ୍ ଫିଜିଓଥେରାପି, ସ୍ପୋର୍ଟସ ଏବଂ ମସ୍କୁଲୋସ୍କେଲିଟାଲ୍ ଫିଜିଓଥେରାପି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଡାକ୍ତର ରୁଚି ଭର୍ସନେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ସାରା ଦେଶରୁ ପ୍ରାୟ ୧୫୦୦ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।