Home Health ସମ୍‌ରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର

ସମ୍‌ରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ସମ୍ ହସ୍ପିଟାଲ୍‌ରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର ଓ ଚିକିତ୍ସା ଫଳରେ ଜଣେ ୨୮ବର୍ଷର୍ର୍ର୍ ବୟସର ଯୁବକ ନୂଆ ଜୀବନ ପାଇଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର ଯୋଗୁଁ ସୁସ୍ଥ ହୋଇଛନ୍ତି ଯୁବକ ଜଣକ ।

ଭୁବନେଶ୍ୱରସ୍ଥିତ ପଟିଆ ଅଞ୍ଚଳର ଏହି ଯୁବକ ଜଣଙ୍କର ଦୀର୍ଘ ଦିନ ଧରି ପେଟରେ ବ୍ୟଥା ସହିତ ସର୍ବଦା ବାନ୍ତି ଲାଗି ରହୁଥିଲା । ସେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ଫଳ ମିଳି ନଥିଲା । ଶେଷରେ ସେ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଡାକ୍ତର ଜିମି ନାରାୟଣଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ ।

ହସ୍ପିଟାଲ୍‌ରେ ଭର୍ତି ହେବା ପରେ ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ତାଙ୍କ ହାର୍ଟ ମଧ୍ୟରେ ଏକ ବଡ଼ ଧରଣର ଟ୍ୟୁମର ଥିବାର ଜଣାପଡ଼ିଥିଲା । ତୁରନ୍ତ ତାଙ୍କୁ କାର୍ଡିଓଥୋରାସିକ୍ ବିଭାଗକୁ ସ୍ଥାନାନ୍ତର କରାଯିବା ସହ କାର୍ଡିଆକ୍‌ଥୋରାସିକ୍ ସର୍ଜନ୍ ଡାକ୍ତର ସଂଗ୍ରାମ କେଶରୀ ବେହେରା ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ।

ଚିକିତ୍ସା ସମୟରେ ଜଣାପଡିଥିଲା ଯେ ଜଣେ ସାଧାରଣ ବ୍ୟକ୍ତିଙ୍କର ଶରୀରରେ ବିଲିରୁବିନ୍‌ର ମାତ୍ରା ୨ ମିଲିଗ୍ରାମ ପ୍ରତିଶତ ମଧ୍ୟରେ ରହୁଥିବା ବେଳେ ସଂପୃକ୍ତ ଯୁବକଙ୍କର ୩୩ ମିଲିଗ୍ରାମ୍ ପ୍ରତିଶତକୁ ବୃଦ୍ଧି ପାଇ ଏ.ଜି.ଓ.ଟି. ଏବଂ ଏସ୍‌.ଜି. ପି.ଟି ୧୫୦୦ ୟୁନିଟ୍ ହୋଇଯାଇଥିଲା । ଯାହାକି ୪ ରୁ ୫ ୟୁନିଟ୍ ମଧ୍ୟରେ ରହିବା କଥା ।

ସେହିପରି ଟ୍ୟୁମରଟି ଖୁବ୍ ବଡ଼ ହୋଇଯାଇଥିବାରୁ ବାମପାଶ୍ୱର୍ ଆଟ୍ରିୟମ୍ ରୁ ବାମପାଶ୍ୱର୍ ଭେଂଟ୍ରିକିଲ ମଧ୍ୟକୁ ପଶିଯାଉଥିଲା ଯାହା ଦ୍ୱାରା କି ରୋଗୀଙ୍କ ଜୀବନ ପ୍ରତି ସମ୍ପୂର୍ଣ୍ଣ ବିପଦ ରହିଥିଲା । ଏହି ରୋଗକୁ “ଲେଫ୍ଟ ଆଟ୍ରିଆଲ୍ ମିସ୍କୋମା’’ କୁହାଯାଏ । ଏପରି ଅବସ୍ଥାରେ ହାର୍ଟର ଅସ୍ତ୍ରୋପଚାର କରିବା ରୋଗୀ ପ୍ରତି ଖୁବ୍ ବିପଦସଙ୍କୁଳ ଅଟେ ଏପରି କି ଜୀବନ ହାନୀର ମଧ୍ୟ ସମ୍ଭାବନା ଥାଏ ।

ଡଃ. ବେହେରା ରୋଗୀଙ୍କୁ ପ୍ରଥମେ ଆଇ.ସି.ୟୁ ରେ ସ୍ୱତନ୍ତ ଚିକିତ୍ସା ପ୍ରଦାନ କରି ତାର ଯକୃତକୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ପରେ ହୃଦ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହିତ ଟ୍ୟୁମରଟିକୁ ବାହାର କରିଥିଲେ । ଯଦ୍ୱାରା ରୋଗୀଙ୍କ ଜୀବନ ରକ୍ଷା ହୋଇ ପାରିଲା । ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସ୍ୱାଭାବିକ ଅବସ୍ଥାରେ ଘରକୁ ଯାଇଛନ୍ତି ।