Home Health ସମ୍ମମ ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ

ସମ୍ମମ ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ

ଭୁବନେଶ୍ୱର : ଶ୍ରେଷ୍ଠ କର୍ପୋରେଟ୍ ହସ୍ପିଟାଲ ଭାବେ ସମ୍ମାନିତ ହୋଇଛି ସମ୍ ଅଲ୍ଟିମେଟ୍ ମେଡିକେୟାର । ଶନିବାର ଭୁବନେଶ୍ୱରରେ ବିଜନେସ୍ କ୍ଲବ୍ ଅଫ୍ ଏଂଟରପ୍ରିନିୟର୍ସ (ବିସିଇ) ପକ୍ଷରୁ ଆୟୋଜିତ ବିସିଇ ରେଡ୍ କାର୍ପେଟ (ଦି ବିଜିନେସ୍ ଲଂଚପ୍ୟାଡ୍‌) କାର୍ଯ୍ୟକ୍ରମ ଅବସରରେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ “ବେଷ୍ଟ କର୍ପୋରେଟ ହସ୍ପିଟାଲ୍ ଆୱାର୍ଡ” ପ୍ରଦାନ କରାଯାଇଛି । ସମ୍ମମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଡକ୍ଟର ଶ୍ୱେତପଦ୍ମା ଦାଶ ଏହି ସମ୍ମାନ ଗ୍ରହଣ କରିଥିଲେ ।

ଡକ୍ଟର ଦାଶଙ୍କ ସହିତ ସମ୍ମମ୍‌ର ଚିଫ ଅଫ୍ ମେଡିକାଲ୍ ସର୍ଭିସେସ୍ ଡାକ୍ତର (ବ୍ରିଗେଡିୟର୍‌) ବିରାଜ ମୋହନ ମିଶ୍ର, ସାଇକିଆଟ୍ରିକ୍ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଏବଂ ଲୋକ ସମ୍ପର୍କ ଅଧିକାରୀ ଏହି ପୁରସ୍କାର ଗ୍ରହଣ କରିବା ସମୟରେ ଉପସ୍ଥିତ ଥିଲେ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଉଲ୍ଲେଖନୀୟ ଅବଦାନ, ସିଇଓ ଡକ୍ଟର ଦାଶଙ୍କ ନେତୃତ୍ୱ ଏବଂ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ଅଧିକାରୀ ଏବଂ କର୍ମଚାରୀମାନଙ୍କର ସେବା, ଉତ୍ସର୍ଗୀକୃତ ମନୋଭାବ, ମିଳିତ ସହଯୋଗ ତଥା କାର୍ଯ୍ୟ ପ୍ରତି ସମର୍ପଣ ଭାବକୁ ନେଇ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ରୋଗୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନେଇ ସମ୍ମମ୍ ପ୍ରଚେଷ୍ଟା ଜାରୀ ରଖିଛି, ଆଗକୁ ମଧ୍ୟ ଏହି କାର୍ଯ୍ୟଧାରା ଜାରୀ ରହିବ ଏବଂ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଦିଗରେ ଗୁରୁତ୍ୱ ଦେବ ବୋଲି ଡକ୍ଟର ଦାଶ ଏହି ଆୱାର୍ଡ ଗ୍ରହଣ କରିବା ପରେ କହିଛନ୍ତି ।

“ଏଭଳି ସମ୍ମାନ ଆମ ମନୋବଳ ବଢାଇବାରେ ସହାୟକ ହେବ । ହସ୍ପିଟାଲ୍‌ର ସମସ୍ତଙ୍କର ସହଯୋଗ ଯୋଗୁ ଏହି ଆୱାର୍ଡ ମିଳିଛି” ବୋଲି ଡକ୍ଟର ଦାସ କହିଛନ୍ତି । ସେହିପରି ସମ୍ମମ୍‌ର କନ୍‌ସଲ୍‌ଟାଂଟ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା ।