Home Health ସମ୍ମମକୁ ସିକ୍ସ ସିଗମା ହେଲ୍‌ଥ କେୟାର ଏକ୍ସିଲେନ୍ସ ସମ୍ମାନ

ସମ୍ମମକୁ ସିକ୍ସ ସିଗମା ହେଲ୍‌ଥ କେୟାର ଏକ୍ସିଲେନ୍ସ ସମ୍ମାନ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ଓ ପୁରସ୍କୃତ ହେବା ଧାରାରେ ଆଉ ଏକ ପାଦ ଆଗେଇଛି ସମ୍ ଅଲ୍ଟିମେଟ୍ ମେଡିକେୟାର (ସମମ୍‌) । ଶ୍ରେଷ୍ଠ ହସ୍ପିଟାଲ ଏବଂ ଶ୍ରେଷ୍ଠ ରୋଗୀ ସେବା ପ୍ରଦାନକାରୀ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ୨୦୨୧ ବର୍ଷ ନିମନ୍ତେ ସମ୍ମାନ ଜନକ ସିକ୍ସ ସିଗମା ପୁରସ୍କାର ପ୍ରଦାନ କରାଯାଇଛି ।

ସେହିପରି “ବେଷ୍ଟ ସିଇଓ ଆଣ୍ଡ ଆଡମିନିଷ୍ଟ୍ରେଟର ଅଫ ଦି ଇଅର’ ଭାବେ ସମମ୍‌ର ଚିଫ ଏକ୍‌ଜିକ୍ୟୁଟିଭ ଅଫିସର ଡ. ଶ୍ୱେତପଦ୍ମା ଦାଶ ସମ୍ମାନିତ ହୋଇଥିବା ବେଳେ ଗତ ୨ ବର୍ଷ ମଧ୍ୟରେ କରୋନା ମହାମାରୀ ସମୟରେ ଶହ ଶହ ରୋଗୀଙ୍କୁ ଉନ୍ନତ ମାନର ଓ ଉତମ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ କୋଭିଡ ହସ୍ପିଟାଲକୁ “ବେଷ୍ଟ କୋଭିଡ ହସ୍ପିଟାଲ ଅଫ ଦି ଇଅର’ ଭାବେ ପୁରସ୍କୃତ କରାଯାଇଛି ।

ନୂଆଦିଲ୍ଲୀ ଠାରେ ଆୟୋଜିତ ସିକ୍ସ ସିଗମା ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁରଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ଡ. ଦାଶ । ଏହି ଅବସରରେ ଏନଏବିଏଚର ସିଇଓ ଶ୍ରୀ ଅତୁଲ କୋଚର ମଧ୍ୟ ଉପସ୍ଥିତ ଥିଲେ ।

ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓସକାର ପୁରସ୍କାର ଭାବେ ମନେ କରାଯାଉଥିବା ଏହି ପୁରସ୍କାର ସମମ୍‌କୁ ଉପସ୍ଥାପିତ କରିଛି ।

ସୋଆ ପରିଚାଳିତ ସମମ୍ ଏକ ୩୭୫ ଶଯ୍ୟା ଏବଂ ଆଇସିୟୁ ବିଶିଷ୍ଟ ଏକ ମଲ୍ଟିସ୍ପେଶିଆଲିଟି ଟର୍ସିଆରି ଆଣ୍ଡ କ୍ୱାଟର୍ନାରି କେୟାର ହସ୍ପିଟାଲ । ଏଠାରେ ୩୦ଟି ସ୍ପେଶିଆଲିଟି ସହିତ ୧୪ଟି ମୋଡୁଲାର ଅପରେସନ ଥିଏଟର ରହିଛି । ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଭାବେ ଏଠାରେ ଖ୍ୟାତି ସମ୍ପନ୍ନ ଡାକ୍ତର ଏବଂ ଉଚ୍ଚମାନର ଡାକ୍ତରୀ ସରଞ୍ଜାମ ଉପଲବ୍ଧ । ହସ୍ପଟାଲଟି ଏନଏବିଏଚ, ଏନଏବିଏଲ ଏବଂ ଏଚସିସିପି ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଥିବା ବେଳେ ସୁଲଭ ମୂଲ୍ୟରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥାଏ ।