Home Cooperation ସମବାୟ ବ୍ୟାଙ୍କକୁ ଜାତୀୟ ପୁରସ୍କାର

ସମବାୟ ବ୍ୟାଙ୍କକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଜାତୀୟ ପୁରସ୍କାର ଲାଭ କରିଛି । ସମଗ୍ର ଦେଶରେ ଥିବା ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଉତ୍ତମ ସେବା ଓ ପ୍ରଦର୍ଶନ ପାଇଁ ତୃତୀୟ ପୁରସ୍କାର ପାଇଛି ।

ଜାତୀୟ ରାଜ୍ୟ ସମବାୟ ବ୍ୟାଙ୍କ ମହାସଂଘ (ଏନ୍‌ଏଏଫ୍‌ଏସ୍‌ସିଓବି) ପକ୍ଷରୁ ରାଜସ୍ଥାନରେ ଅନୁଷ୍ଠିତ ବାର୍ଷିକ ଅଧିବେଶନରେ ୨୦୨୦-୨୧ ଓ ୨୦୨୧-୨୨ ପାଇଁ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି ।

ଅନୁଷ୍ଠିତ ଉତ୍ସବରେ ଅତିଥିମାନଙ୍କଠାରୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି. ପ୍ରସାଦ ରାଓ ଦୋରା ଓ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ଦାଶ ପୁରସ୍କାର ଗ୍ରହଣ କରିଥିଲେ ।