Home News in Odia ସନ୍ତୋଷ ବାଲାଙ୍କୁ ରାଷ୍ଟ୍ରପତି ପଦକ

ସନ୍ତୋଷ ବାଲାଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ମାନଜନକ ରାଷ୍ଟ୍ରପତି ସେବା ପଦକ (ପିଏସ୍ଏମ୍) ପାଇଁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ମନୋନୀତ କରାଯାଇଛି।

୧୯୯୫ ବ୍ୟାଚ୍ ର ଆଇପିଏସ୍ ଅଫିସର ଡ. ବାଲା ୨୯ ବର୍ଷର ଦୀର୍ଘ କ୍ୟାରିୟରରେ ଆନ୍ତରିକତା ଏବଂ ସଚ୍ଚୋଟତା ପାଇଁ ପୂର୍ବରୁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ଏହାବ୍ୟତୀତ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କୁ ମଧ୍ୟ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ।

ପୁଲିସ ମହାନିରୀକ୍ଷକ ସତ୍ୟବ୍ରତ ଭୋଇଙ୍କୁ ମେଧାବୀ ସେବା (ଏମ୍ ଏସ୍ ଏମ୍ ) ପାଇଁ ସମ୍ମାନିତ କରାଯାଇଛି।

ଓଡ଼ିଶା ପୁଲିସ କର୍ମଚାରୀଙ୍କ ମଧ୍ୟରେ ସାରଦା ପ୍ରସନ୍ନ ପ୍ରଧାନ (ଡେପୁଟି ଏସପି, ଓଡ଼ିଶା), ପ୍ରଦୀପ କୁମାର ସାମଲ (ଡିଏସପି), ପ୍ରଶାନ୍ତ କୁମାର ସାହୁ (ଡିଏସପି, ଓଡ଼ିଶା), ରଶ୍ମି ରଞ୍ଜନ ମହାପାତ୍ର (ଓଡ଼ିଶା ଇନ୍ସପେକ୍ଟର), ରଜତ କେରକେଟା (ଡେପୁଟି କମାଣ୍ଡାଣ୍ଟ, ଓଡ଼ିଶା), ଦିଲୀପ କୁମାର ନାୟକ (ଡ୍ରାଇଭର ହାବିଲଦାର, ଓଡ଼ିଶା), ବିଜୟ କୁମାର ପ୍ରଧାନ (ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ଓଡ଼ିଶା), ବନମାଳି ରାୟ (ସିପାହୀ) ରହିଛନ୍ତି। ନାମ ବାହାଦୁର ଛେତ୍ରୀ (ସିପାହୀ, ଓଡ଼ିଶା) ଓ ଆରତୀ ସାହୁ (କନଷ୍ଟେବଳ, ଓଡ଼ିଶା)।

ଅରୁଣ କୁମାର ଭୁଏ (ସବ୍ ଇନ୍ସପେକ୍ଟର), ମୋତିରାମ ସାହୁ (ହାବିଲଦାର), ପ୍ରକାଶ ମାଝୀ (କମାଣ୍ଡୋ), ଯଦୁମଣି ଭୁଏ (କମାଣ୍ଡୋ), ଉମେଶ ସେଠ୍ (କମାଣ୍ଡୋ), ବୁବୁନ କୁମ୍ଭାର (କମାଣ୍ଡୋ), ସଞ୍ଜୟ କୁମାର ଗୁରୁ (କମାଣ୍ଡୋ), ବିଶ୍ୱଜିତ ଦାସ (କମାଣ୍ଡୋ), ଲକ୍ଷ୍ମଣ ନାୟକ (କମାଣ୍ଡୋ), ସତ୍ୟ ଓଡି (କମାଣ୍ଡୋ), କାନା ବେଟି (କନଷ୍ଟେବଳ), ରମାକାନ୍ତ ସାହୁ (ସବ୍ ଇନ୍ସପେକ୍ଟର), ସତ୍ୟବାଦୀ ଭୂଇ (ସିଟି) ଓ ସୁରଜ କୁମାର ସାହୁ (ସିଟି) ଙ୍କୁ ପୁରସ୍କୃତ କରାଯାଇଛି।