Home Agriculture ସତ୍ୟବ୍ରତ ଏନ୍‍ଏଏସ୍‍ଓର ଓଡିଶା ସଭାପତି

ସତ୍ୟବ୍ରତ ଏନ୍‍ଏଏସ୍‍ଓର ଓଡିଶା ସଭାପତି

ଭୁବନେଶ୍ୱର : ଜାତୀୟ କୃଷି ଛାତ୍ର ସଂଗଠନ (ଏନ୍‍ଏଏସ୍‍ଓ)ର କେନ୍ଦ୍ରୀୟ କ୍ୟାବିନେଟ୍‍ ଦ୍ୱାରରା ଓଡିଶା ଚାପ୍ଟରର ସଭାପତି ଭାବେ ସହକାରୀ ପ୍ରଫେସର ସତ୍ୟବ୍ରତ ମହାନ୍ତି ନିର୍ବାଚିତ ହୋଇଛନ୍ତି । ତାଙ୍କର ଏହି ନିଯୁକ୍ତି ରାଜ୍ୟର କୃଷି ବିକାଶରେ ବିଶେଷ ସହାୟକ ହେବବୋଲି ଆଶା କରାଯାଉଛି ।

ଡେରାଡୁନ ଠାରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ସତ୍ୟବ୍ରତ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ୨୦୧୮ ମସିହାରେ ସ୍ନାତକ ଶିକ୍ଷା ସମାପ୍ତ କରିବାପରେ ଆହ୍ଲାବାଦର ନାଇନି ଏଗ୍ରିକଲଚର ଇନଷ୍ଟିଟ୍ୟୁଟରେ ସ୍ନାତକୋତ୍ତର କୃଷି ସମ୍ପ୍ରସାରଣ ଶିକ୍ଷା ଲାଭ କରିଥିଲେ । ୨୦୧୯-୨୦ ମସିହାରେ ଶ୍ରୀ ମହାନ୍ତି ସୋସାଇଟି ଅଫ୍‍ ଏକ୍ସଟେନସନ ଏଜୁକେଶନର ସଭାପତି ଭାବେ କାର୍ଯ୍ୟ କରିଥିଲେ ।

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାୟରେ ସ୍ନାତକ ଶିକ୍ଷା ସମୟରେ ସତ୍ୟବ୍ରତ ନୂଆଦିଲ୍ଲୀରେ ଆୟୋଜିତ ଅଶ୍ୱାରୋହୀ ପ୍ରତିଯୋଗିତାରେ ଓଡିଶାକୁ ପ୍ରତିନିଧିତ୍ୱ କରି ଜାତୀୟ ସ୍ତରରେ ପଞ୍ଚମ ସ୍ଥାନ ହାସଲ କରିଥିଲେ । ଏଥି ସହିତ ସେ ଜଣେ ଜାତୀୟ ସ୍ତରର କବାଡି ଖେଳାଳି ମଧ୍ୟ ଅଟନ୍ତି ।

ସତ୍ୟବ୍ରତ ହେଉଛନ୍ତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ସୁପୁତ୍ର । ଉଭୟ କୃଷି ଓ କ୍ରୀଡା କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଥିବା ଏବଂ ଓଡିଶା ଚାପ୍ଟରର ସଭାପତି ନିର୍ବାଚିତ ହୋଇଥିବାରୁ ଆଗାମୀ ଦିନରେ ଓଡିଶାର କୃଷି ବିକାଶ ଦିଗରେ ସେ ବିଭିନ୍ନ ସକରାତ୍ମକ ପଦକ୍ଷେପ ନେବେବୋଲି ଆଶା କରାଯାଉଛି ।