Home Administration ସଂଶୋଧନ ହେଲା ଶ୍ରମିକଙ୍କ ମଜୁରୀ

ସଂଶୋଧନ ହେଲା ଶ୍ରମିକଙ୍କ ମଜୁରୀ

ଭୁବନେଶ୍ୱର : ରାଜ୍ୟ ସରକାର ମଙ୍ଗଳବାର ଦିନ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଉଚ୍ଚକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀରେ ସଂଶୋଧନ କରିଛନ୍ତି ।

ରାଜ୍ୟ ଶ୍ରମ କମିଶନର ଡକ୍ଟର ଏନ ଥିରୁମାଲା ନାୟକଙ୍କ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ ଶ୍ରମିକମାନଙ୍କର ଦେନିକ ମଜୁରୀ ସେମାନଙ୍କ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ବାବଦରେ ୪ ଟଙ୍କା ବୃଦ୍ଧି କରାଯାଇଛି ।

ରାଜ୍ୟ ଶ୍ରମ କମିଶନର ଡକ୍ଟର ନାୟକ ଉପରୋକ୍ତ ବିଜ୍ଞପ୍ତିରେ ସୂଚୀତ କରିଛନ୍ତି ଯେ ପରିବର୍ତ୍ତନଶୀଳ ମହଙ୍ଗା ବାବଦୋର ଦୈନିକ ୪ଟଙ୍କା ସମସ୍ତ ୮୯ କିସମ କାର୍ଯ୍ୟକ୍ଷେତ୍ରରେ ଥିବା ଅଣକୁଶଳୀ, ଅର୍ଦ୍ଧ-କୁଶଳୀ, କୁଶଳୀ ଏବଂ ଉଚ୍ଚ କୁଶଳୀ ବର୍ଗର କର୍ମଚାରୀଙ୍କୁ ପ୍ରଦାନ କରାଯିବ । ସର୍ବନିମ୍ନ ମଜୁରୀ ହାର ସହିତ ୧ ଅକ୍ଟୋବର, ୨୦୨୧ରୁ ଏହା ଲାଗୁ କରଯିବ ବୋଲି ଶ୍ରମ କମିଶନରଙ୍କ ବିଜ୍ଞପ୍ତିରେ କୁହାଯାଇଛି ।

ପରବର୍ତ୍ତନଶୀଳ ମହଙ୍ଗା ଭତ୍ତା ବୃଦ୍ଧି ସହିତ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ଦେନିକ ମଜୁରୀ ଯଥାକ୍ରମେ ଯଥାକ୍ରମେ ୩୧୫, ୩୫୫, ୪୦୫ ଏବଂ ୪୬୫ ଟଙ୍କାକୁ ଅକ୍ଟୋବର ୨୦୨୧ ଠାରୁ ବୃଦ୍ଧି କରାଯାଇଛି ।

ଶ୍ରମିକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ପ୍ରତି ଛଅ ମାସରେ ସଂଶୋଧିତ ହେଉଛି । ରାଜ୍ୟ ସରକାର ଓଡିଶାରେ ଶ୍ରମିକଙ୍କ ଦକ୍ଷତା ପ୍ରତି ୍ମାନ ଏବଂ ପ୍ରୟାସ ଜାରି ରଖିଥିବା ଜଣାଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here