Home Education ସଂଖ୍ୟା ପ୍ରଣାଳୀ ପ୍ରାଚୀନ ଭାରତ ସହ ସଂଶ୍ଳିଷ୍ଟ

ସଂଖ୍ୟା ପ୍ରଣାଳୀ ପ୍ରାଚୀନ ଭାରତ ସହ ସଂଶ୍ଳିଷ୍ଟ

ଭୁବନେଶ୍ୱର : ଯଦିଓ ଔପନିବେଶିକ ଶାସକମାନେ ଏକ ଧାରଣା ଛାଡ଼ି ଯାଇଛନ୍ତି ଯେ ଭାରତୀୟ ସଭ୍ୟତାରେ ବୈଜ୍ଞାନିକ ବିକାଶର ସ୍ଥିତି ଖୁବ୍ କମ୍ ତେବେ ଏହାର ସତ୍ୟତା ହେଉଛି ସଂଖ୍ୟା ପ୍ରଣାଳୀ ଯାହା ଉପରେ ସମ୍ପୂର୍ଣ୍ଣ ଆଧୁନିକ ବୈଜ୍ଞାନିକ ବିକାଶ ପର୍ଯ୍ୟବେଶିତ ତାହା କେବଳ ଭାରତୀୟଙ୍କର ଅବଦାନ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ଅଠର ଓ ଊନବିଂଶ ଶତାବ୍ଦୀରେ ଔପନିବେଶିକ ଶାସକମାନଙ୍କର ଭାରତ ଉପରେ ଥିବା ପ୍ରଭାବ ଓ ଶାସନ ଯୋଗୁଁ ଭାରତୀୟ ସଭ୍ୟତା ଉପରେ ବୈଜ୍ଞାନିକ ଉନ୍ନତି ବିଶେଷ ଭାବେ ଗାଣିତ୍ୟିକ ବିଜ୍ଞାନ କ୍ଷେତ୍ରରେ ଭାରତୀୟଙ୍କର ଅବଦାନ ଖୁବ୍ କମ୍ ରହିଛି ବୋଲି ଏକ ପ୍ରକାର ଦୃଷ୍ଟିଭଙ୍ଗୀ ପ୍ରସ୍ତୁତ କରାଯାଇଥିଲା । ତେବେ ଊନବିଂଶ ଶତାବ୍ଦୀର ଶେଷ ଭାଗରୁ ଅନେକ ଭାରତୀୟ ଏବଂ ଅନ୍ୟାନ୍ୟ ଗବେଷକମାନେ ଏଭଳି ପ୍ରସଙ୍ଗକୁ ଭୁଲ୍ ପ୍ରମାଣିତ କରିସ।।ରିଛନ୍ତି ବୋଲି ଆଇଆଇଟି ଖଡ଼ଗପୁର ସ୍ଥିତ ଗଣିତ ବିଭାଗର ପ୍ରଫେସର ସୋମନାଥ କୁମାର ମତ ଦେଇଛନ୍ତି ।

ଦେଶର ବିଭିନ୍ନ ସ୍ଥାନରୁ ମିଳିଥିବା ଶିଳାଲେଖା, ପଥରର ନକ୍ସା, ଫଳକ, ଡାକଟିକଟ, ମୋହର ଏବଂ ହସ୍ତଲିପି ଓ ତାଳପତ୍ର ହସ୍ତଲିପିରୁ ଭାରତୀୟ ବୈଜ୍ଞାନିକ, ଜ୍ୟୋର୍ତିବିଦ୍‌, କବି, ଚିକିତ୍ସକ, ନାଟ୍ୟକାର ମାନଙ୍କର ଭାରତୀୟ ସଭ୍ୟତା ଓ ବିଜ୍ଞାନ ପ୍ରତି ଥିବା ଅବଦାନ ଲୋକଲୋଚନକୁ ଆସିଛି ବୋଲି ଶନିବାର ଆୟୋଜିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପାକ୍ଷିକ ଏକାଡେମିକ ଲେକ୍‌ଚର ଅବସରରେ ଏହା କହିଛନ୍ତି ପ୍ରଫେସର କୁମାର ।

ଭର୍ଚୁଆଲୀ ଆୟୋଜିତ ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା “ଆଧୁନିକ ସଂଖ୍ୟା ପ୍ରଣାଳୀର ଉଦ୍ଭାବନ: ଭାରତର ସାରାବିଶ୍ୱକୁ ଉପହାର” । ଏହି ଅବସରରେ ପ୍ରଫେସର କୁମାର କହିଛନ୍ତି ଯେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସଂଖ୍ୟା ପ୍ରଣାଳୀ ଏବଂ ଡେସିମାଲ୍ ପ୍ଲେସ୍ ଭାଲ୍ୟୁ ସିଷ୍ଟମ୍ ଯାହା ଉପରେ ସଂପୂର୍ଣ୍ଣ ଆଧୁନିକ ବୈଜ୍ଞନିକ ପଦ୍ଧତି ପର୍ଯ୍ୟବେଶିତ ତାହା କେବଳ ଭାରତୀୟଙ୍କ ଅବଦାନ ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ସୋଆର ଆଉଟରିଚ୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା, ଫ୍ୟାକଲ୍ଟି ମେମ୍ବର୍ସ, ଗବେଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।