Home Administration ସଂକ୍ରମଣ ପ୍ରତିରୋଧ ନିୟମ ମାନ

ସଂକ୍ରମଣ ପ୍ରତିରୋଧ ନିୟମ ମାନ

98
0

ଭୁବନେଶ୍ୱର : ବର୍ତମାନ ଦେଖାଯାଉଥିବା କରୋନାର ଦ୍ୱିତୀୟ ଲହରୀରେ ଭୟଭୀତ ନହୋଇ ସଂକ୍ରମଣ ପ୍ରତିରୋଧ ନିୟମକୁ ସମ୍ପୂର୍ଣ୍ଣ ମାନି ଚାଲିବାକୁ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଜେ ନେବାକୁ ଭୁବନେଶ୍ୱର ମହାନଗର ନିଗମାଂଚଳର ନାଗରିକ ମାନଙ୍କୁ ଅନୁରୋଧ ଜଣାଇଛନ୍ତି ବି ଏମ୍ ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ନିୟନ୍ତ୍ରିତ ଭାବେ ସମସ୍ତ ପ୍ରକାର ଚଳଣିକୁ ସ୍ୱାଗତ କରି ସେହି ଅନୁଯାୟୀ ନିଜର କାରବାର ଏବଂ ଆଚରଣ ଦେଖାଇବା ଯଦ୍ଦ୍ୱାରା ସଂକ୍ରମଣର ହାର କମିବା ସହଜ ହେବ ।

ଦେଖାଯାଇଛି ଯେ, ଛାନିଆ ହୋଇ ଅନେକ ନାଗରିକ ଗତ ରାତିରୁ ବଜାର ଅଂଚଳକୁ ଯାଇ କାରବାର କରିଛନ୍ତି ଏବଂ କୌଣସି ପ୍ରକାରର ବନ୍ଦ ଘୋଷଣାକୁ ଆଖିରେ ରଖି ସାମାଜିକ ଦୂରତା ଇତ୍ୟାଦି ନ ମାନି ଏହି ବ୍ୟବହାର ପୋଷଣ କରିଛନ୍ତି । ସହରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବାରେ କୌଣସି ପ୍ରକାର ଅସୁବିଧା ହେବନାହିଁ ଏବଂ ଭୟଭୀତ ହୋଇ ଭିଡ଼ ଭିତରକୁ ଯାଇ ସଉଦା କାରବାର ଇତ୍ୟାଦି କରିବାରୁ ନାଗରିକ ମାନେ ଦୂରେଇ ରୁହନ୍ତୁ ବୋଲି ଜଣାଇଛନ୍ତି କମିଶନର ଶ୍ରୀ ଚୌଧୁରୀ ।

ଅତ୍ୟାବଶ୍ୟକୀୟ ସାମଗ୍ରୀ ଯାହାକି ଔଷଧ,କ୍ଷୀର,ଖାଇବା ସଉଦା ଇତ୍ୟାଦି ସହର ପାଇଁ ଉପଲବ୍ଧ ହେବ । ତେଣୁ ନାଗରିକ ମାନେ ଏହାକୁ ବିନା ଭିଡ଼ରେ ଯାଇ ଆଣନ୍ତୁ କିମ୍ବା ଅନଲାଇନ୍ ଯୋଗେ କିଣନ୍ତୁ ଯାହା ଆମ ଭୁବନେଶ୍ୱରକୁ ଦ୍ୱିତୀୟ ଲହରୀରୁ ଅନେକ ସୁରକ୍ଷା ଦେଇପାରିବ । ଏତଦ୍ ବ୍ୟତୀତ ସମସ୍ତ ନାଗରିକ କୋଭିଡ଼୍ ପ୍ରତିରୋଧ ସମସ୍ତ ନିୟମ ପାଳନ କରିବାକୁ ସେ ଅନୁରୋଧ ଜଣାଇଛନ୍ତି ।

ସରକାରଙ୍କ ପ୍ରଣୀତ କୋଭିଡ଼୍‌-୧୯ ନିୟନ୍ତ୍ରଣ ନିୟମକୁ ଭିତିକରି ୧୭ ଏପ୍ରିଲ୍‌-୨୦୨୧ ରୁ ରାତ୍ରିକାଳୀନ ଜରୁରୀ ପରିସ୍ଥିତି ଜାରି ରହିବ । ପ୍ରତ୍ୟହ ରାତ୍ରି ୯ ଘଟିକାରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ ଏହା ବଳବତର ରହିବ ।

ଅତ୍ୟାବଶ୍ୟକୀୟ ସେବା ପାଇଁ ଯଥା-ପ୍ରଶାସନିକ, ମ୍ୟୁନିସିପାଲ୍‌, ପ୍ରଶାସନ, ଟେଲିଫୋନ୍‌, ପୁଲିସ୍‌, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ୍‌, ଜଳଯୋଗାଣ, ପରିମଳ, ସ୍ୱିରେଜ୍‌,ଆଇ.ଟି,ଔଷଧ ଓ ରସାୟନ ସାମଗ୍ରୀ, ଶିଳ୍ପସଂସ୍ଥା, ନିର୍ମାଣ, ଅତିଥିସେବା, ଯୋଗାଉଥିବା ହୋଟେଲ୍ ଇତ୍ୟାଦି, ଗମନାଗମନ, ପେଟ୍ରୋଲ୍ ପମ୍ପ୍‌, ଢାବା ଏବଂ ଗଣମାଧ୍ୟମ ଇତ୍ୟାଦିକୁ ନାଇଟ୍ କର୍ଫ୍ୟୁ ରୁ ବାଦ୍ ଦିଆଯାଇଅଛି । ତେଣୁ ଏହିସବୁ ନିୟନ୍ତ୍ରଣ କାର୍ଯ୍ୟକୁ ସୂଚାରୁରୂପେ କରିବା ପାଇଁ ବି ଏମ୍ ସି ପକ୍ଷରୁ ପଦକ୍ଷେପ ଜାରି ରହିବ ।

ନାଇଟ୍ କଫ୍ରୁ୍ୟ ସମୟରେ ଅତ୍ୟାବଶ୍ୟକୀୟ ସେବା ପାଇଁ ଚଳାଚଳ କରୁଥିବା ଯାନ ଗୁଡ଼ିକୁ ନିଜର ଟିକଟ, କାଗଜପତ୍ର ଏବଂ ପ୍ରମାଣପତ୍ର ଦେଖାଇ ଯାଇପାରିବେ । ନିୟମ ଅନୁସାରେ ବିଭିନ୍ନ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନର କର୍ମଚାରୀମାନେ କର୍ତୃପକ୍ଷ ଦେଇଥିବା ପରିଚୟ ପତ୍ର ଦେଖାଇ ଯାଇପାରିବେ । ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ୍ ମୁତାବକ ପଦକ୍ଷେପ ନିଆଯିବ ବୋଲି ବି ଏମ୍ ସି ପକ୍ଷରୁ କୁହାଯାଇଅଛି ।

ଆଜିଠାରୁ ସଚେତନତା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ହୋର୍ଡ଼ିଂ ଲଗାଇବା କାର୍ଯ୍ୟ ସାଙ୍ଗକୁ ସମସ୍ତ ୱାର୍ଡ଼ ଅଫିସ୍‌ରେ କୋଭିଡ଼୍ ସଚେତନତା ବାର୍ତା ପ୍ରଦର୍ଶନ କରାଇବା ଆରମ୍ଭ ହୋଇଛି । ବି ଏମ୍ ସି ପକ୍ଷରୁ ସଚେତନତା ବାର୍ତା ବାଂଟୁଥିବା ଗାଡ଼ି ଗୁଡ଼ିକୁ ସହରର ବିଭିନ୍ନ ସ୍ଥାନରେ ବୁଲାଇ ପ୍ରଚାର କରାଯାଉଛି ଏବଂ ନାଗରିକମାନେ ଏଥିରେ ସହଯୋଗ କରି କୋଭିଡ଼୍ ର ଦ୍ୱିତୀୟ ଲହରୀରୁ ଦୂରେଇ ରହିବାକୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here